ସେଲ୍‌ଫି ନିଶା: ୧୦୦ ଫୁଟ୍‌ ଗଭୀର ଖାଇକୁ ଖସିଲେ ମହିଳା

ପୁଣେ: ମହାରାଷ୍ଟ୍ରର ସାତାରା ଜିଲାରେ ଜଣେ ଯୁବତୀଙ୍କୁ ସେଲ୍‌ଫି ନେବା ଭାରି ପଡ଼ିଛି। ରବିବାର ସ୍ଥାନୀୟ ଉନ୍‌ଘର ଅଞ୍ଚଳର ବୋର୍‌ଣେ ଘାଟ ନିକଟରେ ସମ୍ପୃକ୍ତ ଯୁବତୀ ସେଲ୍‌ଫି ନେଉଥିବା ବେଳେ ତାଙ୍କ ପାଦ ଖସି ଯାଇଥିଲା ଓ ସେ ୧୦୦ ଫୁଟ୍‌ ଗଭୀର ଖାଇ ମଧ୍ୟରେ ପଡ଼ି ଯାଇଥିଲେ। ତେବେ ଭାଗ୍ୟବଶତଃ ଯୁବତୀଙ୍କ ଜୀବନ ବଞ୍ଚି ଯାଇଛି ଓ ତାଙ୍କୁ ଉଦ୍ଧାର କରାଯାଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଉଦ୍ଧାରକାରୀ ଦଳ ଦଉଡ଼ି ସାହାଯ୍ୟରେ […] The post ସେଲ୍‌ଫି ନିଶା: ୧୦୦ ଫୁଟ୍‌ ଗଭୀର ଖାଇକୁ ଖସିଲେ ମହିଳା appeared first on Dharitri Odia News.

ସେଲ୍‌ଫି ନିଶା: ୧୦୦ ଫୁଟ୍‌ ଗଭୀର ଖାଇକୁ ଖସିଲେ ମହିଳା

ପୁଣେ: ମହାରାଷ୍ଟ୍ରର ସାତାରା ଜିଲାରେ ଜଣେ ଯୁବତୀଙ୍କୁ ସେଲ୍‌ଫି ନେବା ଭାରି ପଡ଼ିଛି। ରବିବାର ସ୍ଥାନୀୟ ଉନ୍‌ଘର ଅଞ୍ଚଳର ବୋର୍‌ଣେ ଘାଟ ନିକଟରେ ସମ୍ପୃକ୍ତ ଯୁବତୀ ସେଲ୍‌ଫି ନେଉଥିବା ବେଳେ ତାଙ୍କ ପାଦ ଖସି ଯାଇଥିଲା ଓ ସେ ୧୦୦ ଫୁଟ୍‌ ଗଭୀର ଖାଇ ମଧ୍ୟରେ ପଡ଼ି ଯାଇଥିଲେ। ତେବେ ଭାଗ୍ୟବଶତଃ ଯୁବତୀଙ୍କ ଜୀବନ ବଞ୍ଚି ଯାଇଛି ଓ ତାଙ୍କୁ ଉଦ୍ଧାର କରାଯାଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଉଦ୍ଧାରକାରୀ ଦଳ ଦଉଡ଼ି ସାହାଯ୍ୟରେ ଗଭୀର ଖାଇ ମଧ୍ୟରୁ ଯୁବତୀଙ୍କୁ ଉଦ୍ଧାର କରୁଥିବା ନଜର ଆସିଛନ୍ତି। ଲଗାଣ ବର୍ଷା ଯୋଗୁ ସେଲ୍‌ଫି ନେବା ସମୟରେ ଯୁବତୀଙ୍କ ଗୋଡ଼ ଖସି ଯାଇଥିବା ଅନୁମାନ କରାଯାଉଛି। ଉଦ୍ଧାର କାର୍ଯ୍ୟ ସମୟରେ ଯୁବତୀଜଣକ ଯନ୍ତ୍ରଣାରେ କାନ୍ଦୁଥିବା ଦେଖିବାକୁ ମିଳିଛି।

The post ସେଲ୍‌ଫି ନିଶା: ୧୦୦ ଫୁଟ୍‌ ଗଭୀର ଖାଇକୁ ଖସିଲେ ମହିଳା appeared first on Dharitri Odia News.