ଡୋନାଲ୍ଡ ଟ୍ରମ୍ପଙ୍କ ବମ୍ପର ବିଜୟରେ ବୁଡିଗଲା ଏହି ଦେଶ, ଜାଣନ୍ତୁ କରେନ୍ସୀ ମୂଲ୍ୟ ହେଲା କେତେ?
ନୂଆଦିଲ୍ଲୀ ୬।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ସହିତ ଇରାନର ପରିସ୍ଥିତି ଜଟିଳ ହୋଇପଡିଛି। ଇରାନ କରେନ୍ସୀ ରିୟାଲ ବୁଧବାର ସର୍ବକାଳୀନ ନିମ୍ନ ସ୍ତରକୁ ପହଞ୍ଚିଯାଇଛି। କାରବାର କାଳରେ ଡଲାର ମୁକାବିଲାରେ ରିୟାଲ ଦାମ ୭,୦୩,୦୦୦ ହୋଇଯାଇଛି। ୨୦୧୫ ମସିହାରେ ଇରାନର ପରମାଣୁ ରାଜିନାମା କାଳରେ ଗୋଟିଏ ରିୟାଲର ଦାମ ଆମେରିକା ଡଲାର ତୁଳନାରେ ୩୨ହଜାର ଥିଲା। ୨୦୧୮ ମସିହାରେ ଟ୍ରମ୍ପ ଏକ ପାଖିଆ ଭାବେ ଏହି ରାଜିନାମାରୁ ଓହରି ଯାଇଥିଲେ। ଫଳରେ ଦୁଇ ଦେଶଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା, ଯାହା ଆଜି ବି କାୟମ ରହିଛି। ଯେଉଁଦିନ ଇରାନର ସଂସ୍କାରବାଦୀ ରାଷ୍ଟ୍ରପତି ମସୁଦ ପେଜେସକିୟନ ଶପଥ ଗ୍ରହଣ କରିଥିଲେ ସେଦିନ ଡଲାର ତୁଳନାରେ ଇରାନୀ ମୁଦ୍ରାର ମୂଲ୍ୟ ୫,୮୪,୦୦୦ ଥିଲା। ହେଲେ ଏଥର ଏହି ହ୍ରାସ ଏପରି ଏକ ସମୟରେ ହୋଇଛି ଯେତେବେଳେ ଇରାନର ଅର୍ଥ ବ୍ୟବସ୍ଥା ଦ୍ରୁତଗତିରେ ଚାଲିଥିବା ପରମାଣୁ କାର୍ଯ୍ୟକ୍ରମ ଯୋଗୁ ଦେଶ ଆନ୍ତର୍ଜାତିକ କଟକଣାର ସମ୍ମୁଖୀନ ହୋଇଛି। ହେଲିକପ୍ଟର ଦୁର୍ଘଟଣାରେ ମୌଳବାଦୀ ରାଷ୍ଟ୍ରପତି ଇବ୍ରାହୀମ ରଇସୀଙ୍କ ମୃତ୍ୟୁ ହେବା ପରେ ଦେଶରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ପେଜେସକିୟନ ଦେଶ ଉପରେ ଜାରି ପାଶ୍ଚାତ୍ୟ କଟକଣା କମ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ସର୍ତ୍ତରେ ରାଷ୍ଟ୍ରପତି ହୋଇଥିବା ପେଜେସକିୟନଙ୍କ ପାଇଁ ଉପୁଜିଥିବା ପରିସ୍ଥିତି ଏବେ ଚିନ୍ତାଜନକ ହୋଇଛି।
ନୂଆଦିଲ୍ଲୀ ୬।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ସହିତ ଇରାନର ପରିସ୍ଥିତି ଜଟିଳ ହୋଇପଡିଛି। ଇରାନ କରେନ୍ସୀ ରିୟାଲ ବୁଧବାର ସର୍ବକାଳୀନ ନିମ୍ନ ସ୍ତରକୁ ପହଞ୍ଚିଯାଇଛି। କାରବାର କାଳରେ ଡଲାର ମୁକାବିଲାରେ ରିୟାଲ ଦାମ ୭,୦୩,୦୦୦ ହୋଇଯାଇଛି। ୨୦୧୫ ମସିହାରେ ଇରାନର ପରମାଣୁ ରାଜିନାମା କାଳରେ ଗୋଟିଏ ରିୟାଲର ଦାମ ଆମେରିକା ଡଲାର ତୁଳନାରେ ୩୨ହଜାର ଥିଲା।
୨୦୧୮ ମସିହାରେ ଟ୍ରମ୍ପ ଏକ ପାଖିଆ ଭାବେ ଏହି ରାଜିନାମାରୁ ଓହରି ଯାଇଥିଲେ। ଫଳରେ ଦୁଇ ଦେଶଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା, ଯାହା ଆଜି ବି କାୟମ ରହିଛି। ଯେଉଁଦିନ ଇରାନର ସଂସ୍କାରବାଦୀ ରାଷ୍ଟ୍ରପତି ମସୁଦ ପେଜେସକିୟନ ଶପଥ ଗ୍ରହଣ କରିଥିଲେ ସେଦିନ ଡଲାର ତୁଳନାରେ ଇରାନୀ ମୁଦ୍ରାର ମୂଲ୍ୟ ୫,୮୪,୦୦୦ ଥିଲା। ହେଲେ ଏଥର ଏହି ହ୍ରାସ ଏପରି ଏକ ସମୟରେ ହୋଇଛି ଯେତେବେଳେ ଇରାନର ଅର୍ଥ ବ୍ୟବସ୍ଥା ଦ୍ରୁତଗତିରେ ଚାଲିଥିବା ପରମାଣୁ କାର୍ଯ୍ୟକ୍ରମ ଯୋଗୁ ଦେଶ ଆନ୍ତର୍ଜାତିକ କଟକଣାର ସମ୍ମୁଖୀନ ହୋଇଛି।
ହେଲିକପ୍ଟର ଦୁର୍ଘଟଣାରେ ମୌଳବାଦୀ ରାଷ୍ଟ୍ରପତି ଇବ୍ରାହୀମ ରଇସୀଙ୍କ ମୃତ୍ୟୁ ହେବା ପରେ ଦେଶରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ପେଜେସକିୟନ ଦେଶ ଉପରେ ଜାରି ପାଶ୍ଚାତ୍ୟ କଟକଣା କମ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ସର୍ତ୍ତରେ ରାଷ୍ଟ୍ରପତି ହୋଇଥିବା ପେଜେସକିୟନଙ୍କ ପାଇଁ ଉପୁଜିଥିବା ପରିସ୍ଥିତି ଏବେ ଚିନ୍ତାଜନକ ହୋଇଛି। ଏଥିରେ ପେଜେସକିୟନଙ୍କ ପ୍ରଶାସନର ଜନୈକ ମୁଖପାତ୍ର ଫତେମେହ ମୋହଜେରାନୀ ଏକ ସଂକ୍ଷିପ୍ତ ବୟାନ ରଖିଛନ୍ତି।
ମୋହଜେରାନୀ କହିଛନ୍ତି ଯେ ‘ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଆମର କୌଣସି ଖାସ ନେଣଦେଣ ନାହିଁ, ଆମେରିକା ଓ ଇରାନର ପ୍ରମୁଖ ନୀତିଗୁଡିକ ପୂର୍ବରୁ ନିର୍ଦ୍ଧାରିତ ସେଥିରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ। ଆମେ ପ୍ରଥମରୁ ଆବଶ୍ୟକୀୟ ପ୍ରସ୍ତୁତି କରି ନେଇଛୁ’। ଇରାନ ଏବେ ମଧ୍ୟ-ପ୍ରାଚ୍ୟ ଯୁଦ୍ଧରେ ସାମିଲ ହୋଇଯାଇଛି, ଏଥିରେ ତାର ସହଯୋଗୀମାନେ ଗୁରୁତର ପ୍ରଭାବିତ ହୋଇଛନ୍ତି। ଇସ୍ରାଏଲ ଗାଜା ଷ୍ଟ୍ରିପ୍ରେ ହମାସକୁ ଟାର୍ଗେଟ କରି ଯୁଦ୍ଧ ଚଳାଇ ରଖିଥିବା ବେଳେ ହିଜବୁଲ ବିରୋଧରେ ଲେବାନନ ଉପରେ ଆକ୍ରଣ ଜାରି ରଖିଛି।
ଇରାନ ଏବେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣ ଜବାବରେ ଅକ୍ଟୋବର ୨୬ ତାରିଖ ଦିନ ଇସ୍ରାଏଲ ଦେଶ ଉପରେ କରିଥିବା ଆକ୍ରମଣର କ୍ଷୟକ୍ଷତି ଆକଳନ କରୁଛି। ଯଦିଓ ଇସ୍ରାଏଲ ବିରୋଧରେ ଜବାବି କାର୍ଯ୍ୟାନୁଷ୍ଠାନ ନିମନ୍ତେ ଇରାନ ଧମକ ଦେଇଛି ଆମେରିକା ସୈନିକ ଏବେ କ୍ଷେପଣାସ୍ତ୍ର ନିରୋଧୀ ବ୍ୟାଟେରୀ ଉପରେ ସଜାଗ ଛିଡା ହୋଇଛନ୍ତି।