ବିତ୍ତୀୟ ନିଅଣ୍ଟ ୫୨.୫%କୁ ବୃଦ୍ଧି! କମିଛି ଖର୍ଚ୍ଚ ଓ ରାଜସ୍ୱ
ନୂଆଦିଲ୍ଲୀ: ଭାରତର ବାଣିଜ୍ୟିକ କ୍ଷତି ଚିନ୍ତାଜନକ ଭାବେ ବଢ଼ି ଚାଲିଛି। କେନ୍ଦ୍ର ସରକାର ଜାରି କରିଥିବା ତଥ୍ୟ ଅନୁସାରେ, ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ୮ ମାସ (ଏପ୍ରିଲ-ନଭେମ୍ବର) ରେ ଭାରତର ଆର୍ଥିକ ନିଅଣ୍ଟ ୮.୪୭ ଲକ୍ଷ କୋଟିରେ ପହଞ୍ଚିଛି। ଏହା ସମ୍ପୂର୍ଣ୍ଣ ବର୍ଷର ଆକଳନର ୫୨.୫%। ତେବେ ଉଭୟ ସରକାରୀ ଖର୍ଚ୍ଚ ଏବଂ ରାଜସ୍ୱ ସଂଗ୍ରହ ମନ୍ଥର ରହିଛି। ଏପ୍ରିଲ-ନଭେମ୍ବର ମାସରେ ସରକାର ୧୪.୪୩ ଲକ୍ଷ କୋଟି ଟ୍ୟାକ୍ସ ସଂଗ୍ରହ କରିଛନ୍ତି। ଯାହା ବାର୍ଷିକ ଲକ୍ଷ୍ୟର ୫୬%। ଗତ ବର୍ଷ ସମାନ ଅବଧିରେ ଏହା ୧୪.୩୬ ଲକ୍ଷ କୋଟି ହୋଇଥିଲା। ସେହିପରି ଏହି ସମୟ ମଧ୍ୟରେ ମୋଟ ସରକାରୀ ଖର୍ଚ୍ଚ ୨୭.୪୧ ଲକ୍ଷ କୋଟି ଥିଲା, ଯାହା ବାର୍ଷିକ ଲକ୍ଷ୍ୟର ୫୭%। ଗତ ବର୍ଷ ଏହା ୨୬.୫୨ ଲକ୍ଷ କୋଟି ଥିଲା।ସେହିପରି ପୁଞ୍ଜିଗତ ବ୍ୟୟ ବା କ୍ୟାପିଟାଲ ଏକ୍ସପେଣ୍ଡିଚର କଥା ଭାବିଲେ ଭିତ୍ତିଭୂମୀ(ଇନ୍ଫ୍ରାଷ୍ଟ୍ରକ୍ଚର) ପାଇଁ ଖର୍ଚ୍ଚ କମିଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ୫.୧୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି, ଯାହା ବାର୍ଷିକ ଲକ୍ଷ୍ୟର ୪୬.୨% । ଗତ ବର୍ଷ ସମାନ ଅବଧିରେ ଏହା ୫.୮୬ ଲକ୍ଷ କୋଟି ଥିଲା।ଜାତୀୟ ନିର୍ବାଚନ ଯୋଗୁ ଖର୍ଚ୍ଚର ଗତି ମନ୍ଥର ହୋଇଛି। ବାର୍ଷିକ ଲକ୍ଷ୍ୟଠାରୁ ପୁଞ୍ଜି ଖର୍ଚ୍ଚ କମ୍ ହେବାର ସମ୍ଭାବନା ରହିଛି। ଅର୍ଥନୀତିଜ୍ଞମାନଙ୍କ କହିବା କଥା ହେଲା କମ୍ ଖର୍ଚ୍ଚ କାରଣରୁ ଆର୍ଥିକ ନିଅଣ୍ଟ ଜିଡିପିର ୪.୯% ଲକ୍ଷ୍ୟଠାରୁ କମ୍ ହୋଇପାରେ
ନୂଆଦିଲ୍ଲୀ: ଭାରତର ବାଣିଜ୍ୟିକ କ୍ଷତି ଚିନ୍ତାଜନକ ଭାବେ ବଢ଼ି ଚାଲିଛି। କେନ୍ଦ୍ର ସରକାର ଜାରି କରିଥିବା ତଥ୍ୟ ଅନୁସାରେ, ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ୮ ମାସ (ଏପ୍ରିଲ-ନଭେମ୍ବର) ରେ ଭାରତର ଆର୍ଥିକ ନିଅଣ୍ଟ ୮.୪୭ ଲକ୍ଷ କୋଟିରେ ପହଞ୍ଚିଛି। ଏହା ସମ୍ପୂର୍ଣ୍ଣ ବର୍ଷର ଆକଳନର ୫୨.୫%। ତେବେ ଉଭୟ ସରକାରୀ ଖର୍ଚ୍ଚ ଏବଂ ରାଜସ୍ୱ ସଂଗ୍ରହ ମନ୍ଥର ରହିଛି।
ଏପ୍ରିଲ-ନଭେମ୍ବର ମାସରେ ସରକାର ୧୪.୪୩ ଲକ୍ଷ କୋଟି ଟ୍ୟାକ୍ସ ସଂଗ୍ରହ କରିଛନ୍ତି। ଯାହା ବାର୍ଷିକ ଲକ୍ଷ୍ୟର ୫୬%। ଗତ ବର୍ଷ ସମାନ ଅବଧିରେ ଏହା ୧୪.୩୬ ଲକ୍ଷ କୋଟି ହୋଇଥିଲା। ସେହିପରି ଏହି ସମୟ ମଧ୍ୟରେ ମୋଟ ସରକାରୀ ଖର୍ଚ୍ଚ ୨୭.୪୧ ଲକ୍ଷ କୋଟି ଥିଲା, ଯାହା ବାର୍ଷିକ ଲକ୍ଷ୍ୟର ୫୭%। ଗତ ବର୍ଷ ଏହା ୨୬.୫୨ ଲକ୍ଷ କୋଟି ଥିଲା।
ସେହିପରି ପୁଞ୍ଜିଗତ ବ୍ୟୟ ବା କ୍ୟାପିଟାଲ ଏକ୍ସପେଣ୍ଡିଚର କଥା ଭାବିଲେ ଭିତ୍ତିଭୂମୀ(ଇନ୍ଫ୍ରାଷ୍ଟ୍ରକ୍ଚର) ପାଇଁ ଖର୍ଚ୍ଚ କମିଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ୫.୧୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି, ଯାହା ବାର୍ଷିକ ଲକ୍ଷ୍ୟର ୪୬.୨% । ଗତ ବର୍ଷ ସମାନ ଅବଧିରେ ଏହା ୫.୮୬ ଲକ୍ଷ କୋଟି ଥିଲା।
ଜାତୀୟ ନିର୍ବାଚନ ଯୋଗୁ ଖର୍ଚ୍ଚର ଗତି ମନ୍ଥର ହୋଇଛି। ବାର୍ଷିକ ଲକ୍ଷ୍ୟଠାରୁ ପୁଞ୍ଜି ଖର୍ଚ୍ଚ କମ୍ ହେବାର ସମ୍ଭାବନା ରହିଛି। ଅର୍ଥନୀତିଜ୍ଞମାନଙ୍କ କହିବା କଥା ହେଲା କମ୍ ଖର୍ଚ୍ଚ କାରଣରୁ ଆର୍ଥିକ ନିଅଣ୍ଟ ଜିଡିପିର ୪.୯% ଲକ୍ଷ୍ୟଠାରୁ କମ୍ ହୋଇପାରେ। ସରକାରଙ୍କ ଏହି ଆକଳନଗୁଡିକ ନିର୍ବାଚନ ବର୍ଷଗୁଡ଼ିକର ଚାପ ଏବଂ ଖର୍ଚ୍ଚର ମନ୍ଥର ଗତିକୁ ଦର୍ଶାଉଛି। ତେଣୁ ୨୦୨୪-୨୫ ଆର୍ଥିକ ବର୍ଷର ବାକିଥିବା ମାସଗୁଡ଼ିକରେ ସରକାର ଆର୍ଥିକ ସୁଧାର ଦିଗରେ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବା ବାକି ରହିଲା।