ଡୋନାଲ୍ଡ ଟ୍ରମ୍ପଙ୍କ ଧମକକୁ ପୁଟିନଙ୍କ ଅଣଦେଖା, ୟୁକ୍ରେନ ଉପରେ ପୁଣି ରୁଷ୍ର ଜୋରଦାର ଆକ୍ରମଣ ; ୨୨ ମୃତ
ନୂଆଦିଲ୍ଲୀ : ରୁଷ୍ ଓ ୟକ୍ରେନ ମଧ୍ୟରେ ଯୁଦ୍ଧ ବିରତିକୁ ନେଇ ଆକ୍ସନ ମୁଡରେ ଆମେରିକାର ରାଷ୍ଟ୍ରପତି। ଭ୍ଲାଦିମିର ପୁଟିନଙ୍କୁ ଦେଇଥିଲେ ଧମକ । ତୁରନ୍ତ ଯୁଦ୍ଧରେ ରୋକ୍ ଲଗେଇବାକୁ କରାଇ ଥିଲେ ସତର୍କ । ଏହା ସତ୍ତ୍ୱେ, ୟୁକ୍ରେନରେ ଧ୍ୱଂସ ଲୀଳା ରଚିବାରେ ପଛକୁ ହଟୁ ନାହିଁ ରୁଷ୍। ଗତ ରାତିରେ ରୁଷ୍ ଗୋଟିଏ ଜେଲ୍ ଓ ହସ୍ପିଟାଲ ଉପରେ ବାଲିଷ୍ଟିକ୍ ମିସାଇଲରେ ଆକ୍ରମଣ କରିଛି, ଯେଉଁଥିରେ ଅତି କମ୍ରେ ୨୨ ଜଣ ଲୋକଙ୍କ ଜୀବନ ଯାଇଥିବା ଖବର ଆସିଛି। ୟୁକ୍ରେନର ଜପୋରେଜ୍ଜିୟା ଅଞ୍ଚଳରେ ଏକ ଜେଲ୍ ଉପରେ ରୁଷ୍ ଗ୍ଲାଇଡ୍ ବୋମାରେ ଆକ୍ରମଣ କରିଥିଲା। ଏଠାରେ ପାଖାପାଖି ୧୭ଜଣ କଏଦୀଙ୍କ ମୃତ୍ୟୁ ହୋଇଛି।ୟୁକ୍ରେନର ଷ୍ଟେଟ୍ କ୍ରିମିନାଲ ଏଗଜିକ୍ୟୁଟିଭ୍ ସର୍ଭିସ୍ ଅନୁସାରେ , ଏହି ହମଲା ସୋମବାର ବିଳମ୍ୱିତ ରାତିରେ କରାଯାଇଛି, ଯେଉଁଥିରେ ଚାରୋଟି ବୋମା ପକାଇ ‘ବିଲେନକିଭସ୍କା କରେକ୍ସନଲ କଲୋନି’କୁ ଟାର୍ଗେଟ୍ କରାଯାଇଛି। କର୍ତ୍ତୃପକ୍ଷ କହିଛନ୍ତି ଯେ, ଅତି କମ୍ରେ ୪୨ ଜଣ ଦଏଦୀଙ୍କୁ ଗୁରୁତର ସ୍ଥିତିରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଉ ୪୦ ଜଣ ଅନ୍ୟ ଲୋକେ ଆହତ ହୋଇଛନ୍ତି। ସେମାନେ କହିଛନ୍ତି ଯେ, ହମଲାରେ ଜେଲ୍ର ଭୋଜନ କକ୍ଷ ଧ୍ୱଂସ ହୋଇ ଯାଇଛି, ପ୍ରଶାସନିକ ଭବନର କ୍ଷତି ହୋଇଛି , କିନ୍ତୁ ଜେଲ୍ର ସୀମାନ୍ତ ବାଡ଼ ସୁରକ୍ଷିତ ଅଛି ଏବଂ କୌଣସି କଏଦୀଙ୍କ ଫେରାର ହେବାର ସୂଚନା ନାହିଁ।ରିପୋର୍ଟ ମୁତାବିକ , ଡନିପ୍ରୋ ଅଞ୍ଚ
ନୂଆଦିଲ୍ଲୀ : ରୁଷ୍ ଓ ୟକ୍ରେନ ମଧ୍ୟରେ ଯୁଦ୍ଧ ବିରତିକୁ ନେଇ ଆକ୍ସନ ମୁଡରେ ଆମେରିକାର ରାଷ୍ଟ୍ରପତି। ଭ୍ଲାଦିମିର ପୁଟିନଙ୍କୁ ଦେଇଥିଲେ ଧମକ । ତୁରନ୍ତ ଯୁଦ୍ଧରେ ରୋକ୍ ଲଗେଇବାକୁ କରାଇ ଥିଲେ ସତର୍କ । ଏହା ସତ୍ତ୍ୱେ, ୟୁକ୍ରେନରେ ଧ୍ୱଂସ ଲୀଳା ରଚିବାରେ ପଛକୁ ହଟୁ ନାହିଁ ରୁଷ୍। ଗତ ରାତିରେ ରୁଷ୍ ଗୋଟିଏ ଜେଲ୍ ଓ ହସ୍ପିଟାଲ ଉପରେ ବାଲିଷ୍ଟିକ୍ ମିସାଇଲରେ ଆକ୍ରମଣ କରିଛି, ଯେଉଁଥିରେ ଅତି କମ୍ରେ ୨୨ ଜଣ ଲୋକଙ୍କ ଜୀବନ ଯାଇଥିବା ଖବର ଆସିଛି। ୟୁକ୍ରେନର ଜପୋରେଜ୍ଜିୟା ଅଞ୍ଚଳରେ ଏକ ଜେଲ୍ ଉପରେ ରୁଷ୍ ଗ୍ଲାଇଡ୍ ବୋମାରେ ଆକ୍ରମଣ କରିଥିଲା। ଏଠାରେ ପାଖାପାଖି ୧୭ଜଣ କଏଦୀଙ୍କ ମୃତ୍ୟୁ ହୋଇଛି।
ୟୁକ୍ରେନର ଷ୍ଟେଟ୍ କ୍ରିମିନାଲ ଏଗଜିକ୍ୟୁଟିଭ୍ ସର୍ଭିସ୍ ଅନୁସାରେ , ଏହି ହମଲା ସୋମବାର ବିଳମ୍ୱିତ ରାତିରେ କରାଯାଇଛି, ଯେଉଁଥିରେ ଚାରୋଟି ବୋମା ପକାଇ ‘ବିଲେନକିଭସ୍କା କରେକ୍ସନଲ କଲୋନି’କୁ ଟାର୍ଗେଟ୍ କରାଯାଇଛି। କର୍ତ୍ତୃପକ୍ଷ କହିଛନ୍ତି ଯେ, ଅତି କମ୍ରେ ୪୨ ଜଣ ଦଏଦୀଙ୍କୁ ଗୁରୁତର ସ୍ଥିତିରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଉ ୪୦ ଜଣ ଅନ୍ୟ ଲୋକେ ଆହତ ହୋଇଛନ୍ତି। ସେମାନେ କହିଛନ୍ତି ଯେ, ହମଲାରେ ଜେଲ୍ର ଭୋଜନ କକ୍ଷ ଧ୍ୱଂସ ହୋଇ ଯାଇଛି, ପ୍ରଶାସନିକ ଭବନର କ୍ଷତି ହୋଇଛି , କିନ୍ତୁ ଜେଲ୍ର ସୀମାନ୍ତ ବାଡ଼ ସୁରକ୍ଷିତ ଅଛି ଏବଂ କୌଣସି କଏଦୀଙ୍କ ଫେରାର ହେବାର ସୂଚନା ନାହିଁ।
ରିପୋର୍ଟ ମୁତାବିକ , ଡନିପ୍ରୋ ଅଞ୍ଚଳରେ ରୁଷୀୟ ମିସାଇଲ ହମଲାରେ ତିନି ମହଲା କୋଠା ଧ୍ୱଂସ ବିଧ୍ୱଂସ ହୋଇ ଯାଇଛି। ସେଠାରେ ପାଖରେ ଥିବା ହସ୍ପିଟାଲକୁ ମଧ୍ୟ କ୍ଷତି ହୋଇଛି। ଅଧିକାରୀଙ୍କ କହିବାନୁସାରେ, ହସ୍ପିଟାଲରେ ଅତି କମ୍ରେ ଚାରି ଜଣ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ଆଠ ଜଣ ଆହତ ହୋଇଛନ୍ତି। ୟୁକ୍ରେନୀ ରାଷ୍ଟ୍ରପତି କହିଛନ୍ତି ଯେ, ରୁଷ୍ ୭୩ଟି ସହର , ଗାଁ ଓ ଟାଉନରେ ହମଲା କରିଛି , ଯେଉଁଥିରେ ୨୨ ଜଣ ଲୋକଙ୍କ ଜୀବନ ଯାଇଛି।
ସୋମବାର ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ, ରୁଷ୍ର ୫୦ ଦିନର ସମୟ ସୀମା ଶେଷ ହେଉଛି। ଆଗାମୀ ୧୦ରୁ ୧୨ ଦିନରେ ପୁଟିନଙ୍କୁ ଯୁଦ୍ଧବିରତି ଘୋଷଣା କରିବାକୁ ହେବ। ଗତ ଦିନରେ ସ୍କଟଲାଣ୍ଡ ଗସ୍ତ ସମୟରେ ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ, ସେ ପୁଟିନଙ୍କ ପକ୍ଷରୁ ବହୁତ ନିରାଶ ଅଛନ୍ତି। ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପଙ୍କ ଡେଡଲାଇନ୍ ଥିବା ପଦକ୍ଷେପର ୟୁକ୍ରେନୀ ରାଷ୍ଟ୍ରପତି ଜେଲେନସ୍କି ପ୍ରଶଂସା କରିଛନ୍ତି।
ଟ୍ରମ୍ପ ୧୪ ଜୁଲାଇରେ କହିଥିଲେ ଯେ, ଯଦି ସେପ୍ଟେମ୍ୱରର ଆରମ୍ଭ ଯାଏ ଶାନ୍ତି ଚୁକ୍ତିନାମା ନହୋଇ ଥାଏ ,ତ ସେ ରୁଷ୍ ଉପରେ ଅତ୍ୟଧିକ ଶୁଳ୍କ ଲଗାଇବେ କିନ୍ତୁ ଗତ ସୋମବାର ଟ୍ରମ୍ପ କହିଥିଲେ ଯେ, ଏବେ ସେ ପୁଟିନଙ୍କୁ କେବଳ ୧୦ରୁ ୧୨ ଦିନର ସମୟ ଦେଉଛନ୍ତି ଅର୍ଥାତ୍ ସେ ଚାହାନ୍ତି କି, ୭ରୁ ୯ ଅଗଷ୍ଟ ଯାଏ ଶାନ୍ତିର ପ୍ରୟାସରେ ଠୋସ୍ ପ୍ରଗତି ହେଉ।
ଟ୍ରମ୍ପଙ୍କ ଏହି ପଦକ୍ଷେପ ଅନୁସାରେ , ରୁଷ୍ର ବାଣିଜ୍ୟିକ ପାର୍ଟନରସିପ୍ ଉପରେ ମଧ୍ୟ ପ୍ରତିବନ୍ଧକ ଓ ଅତିରିକ୍ତ ଶୁଳ୍କ ଲାଗୁ ହେବାର ଆଶା କରାଯାଉଛି। ଟ୍ରମ୍ପ କହିଛନ୍ତି ଯେ, ଏହାର ଔପଚାରିକ ଘୋଷଣା ପରେ କରାଯାଉଛି। ସମୟ ସୀମା ଘଟାଇବାକୁ ନେଇ ଟ୍ରମ୍ପ କହିଛନ୍ତି , ଅପେକ୍ଷାର କୌଣସି ଠୋସ୍ କାରଣ ନାହିଁ। ଆମେ କୌଣସି ଅଗ୍ରଗତି ଦେଖୁ ନାହୁଁ।