ବିଶ୍ୱର ପ୍ରଥମ ଦେଶ ଭାବେ ଅଷ୍ଟ୍ରେଲିଆ କଲା ଏମିତି କାରନାମା

ସିଡନୀ,୨୧।୧୨:ଅଷ୍ଟ୍ରେଲିଆ ସରକାର ଗୁରୁବାର ସଂସଦରେ ଏକ ନୂତନ ବିଲ ଆଗତ କରିଛନ୍ତି। ଏହି ବିଲର ଉଦ୍ଦେଶ୍ୟ ହେଉଛି ୧୬ ବର୍ଷରୁ କମ ପିଲାମାନଙ୍କ ପାଇଁ ସୋସିଆଲ ମିଡିଆର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା। ଏହା ଅଧୀନରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଉଲ୍ଲଂଘନ ପାଇଁ ୪.୯୫ କୋଟି ଅଷ୍ଟ୍ରେଲିୟ ଡଲାର (ପ୍ରାୟ ୨୭୦ କୋଟି ଟଙ୍କା) ଜୋରିମାନା ଲାଗୁ କରିବାକୁ ପ୍ରସ୍ତାବ ରହିଛି। ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଅଷ୍ଟ୍ରେଲିଆ ବିଶ୍ୱର ପ୍ରଥମ […] The post ବିଶ୍ୱର ପ୍ରଥମ ଦେଶ ଭାବେ ଅଷ୍ଟ୍ରେଲିଆ କଲା ଏମିତି କାରନାମା appeared first on Dharitri Odia News.

ବିଶ୍ୱର ପ୍ରଥମ ଦେଶ ଭାବେ ଅଷ୍ଟ୍ରେଲିଆ କଲା ଏମିତି କାରନାମା

ସିଡନୀ,୨୧।୧୨:ଅଷ୍ଟ୍ରେଲିଆ ସରକାର ଗୁରୁବାର ସଂସଦରେ ଏକ ନୂତନ ବିଲ ଆଗତ କରିଛନ୍ତି। ଏହି ବିଲର ଉଦ୍ଦେଶ୍ୟ ହେଉଛି ୧୬ ବର୍ଷରୁ କମ ପିଲାମାନଙ୍କ ପାଇଁ ସୋସିଆଲ ମିଡିଆର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା। ଏହା ଅଧୀନରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଉଲ୍ଲଂଘନ ପାଇଁ ୪.୯୫ କୋଟି ଅଷ୍ଟ୍ରେଲିୟ ଡଲାର (ପ୍ରାୟ ୨୭୦ କୋଟି ଟଙ୍କା) ଜୋରିମାନା ଲାଗୁ କରିବାକୁ ପ୍ରସ୍ତାବ ରହିଛି। ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଅଷ୍ଟ୍ରେଲିଆ ବିଶ୍ୱର ପ୍ରଥମ ଦେଶ ହୋଇପାରିଛି।

ଏହି ପ୍ରସ୍ତାବ ଅନୁଯାୟୀ, ଅଷ୍ଟ୍ରେଲିଆରେ ଏକ ବୟସ ଯାଞ୍ଚ ବ୍ୟବସ୍ଥା ଗଠନ କରାଯିବ, ଯେଉଁଥିରେ ବାୟୋମେଟ୍ରିକ୍ସ କିମ୍ବା ସରକାରୀ ପରିଚୟ ପତ୍ର ଅନ୍ତର୍ଭୁକ୍ତ ହୋଇପାରେ। ଏହା କୌଣସି ଦେଶ ଦ୍ୱାରା ଲାଗୁ ହୋଇଥିବା କଠୋର ନିୟମ ମଧ୍ୟରୁ ଗୋଟିଏ ହେବ। ମାତାପିତାଙ୍କ ସମ୍ମତି କିମ୍ବା ପୂର୍ବ ଆକାଉଣ୍ଟ ପାଇଁ କୌଣସି ଛାଡ ରହିବ ନାହିଁ ।

ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସ ଏହି ବିଲ୍‌କୁ ଏକ ‘ଗୁରୁତ୍ୱପୂର୍ଣ୍ଣ ସଂସ୍କାର’ ବୋଲି କହିଛନ୍ତି। ସେ କହିଛନ୍ତି, ଆମେ ଜାଣୁ କିଛି ପିଲା ଅନ୍ୟ ଉପାୟ ଖୋଜି ପାରନ୍ତି କିନ୍ତୁ ଆମେ ସୋସିଆଲ ମିଡିଆ କମ୍ପାନୀଗୁଡିକୁ ଏକ ବାର୍ତ୍ତା ପଠାଇବାକୁ ଚାହୁଁଛୁ ଯେ ସେମାନେ ସେମାନଙ୍କର କାର୍ଯ୍ୟ କରିବା ଆବଶ୍ୟକ।

ଏହି ପ୍ରସ୍ତାବ ମେଟା ପ୍ଲାଟଫର୍ମ (ଇନଷ୍ଟାଗ୍ରାମ ଏବଂ ଫେସବୁକ), ବାଇଟ ଡାନ୍ସ (ଟିକଟକ), ଏଲନ ମସ୍କଙ୍କ ଏକ୍ସ ଏବଂ ସ୍ନାପଚାଟ୍‌ ଭଳି ପ୍ରମୁଖ ପ୍ଲାଟଫର୍ମ ଉପରେ ପ୍ରଭାବ ପକାଇବ। ଅବଶ୍ୟ ସରକାର ମସେଜିଂ ଆପ୍‌, ଅନ୍‌ଲାଇନ୍‌ ଗେମିଂ ଏବଂ ଶିକ୍ଷା-ସ୍ବାସ୍ଥ୍ୟ ଭଳି ସେବା ଯେପରିକି ହେଡ୍‌ସସ୍ପେସ୍‌, ଗୁଗଲ କ୍ଲାସରୁମ ଏବଂ ୟୁଟ୍ୟୁବ ଭଳି ସେବା ବ୍ୟବହାର କରିବାରେ ସକ୍ଷମ ହେବ।

ଆଲବାନି ନେତୃତ୍ୱାଧୀନ ଶ୍ରମ ସରକାର ଯୁକ୍ତି କରିଛନ୍ତି, ସୋସିଆଲ ମିଡିଆର ଅତ୍ୟଧିକ ବ୍ୟବହାର ପିଲାମାନଙ୍କର ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ରିପୋର୍ଟ ଅନୁଯାୟୀ, ଅଷ୍ଟ୍ରେଲିୟା ୧୪ ରୁ ୧୭ ବର୍ଷ ବୟସ୍କଙ୍କ ପ୍ରାୟ ଦୁଇ ତୃତୀୟାଂଶ ଅନଲାଇନରେ ଡ୍ରଗ୍ସ, ଆତ୍ମହତ୍ୟା କିମ୍ବା ନିଜକୁ କ୍ଷତି ପହଞ୍ଚାଇବା ଭଳି ଅତ୍ୟନ୍ତ କ୍ଷତିକାରକ ବିଷୟବସ୍ତୁ ଦେଖୁଛନ୍ତି।

The post ବିଶ୍ୱର ପ୍ରଥମ ଦେଶ ଭାବେ ଅଷ୍ଟ୍ରେଲିଆ କଲା ଏମିତି କାରନାମା appeared first on Dharitri Odia News.