ଡୋନାଲ୍ଡ ଟ୍ରମ୍ପଙ୍କୁ ପାନେ ଦେଲେ Apple CEO! ମନା ସତ୍ତ୍ୱେ ଭାରତରେ କଲେ ବଡ଼ ନିବେଶ

ଓ୍ବାଶିଂଟନ,୨୦।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରାମର୍ଶ ମାନିଲେନି Apple CEO। ନିକଟରେ ଟ୍ରମ୍ପ ଭାରତରେ ଫ୍ୟାକ୍ଟ୍ରି ନିର୍ମାଣ କରିବାକୁ ମନା କରିଥିଲେ। କିନ୍ତୁ କମ୍ପାନୀ ଭାରତରେ ବଡ଼ ଯୋଜନା ସହିତ ଆଗକୁ ବଢ଼ୁଛି। ଆପଲର ଗୁରୁତ୍ୱପୂର୍ଣ୍ଣ ଯୋଗାଣକାରୀ Foxconn ଭାରତରେ ଏହାର ପ୍ଲାଣ୍ଟର ପରିଚାଳନା ପାଇଁ ଗତ ପାଞ୍ଚ ଦିନରେ ୧.୨୪ ବିଲିୟନ ଡଲାର ଅର୍ଥାତ୍‌ ପ୍ରାୟ ୧୨,୮୦୦ କୋଟି ଟଙ୍କାର ଏକ ବିପୁଳ ନିବେଶ କରିଛି। କମ୍ପାନୀ ପକ୍ଷରୁ ନିୟାମକ ଫାଇଲିଂରେ ଏହି ସୂଚନା […] The post ଡୋନାଲ୍ଡ ଟ୍ରମ୍ପଙ୍କୁ ପାନେ ଦେଲେ Apple CEO! ମନା ସତ୍ତ୍ୱେ ଭାରତରେ କଲେ ବଡ଼ ନିବେଶ appeared first on Dharitri Odia News.

ଡୋନାଲ୍ଡ ଟ୍ରମ୍ପଙ୍କୁ ପାନେ ଦେଲେ Apple CEO! ମନା ସତ୍ତ୍ୱେ ଭାରତରେ କଲେ ବଡ଼ ନିବେଶ

ଓ୍ବାଶିଂଟନ,୨୦।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରାମର୍ଶ ମାନିଲେନି Apple CEO। ନିକଟରେ ଟ୍ରମ୍ପ ଭାରତରେ ଫ୍ୟାକ୍ଟ୍ରି ନିର୍ମାଣ କରିବାକୁ ମନା କରିଥିଲେ। କିନ୍ତୁ କମ୍ପାନୀ ଭାରତରେ ବଡ଼ ଯୋଜନା ସହିତ ଆଗକୁ ବଢ଼ୁଛି। ଆପଲର ଗୁରୁତ୍ୱପୂର୍ଣ୍ଣ ଯୋଗାଣକାରୀ Foxconn ଭାରତରେ ଏହାର ପ୍ଲାଣ୍ଟର ପରିଚାଳନା ପାଇଁ ଗତ ପାଞ୍ଚ ଦିନରେ ୧.୨୪ ବିଲିୟନ ଡଲାର ଅର୍ଥାତ୍‌ ପ୍ରାୟ ୧୨,୮୦୦ କୋଟି ଟଙ୍କାର ଏକ ବିପୁଳ ନିବେଶ କରିଛି। କମ୍ପାନୀ ପକ୍ଷରୁ ନିୟାମକ ଫାଇଲିଂରେ ଏହି ସୂଚନା ଦିଆଯାଇଛି।

Foxconnର ତାମିଲନାଡୁ ୟୁନିଟ, ଉଝାନ ଟେକ୍ନୋଲୋଜି (ଇଣ୍ଡିଆ) ପ୍ରାଇଭେଟ ଲିମିଟେଡ ରେ ଏହି ନିବେଶ କରାଯାଇଛି। କମ୍ପାନୀ ଦ୍ୱାରା ଏହି ନିବେଶ ଏପରି ଏକ ସମୟରେ କରାଯାଇଛି ଯେତେବେଳେ ଆପଲ ତାର ବ୍ୟବସାୟକୁ ଚାଇନାରୁ ଭାରତକୁ ସ୍ଥାନାନ୍ତରିତ କରିବା ପାଇଁ ଏକ ବଡ଼ ଯୋଜନା ସହିତ ଆଗକୁ ବଢ଼ୁଛି। ଏହା ସହିତ, ଏହା ଦ୍ରୁତ ଗତିରେ ଏହାର ଉତ୍ପାଦନ ବୃଦ୍ଧି କରିବାକୁ ଚାହୁଁଛି।

ଆପଲର ସିଇଓ ଟିମ କୁକ ସମ୍ପ୍ରତି ଘୋଷଣା କରିଛନ୍ତି, ଜୁନ ତ୍ରୈମାସିକରେ ଆମେରିକାରେ ବିକ୍ରି ହୋଇଥିବା ଅଧିକାଂଶ ଆଇଫୋନ ଭାରତରେ ତିଆରି ହେବ। ଟାରିଫ୍‌କୁ ନେଇ ଅନିଶ୍ଚିତତା ଯୋଗୁ ଚାଇନାରେ ତିଆରି ଫୋନ ବିଶ୍ୱର ଅନ୍ୟ ବଜାରକୁ ପଠାଯିବ। FY25 ରେ ଭାରତରୁ Foxconnର ମୁଖ୍ୟତଃ ଆଇଫୋନ ଉତ୍ପାଦନ ବୃଦ୍ଧି ଯୋଗୁ ରାଜସ୍ବ ପ୍ରାୟ ଦୁଇଗୁଣ ବୃଦ୍ଧି ପାଇ ୨୦ ବିଲିୟନ ଡଲାର(୧.୭ ଲକ୍ଷ କୋଟି ଟଙ୍କା)ରେ ପହଞ୍ଚିଛି।

ସରକାରଙ୍କ ଆକଳନ ଅନୁଯାୟୀ, ଆପଲର ସମଗ୍ର ବିଶ୍ୱରେ ଆଇଫୋନ ଉତ୍ପାଦନର ପ୍ରାୟ ୧୫ ପ୍ରତିଶତ ଭାରତରେ ତିଆରି ହୁଏ। ଏହି ଆର୍ଥିକ ବର୍ଷରେ ଆପଲ ଏହାକୁ ୬ କୋଟିକୁ ବୃଦ୍ଧି କରିବାକୁ ଚେଷ୍ଟା କରୁଛି। ପୂର୍ବରୁ, କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ, ୨୦୨୫ ଆର୍ଥିକ ବର୍ଷରେ ଭାରତରୁ ରେକର୍ଡ ସଂଖ୍ୟକ ମୋବାଇଲ ରପ୍ତାନି ହୋଇଥିଲା, ଏଥିରେ ୧.୧୫ ଲକ୍ଷ ଆଇଫୋନ ରପ୍ତାନି ହୋଇଥିଲା।

 

The post ଡୋନାଲ୍ଡ ଟ୍ରମ୍ପଙ୍କୁ ପାନେ ଦେଲେ Apple CEO! ମନା ସତ୍ତ୍ୱେ ଭାରତରେ କଲେ ବଡ଼ ନିବେଶ appeared first on Dharitri Odia News.