ଡ୍ରଗ୍ସ କାରବାର କରୁଥିଲେ ପୂର୍ବତନ ବିଧାୟିକା, ବାନ୍ଧିଲା ପୁଲିସ

୧୦୦ ଗ୍ରାମ ହେରୋଇନ୍‌ ଚୋରା କାରବାର କରୁଥିବା ବେଳେ ପୁଲିସ ଏହି ବିଜେପି ନେତା ଓ ତାଙ୍କ ପୁତୁରାଙ୍କୁ ଧରିଛି।

ଡ୍ରଗ୍ସ କାରବାର କରୁଥିଲେ ପୂର୍ବତନ ବିଧାୟିକା, ବାନ୍ଧିଲା ପୁଲିସ

ଡ୍ରଗ୍ସ କାରବାର ଅଭିଯୋଗରେ ବନ୍ଧା ହେଲେ ପୂର୍ବତନ ବିଧାୟିକା। ପଞ୍ଜାବ ପୁଲିସ କଂଗ୍ରେସର ପୂର୍ବତନ ବିଧାୟିକା ତଥା ବିଜେପି ନେତା ସତ୍କାର କୌର ସିଂହଙ୍କୁ ଗିରଫ କରିଛି। ତାଙ୍କ ସହ ତାଙ୍କ ପୁତୁରାଙ୍କୁ ମଧ୍ୟ ସ୍ପେଶାଲ ଟାସ୍କ ଫୋର୍ସ ଗିରଫ କରିଛି। ତାଙ୍କ ନିକଟରୁ ୧୦୦ ଗ୍ରାମ ହେରୋଇନ୍ ଜବତ ହୋଇଛି।

ପୂର୍ବତନ ବିଧାୟକ ସତ୍କାର କୌରଙ୍କୁ ଗିରଫ କରିବା ପରେ ତାଙ୍କ ଘରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ତାଙ୍କ ଘରୁ ୨୮ ଗ୍ରାମ ହେରୋଇନ୍‌ ଏବଂ ୧.୫୬ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି। ୧୦୦ ଗ୍ରାମ ହେରୋଇନ୍‌ ଚୋରା କାରବାର କରୁଥିବା ବେଳେ ପୁଲିସ ଏହି ବିଜେପି ନେତା ଓ ତାଙ୍କ ପୁତୁରାଙ୍କୁ ଧରିଛି।

କେବଳ ସେତିକି ନୁହେଁ ଡ୍ରଗ୍ସ ଚୋରା କାରବାରେ ବ୍ୟବହ୍ୟତ ହେଉଥିବା ୪ ଲଗ୍‌ଜୁରୀ ଗାଡି, ବିଏମ୍‌ଡବ୍ଲୁ, ଫର୍ଚୁନର, ଭରନା ଓ ସେବରୋଲେଟ୍‌କୁ ମଧ୍ୟ ଜବତ କରିଛି। ଆଇଜିପି ସୁଖଚେନ୍‌ ସିଂହ ଗିଲ୍‌ ଏନେଇ ସୂଚନା ଦେଇଛନ୍ତି। ସତ୍କାର କୌର ଓ ତାଙ୍କ ପୁତୁରାଙ୍କ ବିରୋଧରେ ମୋହାଲିର ଆଣ୍ଟି ନାର୍କୋଟିକ୍ସ ଟାସ୍କ ଫୋର୍ସ (ANTF) ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

କହିରଖୁ ଯେ ସତ୍କାର କୌର କଂଗ୍ରେସ ଛାଡି ୨୦୨୨ ମସିହାରେ ବିଜେପିରେ ଯୋଗ ଦେଇଥିଲେ।