ଅଳିଆଗଦାରେ ପଡ଼ିଥିଲା ନବଜାତ ଶିଶୁକନ୍ୟା, କାନ୍ଦ ଶବ୍ଦ ଶୁଣି…
କୋକସରା/ଜୟପାଟଣା/କଲମପୁର,୨ା୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ/ଓମ୍ପ୍ରକାଶ ବୈଠାରୁ/ଗଣେଶ ରାମ ବାଗ୍): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ ଭୁର୍ସିଗୁ୍ଡ଼ା ଗାଁରେ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ଗାଁର ଗୋଟିଏ ଅଳିଆଗଦାରୁ ଏକ ନବଜାତ ଶିଶୁକନ୍ୟାକୁ ଗୁରୁତର ଭାବେ ଉଦ୍ଧାର କରାଯାଇଛି। ମଙ୍ଗଳବାର ରାତିରେ ଗାଁର କିଛି ଯୁବକ ରାସ୍ତାରେ ବୁଲୁଥିବା ସମୟରେ ପାଖରେ ଥିବା ଏକ ଖତଗଦାରୁ ଏକ ଶିଶୁକନ୍ୟାର କାନ୍ଦଣା ଶୁଣିବାକୁ ପାଇଥିଲେ। କ’ଣ ହୋଇଛି ବୋଲି ଯୁବକମାନେ ମୋବାଇଲ ଟର୍ଚ୍ଚ ମାରି ଦେଖିଲା ବେଳକୁ ଏକ […] The post ଅଳିଆଗଦାରେ ପଡ଼ିଥିଲା ନବଜାତ ଶିଶୁକନ୍ୟା, କାନ୍ଦ ଶବ୍ଦ ଶୁଣି… appeared first on Dharitri Odia News.
କୋକସରା/ଜୟପାଟଣା/କଲମପୁର,୨ା୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ/ଓମ୍ପ୍ରକାଶ ବୈଠାରୁ/ଗଣେଶ ରାମ ବାଗ୍): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ ଭୁର୍ସିଗୁ୍ଡ଼ା ଗାଁରେ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ଗାଁର ଗୋଟିଏ ଅଳିଆଗଦାରୁ ଏକ ନବଜାତ ଶିଶୁକନ୍ୟାକୁ ଗୁରୁତର ଭାବେ ଉଦ୍ଧାର କରାଯାଇଛି।
ମଙ୍ଗଳବାର ରାତିରେ ଗାଁର କିଛି ଯୁବକ ରାସ୍ତାରେ ବୁଲୁଥିବା ସମୟରେ ପାଖରେ ଥିବା ଏକ ଖତଗଦାରୁ ଏକ ଶିଶୁକନ୍ୟାର କାନ୍ଦଣା ଶୁଣିବାକୁ ପାଇଥିଲେ। କ’ଣ ହୋଇଛି ବୋଲି ଯୁବକମାନେ ମୋବାଇଲ ଟର୍ଚ୍ଚ ମାରି ଦେଖିଲା ବେଳକୁ ଏକ ନବଜନ୍ମିତ ଶିଶୁକନ୍ୟା ଖତଗଦାରେ ଅସୁରକ୍ଷିତ ଭାବେ ପଡ଼ିରହି ମରଣ ସହ ସଂଗ୍ରାମ କରୁଥିଲା। ଏହା ଦେଖି ଯୁବକମାନେ ତୁରନ୍ତ ଗାଁର ଆଶା, ଅଙ୍ଗନଓ୍ବାଡି, ସ୍ଥାନୀୟ ପୋଲିସ, ସ୍ବେଚ୍ଛାସେବୀଙ୍କୁ ଖବର ଦେଇଥିଲେ। ପରେ ଶିଶୁକନ୍ୟାକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ରଣମାଳ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ବର୍ତ୍ତମାନ ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି ବୋଲି ଜଣାପଡ଼ିଛି। ଶିଶୁକନ୍ୟାଙ୍କ ସମ୍ପର୍କରେ ସିଡବ୍ଲ୍ୟୁସି ଓ ଚାଇଲ୍ଡ ପ୍ରୋଟେକ୍ସନ ୟୁନିଟ୍କୁ ଅବଗତ କରାଯାଇଛି। ଅନ୍ୟପକ୍ଷରେ ଏହା ଅବୈଧ ସମ୍ପର୍କ ନା ଅଲୋଡ଼ା ଶିଶୁକନ୍ୟା ସେନେଇ ଚର୍ଚ୍ଚା ଜୋର ଧରିଛି।
The post ଅଳିଆଗଦାରେ ପଡ଼ିଥିଲା ନବଜାତ ଶିଶୁକନ୍ୟା, କାନ୍ଦ ଶବ୍ଦ ଶୁଣି… appeared first on Dharitri Odia News.