ଯାଦୁ ଶିଖି ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି କି ? ଏଠାରୁ କରିପାରିବେ କୋର୍ସ…

ନୂଆଦିଲ୍ଲୀ ୨୧।୦୨: ମ୍ୟାଜିକ୍ ଶିଖିବାକୁ ପାଇଁ ଆଗ୍ରହୀ କି ? ଏହାକୁ କ୍ୟାରିୟର କରିବାକୁ ଚାହୁଁଛନ୍ତି । କିନ୍ତୁ କେମିତି କରିବେ କ୍ୟାରୟର, ଆସନ୍ତୁ ଜାଣିବା… ଦେଶବିଦେଶର ଅନେକ ପ୍ରତିଷ୍ଠାନ ଏବଂ ଯାଦୁକର ଯାଦୁ ଶିକ୍ଷା ଦିଅନ୍ତି। ଚେନ୍ନାଇର ଇଣ୍ଡିଆନ୍ ମ୍ୟାଜିକ୍ ଏକାଡେମୀ (IMA)ରେ ମ୍ୟାଜିକ୍ର ଟ୍ରେନିଂ ଏବଂ ପର୍ଫମିଙ୍ଗ ଆର୍ଟସର କୋର୍ସ କରାଯାଏ । ଦିଲ୍ଲୀ ସ୍କୁଲ ଅଫ୍ ମ୍ୟାଜିକ୍ (DSM), ଇଣ୍ଟରନ୍ୟାସନାଲ୍ ଏକାଡେମୀ ଅଫ୍ ଇଲ୍ୟୁଜନ ଆଣ୍ଡ ମ୍ୟାଜିକ୍ (IAIM)ରୁ କ୍ଲୋଜ୍-ଅପ୍ ମ୍ୟାଜିକ୍, ଷ୍ଟେଜ୍ ମ୍ୟାଜିକ୍, କାର୍ଡ ଟ୍ରିକ୍ସ୍ ଇତ୍ୟାଦି ଶିଖିପାରିବେ। ସେହିପରି  ଆମେରିକାର ମ୍ୟାଜିକ୍ ଆଣ୍ଡ ମିଷ୍ଟ୍ରି ସ୍କୁଲ, ଦକ୍ଷିଣ ଆଫ୍ରିକାର କଲେଜ ଅଫ୍ ମ୍ୟାଜିକ୍ କେପ୍ ଟାଉନ୍ ଏବଂ ଲାସ୍ ଭେଗାସ୍ର ମ୍ୟାକବ୍ରାଇଡ୍ ମ୍ୟାଜିକ୍ ଆଣ୍ଡ ମିଷ୍ଟ୍ରି ସ୍କୁଲ ଯାଦୁ ଶିଖାଇଥାନ୍ତି ।  ୟୁକେର ଏକ୍ସେଟର ବିଶ୍ୱବିଦ୍ୟାଳୟ  ମ୍ୟାଜିକ୍ ଏବଂ ଅକଲ୍ଟ ସାଇନ୍ସରେ MSc ପ୍ରଦାନ କରିଥାଏ । ଏହି ପିଜି ଡିଗ୍ରୀ କୋର୍ସ ଯାଦୁ, ଗୁପ୍ତ ବିଦ୍ୟା ଏବଂ ଗୁପ୍ତ ବିଦ୍ୟାର ଐତିହାସିକ ଏବଂ ସାଂସ୍କୃତିକ ଦିଗଗୁଡ଼ିକ ଉପରେ ଧ୍ୟାନ ଦିଏ। ପ୍ରାରମ୍ଭିକ କୋର୍ସ ୩ ମାସରୁ ଏକ ବର୍ଷ ପର୍ଯ୍ୟନ୍ତ ହୋଇଥାଏ । ଯେଉଁଥିରେ ସପ୍ତାହାନ୍ତରେ ସେଶନ୍ ହୁଏ ଏବଂ ପ୍ରତି ଅଧିବେଶନରେ ଗୋଟିଏ ଟ୍ରିକ୍ ଶିକ୍ଷାଯାଏ । ଆପଣ ତିନି ମାସର କୋର୍ସରେ ପ୍ରାୟ ୪୦ଟି ଟ୍ରିକ୍ ଶିଖିପାରିବେ । କୋର୍ସର ଫି

ଯାଦୁ ଶିଖି ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି କି ? ଏଠାରୁ କରିପାରିବେ କୋର୍ସ…

ନୂଆଦିଲ୍ଲୀ ୨୧।୦୨: ମ୍ୟାଜିକ୍ ଶିଖିବାକୁ ପାଇଁ ଆଗ୍ରହୀ କି ? ଏହାକୁ କ୍ୟାରିୟର କରିବାକୁ ଚାହୁଁଛନ୍ତି । କିନ୍ତୁ କେମିତି କରିବେ କ୍ୟାରୟର, ଆସନ୍ତୁ ଜାଣିବା… ଦେଶବିଦେଶର ଅନେକ ପ୍ରତିଷ୍ଠାନ ଏବଂ ଯାଦୁକର ଯାଦୁ ଶିକ୍ଷା ଦିଅନ୍ତି। ଚେନ୍ନାଇର ଇଣ୍ଡିଆନ୍ ମ୍ୟାଜିକ୍ ଏକାଡେମୀ (IMA)ରେ ମ୍ୟାଜିକ୍ର ଟ୍ରେନିଂ ଏବଂ ପର୍ଫମିଙ୍ଗ ଆର୍ଟସର କୋର୍ସ କରାଯାଏ । 

ଦିଲ୍ଲୀ ସ୍କୁଲ ଅଫ୍ ମ୍ୟାଜିକ୍ (DSM), ଇଣ୍ଟରନ୍ୟାସନାଲ୍ ଏକାଡେମୀ ଅଫ୍ ଇଲ୍ୟୁଜନ ଆଣ୍ଡ ମ୍ୟାଜିକ୍ (IAIM)ରୁ କ୍ଲୋଜ୍-ଅପ୍ ମ୍ୟାଜିକ୍, ଷ୍ଟେଜ୍ ମ୍ୟାଜିକ୍, କାର୍ଡ ଟ୍ରିକ୍ସ୍ ଇତ୍ୟାଦି ଶିଖିପାରିବେ। ସେହିପରି  ଆମେରିକାର ମ୍ୟାଜିକ୍ ଆଣ୍ଡ ମିଷ୍ଟ୍ରି ସ୍କୁଲ, ଦକ୍ଷିଣ ଆଫ୍ରିକାର କଲେଜ ଅଫ୍ ମ୍ୟାଜିକ୍ କେପ୍ ଟାଉନ୍ ଏବଂ ଲାସ୍ ଭେଗାସ୍ର ମ୍ୟାକବ୍ରାଇଡ୍ ମ୍ୟାଜିକ୍ ଆଣ୍ଡ ମିଷ୍ଟ୍ରି ସ୍କୁଲ ଯାଦୁ ଶିଖାଇଥାନ୍ତି ।  

ୟୁକେର ଏକ୍ସେଟର ବିଶ୍ୱବିଦ୍ୟାଳୟ  ମ୍ୟାଜିକ୍ ଏବଂ ଅକଲ୍ଟ ସାଇନ୍ସରେ MSc ପ୍ରଦାନ କରିଥାଏ । ଏହି ପିଜି ଡିଗ୍ରୀ କୋର୍ସ ଯାଦୁ, ଗୁପ୍ତ ବିଦ୍ୟା ଏବଂ ଗୁପ୍ତ ବିଦ୍ୟାର ଐତିହାସିକ ଏବଂ ସାଂସ୍କୃତିକ ଦିଗଗୁଡ଼ିକ ଉପରେ ଧ୍ୟାନ ଦିଏ। ପ୍ରାରମ୍ଭିକ କୋର୍ସ ୩ ମାସରୁ ଏକ ବର୍ଷ ପର୍ଯ୍ୟନ୍ତ ହୋଇଥାଏ । ଯେଉଁଥିରେ ସପ୍ତାହାନ୍ତରେ ସେଶନ୍ ହୁଏ ଏବଂ ପ୍ରତି ଅଧିବେଶନରେ ଗୋଟିଏ ଟ୍ରିକ୍ ଶିକ୍ଷାଯାଏ । 

ଆପଣ ତିନି ମାସର କୋର୍ସରେ ପ୍ରାୟ ୪୦ଟି ଟ୍ରିକ୍ ଶିଖିପାରିବେ । କୋର୍ସର ଫି ୩୫୦୦ରୁ ୧ ଲକ୍ଷ ପର୍ଯ୍ୟନ୍ତ ହୋଇପାରେ । ଯଦି ରୋଜଗାର କଥା କହିବା ତେବେ ଜଣେ ମ୍ୟାଜିସିଆନ୍ ଆରମ୍ଭରେ ପ୍ରତି ମାସରେ ୧୫-୩୦ ହଜାର ରୋଜଗାର କରିପାରିବେ । ଆଉ ପ୍ରଫେସନାଲ୍ ମ୍ୟାଜିସିଆନ୍ ୫୦ ହଜାରରୁ ୨ ଲକ୍ଷ ପର୍ଯ୍ୟନ୍ତ ରୋଜଗାର କରିପାରନ୍ତି । ତେବେ ଅନେକ କ୍ଷେତ୍ରରେ ଏହି ରୋଜଗାର ଇଭେଣ୍ଟ ଉପରେ ମଧ୍ୟ ନିର୍ଭର କରିଥାଏ ।