‘ଡ୍ରିଙ୍କ ବ୍ରେକ’କୁ ଶେଷ କରିବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୧୮।୭: ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର କ୍ରିକେଟରେ ନିୟମ କରୁଥିବା ବ୍ୟକ୍ତିଙ୍କୁ ଏକ ବଡ ପ୍ରସ୍ତାବ ଦେଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତ ବୋଲରଙ୍କ ପାଇଁ ଅନୌପଚାରିକ ପାନୀୟ ବିରତି ବା ଡ୍ରିଙ୍କ ବ୍ରେକ୍‌ ଶେଷ କରିବାକୁ ଗାଭାସ୍କର ଅଧିକାରୀମାନଙ୍କୁ କହିଛନ୍ତି। ଗାଭାସ୍କର କହିଛନ୍ତି ଯେ ଯେତେବେଳେ ଡ୍ରିଙ୍କ ବ୍ରେକ ସ୍ଥିର ହୋଇସାରିଛି, ତେବେ ହଠାତ୍‌ ଅନୌପଚାରିକ ଡ୍ରିଙ୍କ ବ୍ରେକ ନେବାର କ’ଣ ଆବଶ୍ୟକତା ରହିଛି। ସୂଚନାଯୋଗ୍ୟ,କ୍ରିକେଟରେ ଟିମ୍‌ମାନେ ଦ୍ରୁତ ବୋଲରମାନଙ୍କୁ ହାଇଡ୍ରେଟ ରଖିବା ପାଇଁ ମାଉଣ୍ଡାରି […] The post ‘ଡ୍ରିଙ୍କ ବ୍ରେକ’କୁ ଶେଷ କରିବାକୁ ଦାବି କଲେ ଗାଭାସ୍କର appeared first on Dharitri Odia News.

‘ଡ୍ରିଙ୍କ ବ୍ରେକ’କୁ ଶେଷ କରିବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୧୮।୭: ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର କ୍ରିକେଟରେ ନିୟମ କରୁଥିବା ବ୍ୟକ୍ତିଙ୍କୁ ଏକ ବଡ ପ୍ରସ୍ତାବ ଦେଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତ ବୋଲରଙ୍କ ପାଇଁ ଅନୌପଚାରିକ ପାନୀୟ ବିରତି ବା ଡ୍ରିଙ୍କ ବ୍ରେକ୍‌ ଶେଷ କରିବାକୁ ଗାଭାସ୍କର ଅଧିକାରୀମାନଙ୍କୁ କହିଛନ୍ତି। ଗାଭାସ୍କର କହିଛନ୍ତି ଯେ ଯେତେବେଳେ ଡ୍ରିଙ୍କ ବ୍ରେକ ସ୍ଥିର ହୋଇସାରିଛି, ତେବେ ହଠାତ୍‌ ଅନୌପଚାରିକ ଡ୍ରିଙ୍କ ବ୍ରେକ ନେବାର କ’ଣ ଆବଶ୍ୟକତା ରହିଛି।
ସୂଚନାଯୋଗ୍ୟ,କ୍ରିକେଟରେ ଟିମ୍‌ମାନେ ଦ୍ରୁତ ବୋଲରମାନଙ୍କୁ ହାଇଡ୍ରେଟ ରଖିବା ପାଇଁ ମାଉଣ୍ଡାରି ରୋପ ନିକଟରେ ପାନୀୟ ଇତ୍ୟାଦି ରଖନ୍ତି ଏବଂ କେତେଜଣ ଖେଳାଳି ମଧ୍ୟ ସେଠାରେ ଉପସ୍ଥିତ ରୁହନ୍ତି, ଯେଉଁମାନେ ସେମାନଙ୍କୁ ଡ୍ରିଙ୍କ୍ସ ଯୋଗାନ୍ତି। ଏହି ପ୍ରସଙ୍ଗରେ ଗାଭାସ୍କର ନିଜର ସ୍ବର ଉତ୍ତୋଳନ କରିଛନ୍ତି। ଗାଭାସ୍କର କହିଛନ୍ତି ଯେ ଯେତେବେଳେ ବ୍ୟାଟ୍ସମ୍ୟାନ ପ୍ରତ୍ୟେକ ଓଭରରେ ଡ୍ରିଙ୍କ ମାଗି ପାରିବେ ନାହିଁ, ସେତେବେଳେ ତାଙ୍କୁ କେବଳ ସରକାରୀ ପାନୀୟ ବିରତି ସମୟରେ ଅନୁମତି ଦିଆଯାଏ, ତେବେ ବୋଲରମାନେ କାହିଁକି ସୁବିଧା ପାଆନ୍ତି ବୋଲି ସେ କହିଛନ୍ତି।

ଏକ ସ୍ତମ୍ଭରେ ସୁନୀଲ ଗାଭାସ୍କର ଲେଖିଛନ୍ତି, କ୍ରିକେଟରେ ବୋଲରମାନେ, ବିଶେଷକରି ଦ୍ରୁତ ବୋଲରମାନେ ଏକ ଓଭର ପୂରଣ କରିବା ପରେ ସୀମାରେ ଡ୍ରିଙ୍କ କରିବା ଅଧିକାରୀଙ୍କ ଆଖି ବୁଜିବାର ଏକ ଉଦାହରଣ। ଯଦି ବୋଲର ନିଜେ ପ୍ରତ୍ୟେକ ଓଭରରେ ୬ଟି ବଲ ବୋଲିଂ କରନ୍ତି। ଯଦି ସେ ହାଇଡ୍ରେଟିଂ କରୁଛନ୍ତି ତେବେ କାହିଁକି ଏକ ପାନୀୟ ବ୍ରେକ ଅଛି ବୋଲଇ ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ଦେଖନ୍ତୁ ବ୍ୟାଟସମ୍ୟାନଙ୍କ ପାଇଁ ଏଭି ଅନୁମତି ନାହିଁ। ଯଦି ସେମାନେ ଗୋଟିଏ ଓଭରରେ ୭-୮ ରନ ଦୌଡି କରି ନେଉଛନ୍ତି, ତା’ପରେ ବି ସେମାନେ ଏମିତି କରିପାରିବେ ନାହିଁ।

The post ‘ଡ୍ରିଙ୍କ ବ୍ରେକ’କୁ ଶେଷ କରିବାକୁ ଦାବି କଲେ ଗାଭାସ୍କର appeared first on Dharitri Odia News.