ଡୋପ୍‌ ଜାଲରେ ଜାଭେଲିନ୍‌ ଥ୍ରୋୟର ମନୁ

ପଞ୍ଚକୁଲା(ହରିୟାଣା),୨୮ା୬: ଜାଭେଲିନ ଥ୍ରୋୟର ଡିପି ମନୁଙ୍କୁ ପ୍ରତିଯୋଗିତାରୁ ଦୂରେଇ ରଖିବା ଲାଗି ନ୍ୟାଶନାଲ ଆଣ୍ଟି ଡୋପିଙ୍ଗ ଏଜେନ୍ସି (ନାଡା) ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ନିର୍ଦ୍ଦେଶ ପ୍ରଦାନ କରିବା ସେ ଡୋପ୍‌ ଜାଲରେ ପଡ଼ିଥିବା ସନ୍ଦେହ କରାଯାଉଛି। ୨୦୨୩ ଏସିଆନ ଚାମ୍ପିୟନଶିପ୍‌ରେ ଏକ ରୌପ୍ୟ ଜିତିଥିବା ୨୪ ବର୍ଷୀୟ ମନୁ ବିଶ୍ୱ ର଼୍ୟାଙ୍କିଙ୍ଗ ଭିତ୍ତିରେ ଅଲିମ୍ପିକ କ୍ୱାଲିଫାଏ କରିବା ନିଶ୍ଚିତ ଥିଲା। ମାତ୍ର ସଦ୍ୟତମ ପରିସ୍ଥିତିକୁ ନେଇ ସେ ପ୍ୟାରିସ ଗେମ୍ସରୁ ବଞ୍ଚିତ ହେବାକୁ ଯାଉଛନ୍ତି। […] The post ଡୋପ୍‌ ଜାଲରେ ଜାଭେଲିନ୍‌ ଥ୍ରୋୟର ମନୁ appeared first on Dharitri Odia News.

ଡୋପ୍‌ ଜାଲରେ ଜାଭେଲିନ୍‌ ଥ୍ରୋୟର ମନୁ

ପଞ୍ଚକୁଲା(ହରିୟାଣା),୨୮ା୬: ଜାଭେଲିନ ଥ୍ରୋୟର ଡିପି ମନୁଙ୍କୁ ପ୍ରତିଯୋଗିତାରୁ ଦୂରେଇ ରଖିବା ଲାଗି ନ୍ୟାଶନାଲ ଆଣ୍ଟି ଡୋପିଙ୍ଗ ଏଜେନ୍ସି (ନାଡା) ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ନିର୍ଦ୍ଦେଶ ପ୍ରଦାନ କରିବା ସେ ଡୋପ୍‌ ଜାଲରେ ପଡ଼ିଥିବା ସନ୍ଦେହ କରାଯାଉଛି।

୨୦୨୩ ଏସିଆନ ଚାମ୍ପିୟନଶିପ୍‌ରେ ଏକ ରୌପ୍ୟ ଜିତିଥିବା ୨୪ ବର୍ଷୀୟ ମନୁ ବିଶ୍ୱ ର଼୍ୟାଙ୍କିଙ୍ଗ ଭିତ୍ତିରେ ଅଲିମ୍ପିକ କ୍ୱାଲିଫାଏ କରିବା ନିଶ୍ଚିତ ଥିଲା। ମାତ୍ର ସଦ୍ୟତମ ପରିସ୍ଥିତିକୁ ନେଇ ସେ ପ୍ୟାରିସ ଗେମ୍ସରୁ ବଞ୍ଚିତ ହେବାକୁ ଯାଉଛନ୍ତି। ଗୁରୁବାରଠାରୁ ଆରମ୍ଭ ହୋଇଥିବା ଜାତୀୟ ଆନ୍ତଃରାଜ୍ୟ ଚାମ୍ପିୟନଶିପ୍‌ରେ ଭାଗ ନେଉଥିବା ଆଥଲେଟମାନଙ୍କ ପ୍ରଥମ ତାଲିକା ଡିପି ମନୁଙ୍କ ନାମ ରହିଥିଲା। ମାତ୍ର ପରେ ତାଙ୍କୁ ଏଥିରୁ ବାଦ୍‌ ଦିଆଯାଇଛି।

ଏଏଫ୍‌ଆଇ ସଭାପତି ଆଡିଲ ସୁମାରିଓ୍ବାଲା କହିଛନ୍ତି, ପ୍ରତିଯୋଗିତାରୁ ମନୁଙ୍କୁ ବାଦ୍‌ ଦେବାଲାଗି ଫେଡେରେଶନକୁ ନାଡା କହିଥିଲା। ମାତ୍ର ଆଥଲେଟ ଜଣକ କୌଣସି ଡୋପିଙ୍ଗ ଅପରାଧ କରିଛନ୍ତି କି ନା ସେ ବିଷୟରେ କିଛି ସ୍ପଷ୍ଟ କରାଯାଇ ନାହିଁ। ଏଏଫ୍‌ଆଇ କାର୍ଯ୍ୟାଳୟକୁ ନାଡାରୁ ଏକ ଫୋନ୍‌ କଲ୍‌ ଆସିଥିଲା। ମନୁଙ୍କୁ ଏଣିକି ପ୍ରତିଯୋଗିତାରୁ ବାରଣ କରିବା ଲାଗି ନିର୍ଦ୍ଦେଶ ଆସିଥିଲା। ସମ୍ଭବତଃ ଏହି ଆଥଲେଟଙ୍କ ସମ୍ପର୍କରେ ନାଡା କୌଣସି ସୂଚନା ପାଇଛି।

The post ଡୋପ୍‌ ଜାଲରେ ଜାଭେଲିନ୍‌ ଥ୍ରୋୟର ମନୁ appeared first on Dharitri Odia News.