ଡ୍ରାଭିଡ ହେବେ ରାଜସ୍ଥାନର ମୁଖ୍ୟ କୋଚ୍
ନୂଆଦିଲ୍ଲୀ, ୫ା୯ (ପି.ଟି.): ଭାରତର ଟି୨୦ ବିଶ୍ୱକପ୍ ୨୦୨୪ ସଫଳତାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦଳର ମୁଖ୍ୟ କୋଚ୍ ରାହୁଲ ଡ୍ରାଭିଡ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ରେ ରାଜସ୍ଥାନ ରୟାଲ୍ସ ଦଳର ମୁଖ୍ୟ କୋଚ୍ ଦାୟିତ୍ୱ ଗ୍ରହଣ କରିବେ ବୋଲି ସୂଚନା ମିଳିଛି। ଜୁନ୍ରେ ବାର୍ବାଡୋସରେ ଭାରତର ବିଜୟ ପରେ ଡ୍ରାଭିଡ ତାଙ୍କ କ୍ୟାରିୟରରେ କିଛି ସମୟ ପାଇଁ ଛୁଟିରେ ଅଛନ୍ତି। ଖୁବ୍ ଶୀଘ୍ର ସେ ଫ୍ରାଞ୍ଚାଇଜ ସହ କାର୍ଯ୍ୟ କରିବାକୁ ଯାଉଛନ୍ତି। ଚଳିତବର୍ଷ […] The post ଡ୍ରାଭିଡ ହେବେ ରାଜସ୍ଥାନର ମୁଖ୍ୟ କୋଚ୍ appeared first on Dharitri Odia News.
ନୂଆଦିଲ୍ଲୀ, ୫ା୯ (ପି.ଟି.): ଭାରତର ଟି୨୦ ବିଶ୍ୱକପ୍ ୨୦୨୪ ସଫଳତାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦଳର ମୁଖ୍ୟ କୋଚ୍ ରାହୁଲ ଡ୍ରାଭିଡ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ରେ ରାଜସ୍ଥାନ ରୟାଲ୍ସ ଦଳର ମୁଖ୍ୟ କୋଚ୍ ଦାୟିତ୍ୱ ଗ୍ରହଣ କରିବେ ବୋଲି ସୂଚନା ମିଳିଛି। ଜୁନ୍ରେ ବାର୍ବାଡୋସରେ ଭାରତର ବିଜୟ ପରେ ଡ୍ରାଭିଡ ତାଙ୍କ କ୍ୟାରିୟରରେ କିଛି ସମୟ ପାଇଁ ଛୁଟିରେ ଅଛନ୍ତି। ଖୁବ୍ ଶୀଘ୍ର ସେ ଫ୍ରାଞ୍ଚାଇଜ ସହ କାର୍ଯ୍ୟ କରିବାକୁ ଯାଉଛନ୍ତି। ଚଳିତବର୍ଷ ପରବର୍ତ୍ତୀ ଭାଗରେ ନିଲାମି ପୂର୍ବରୁ ମୁଖ୍ୟ କୋଚ୍ ଭାବେ ସେ ପ୍ଲେୟର ରିଟେନଶନ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତାଙ୍କୁ ମିଳିପାରେ। ଏନେଇ କଥାବାର୍ତ୍ତା ଶେଷ ପର୍ଯ୍ୟାୟରେ ପହଞ୍ଚଥିବା ଫ୍ରାଞ୍ଚାଇଜ ସୂତ୍ରରୁ ଜଣାପଡ଼ିଛି। ୨୦୨୧ରୁ ରୟାଲ୍ସର କ୍ରିକେଟ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଆସୁଥବବା କୁମାର ସଙ୍ଗକାରା ତାଙ୍କ ପଦବୀ ବଜାୟ ରଖିବେ। ଶ୍ରୀଲଙ୍କାର ପୂର୍ବତନ ଷ୍ଟାର ଖେଳାଳି କ୍ୟାରିବିନ ପ୍ରିମିୟର ଲିଗ୍ରେ ବାର୍ବାଡୋସ ରୟାଲ୍ସ ଏବଂ ସାଉଥ ଆଫ୍ରିକା ଟି୨୦ରେ ପାର୍ଲ ରୟାଲ୍ସ ସହିତ ୨ବର୍ଷ ହେଲା ମେଣ୍ଟର ଭାବେ କାର୍ଯ୍ୟ କରୁଛନ୍ତି। ବେଙ୍ଗାଲୁରୁରେ ଥିବା ନ୍ୟାଶନାଲ କ୍ରିକେଟ ଏକାଡେମୀ (ଏନ୍ସିଏଡ)ରେ ଯୋଗଦାନ ପରେ ୨୦୧୬ରେ ଦିଲ୍ଲୀ କ୍ୟାପିଟାଲରେ ଡ୍ରାଭିଡ୍ ସମାନ ଭୂମିକାରେ ରହିଥିଲେ। ରୟାଲ୍ସରେ ଡ୍ରାଭିଡ ଓ ସଞ୍ଜୁ ସାମସନ ପୁଣି ଏକାଠି ହେବେ। ସାମସନ ଆଉ ଏକ ସିଜନ ପାଇଁ ଦଳର ଅଧିନାୟକ ରହିବା ଯଥେଷ୍ଟ ସମ୍ଭାବନା ରହିଛି। ସାମସନ ପୂର୍ବରୁ ଡ୍ରାଭିଡଙ୍କ ଅଧୀନରେ ତାଲିମ ନେଇଛନ୍ତି। ଖବର ଅନୁସାରେ ଡ୍ରାଭିଡଙ୍କ କାର୍ଯ୍ୟକାଳ ସମୟରେ ଭାରତୀୟ ଦଳର ବ୍ୟାଟିଂ କୋଚ୍ ରହିଥିବା ବିକ୍ରମ ରାଠୋରଙ୍କୁ ରୟାଲ୍ସ ଫ୍ରାଞ୍ଚାଇଜ୍ ସହକାରୀ କୋଚ୍ ପଦବୀରେ ନିଯୁକ୍ତି ଦେଇପାରେ।
The post ଡ୍ରାଭିଡ ହେବେ ରାଜସ୍ଥାନର ମୁଖ୍ୟ କୋଚ୍ appeared first on Dharitri Odia News.