ବେଙ୍ଗାଲୁରୁ ବିସ୍ଫୋରଣ ମାଷ୍ଟରମାଇଣ୍ଡ ପଶ୍ଚିମବଙ୍ଗରେ ଗିରଫ

ବେଙ୍ଗାଲୁରୁ/ନୂଆଦିଲ୍ଲୀ,୧୩ା୪: ଗତ ମାସରେ ବେଙ୍ଗାଲୁରୁର ରାମେଶ୍ୱରମ୍‌ କାଫେ ବିସ୍ଫୋରଣ ଘଟଣାରେ ଏହାର ମାଷ୍ଟରମାଇଣ୍ଡ ଏବଂ ବୋମା ଖଞ୍ଜିଥିବା ୨ ଅଭିଯୁକ୍ତଙ୍କୁ ପଶ୍ଚିମବଙ୍ଗ ପୂର୍ବ ମେଦିନିପୁର ଜିଲାର କାନ୍ଥି ଅଞ୍ଚଳରୁ ଗିରଫ କରାଯାଇଛି। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଶୁକ୍ରବାର ସକାଳେ ଏହି ସୂଚନା ଦେଇଛି। କେନ୍ଦ୍ରୀୟ ଗୋଇନ୍ଦା ସଂସ୍ଥା ଏବଂ ପଶ୍ଚିମବଙ୍ଗ, କର୍ନାଟକ, ତେଲଙ୍ଗାନା ଓ କେରଳ ପୋଲିସର ମିଳିତ ଅଭିଯାନ ପରେ ଅଭିଯୁକ୍ତ ମୁସାଭିର ହୁସେନ୍‌ ଶାଜେବ ଏବଂ ଅବଦୁଲ ମାଥିନ ତାହାଙ୍କୁ ଗିରଫ କରାଯାଇଛି। ସେମାନେ […] The post ବେଙ୍ଗାଲୁରୁ ବିସ୍ଫୋରଣ ମାଷ୍ଟରମାଇଣ୍ଡ ପଶ୍ଚିମବଙ୍ଗରେ ଗିରଫ appeared first on Dharitri Odia News.

ବେଙ୍ଗାଲୁରୁ ବିସ୍ଫୋରଣ ମାଷ୍ଟରମାଇଣ୍ଡ ପଶ୍ଚିମବଙ୍ଗରେ ଗିରଫ

ବେଙ୍ଗାଲୁରୁ/ନୂଆଦିଲ୍ଲୀ,୧୩ା୪: ଗତ ମାସରେ ବେଙ୍ଗାଲୁରୁର ରାମେଶ୍ୱରମ୍‌ କାଫେ ବିସ୍ଫୋରଣ ଘଟଣାରେ ଏହାର ମାଷ୍ଟରମାଇଣ୍ଡ ଏବଂ ବୋମା ଖଞ୍ଜିଥିବା ୨ ଅଭିଯୁକ୍ତଙ୍କୁ ପଶ୍ଚିମବଙ୍ଗ ପୂର୍ବ ମେଦିନିପୁର ଜିଲାର କାନ୍ଥି ଅଞ୍ଚଳରୁ ଗିରଫ କରାଯାଇଛି। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଶୁକ୍ରବାର ସକାଳେ ଏହି ସୂଚନା ଦେଇଛି। କେନ୍ଦ୍ରୀୟ ଗୋଇନ୍ଦା ସଂସ୍ଥା ଏବଂ ପଶ୍ଚିମବଙ୍ଗ, କର୍ନାଟକ, ତେଲଙ୍ଗାନା ଓ କେରଳ ପୋଲିସର ମିଳିତ ଅଭିଯାନ ପରେ ଅଭିଯୁକ୍ତ ମୁସାଭିର ହୁସେନ୍‌ ଶାଜେବ ଏବଂ ଅବଦୁଲ ମାଥିନ ତାହାଙ୍କୁ ଗିରଫ କରାଯାଇଛି। ସେମାନେ କୋଲକାତା ଯାଉଥିଲେ ବୋଲି ଏନ୍‌ଆଇଏ କହିଛି। ଶାଜେବ ଏକ ବ୍ୟାଗ୍‌ରେ ବିସ୍ଫୋରକ ଡିଭାଇସ୍‌ ନେଇ ଲୋକପ୍ରିୟ କାଫେରେ ଖଞ୍ଜିଥିଲା ବୋଲି ଉପଲବ୍ଧ ହୋଇଥିବା ତଥ୍ୟ ପ୍ରମାଣରୁ ସୂଚନା ମିଳିଛି। ଆକ୍ରମଣ କରିବା ଓ ଖସିପଳାଇବାର ଯୋଜନା ତାହା କରିଥିଲା ବୋଲି ଜଣାପଡ଼ିଛି। ଗତ ମାସରେ ଏହି ମାମଲାରେ ମୁଜାମିଲ ଶରିଫଙ୍କୁ ଗିରଫ କରାଯାଇଥିଲା। ସେ ଶାଜେବ ଏବଂ ତାହାଙ୍କୁ ଲଜିଷ୍ଟିକାଲ ସହାୟତା କରିଥିଲେ ବୋଲି ଏନ୍‌ଆଇଏ କହିଛି। ତେବେ ପଶ୍ଚିମବଙ୍ଗରୁ ୨ ଅଭିଯୁକ୍ତ ଗିରଫ ହେବା ନେଇ ଶାସକ ତୃଣମୂଳ କଂଗ୍ରେସ ଏବଂ ଭାଜପା ମଧ୍ୟରେ ରାଜନୈତିକ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ପଶ୍ଚିମବଙ୍ଗ ଆତଙ୍କବାଦୀଙ୍କ ଭୂସ୍ବର୍ଗରେ ପରିଣତ ହୋଇଥିବା ଏହି ଗିରଫଦାରିରୁ ସ୍ପଷ୍ଟ ହୋଇଛି ବୋଲି ଭାଜପାର ସୋସିଆଲ ମିଡିଆ ମୁଖ୍ୟ ଅମିତ ମାଲବ୍ୟ କହିଥିବାବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଭାଜପା ତାଙ୍କ ରାଜ୍ୟ ବିରୋଧରେ ମନଗଢ଼ା କାହାଣୀର ପ୍ରସାର କରୁଥିବା ସେ ଅଭିଯୋଗ କରିଛନ୍ତି।

The post ବେଙ୍ଗାଲୁରୁ ବିସ୍ଫୋରଣ ମାଷ୍ଟରମାଇଣ୍ଡ ପଶ୍ଚିମବଙ୍ଗରେ ଗିରଫ appeared first on Dharitri Odia News.