ଡ୍ରିମ୍‌ସରେ ଏଆଇଏମ୍‌ଏସ୍‌ର ରାଜ୍ୟ ସମ୍ମିଳନୀ

ଭୁବନେଶ୍ୱର,୨୩।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ତଥା ଆସୋସିଏଶନ୍‌ ଅଫ ଇଣ୍ଡିଆନ୍‌ ମ୍ୟାନେଜମେଣ୍ଟ ସ୍କୁଲ(ଏଆଇଏମ୍‌ଏସ୍‌)ର ଓଡ଼ିଶା ରାଜ୍ୟ ଶାଖାର ଏକ ଦିନିକିଆ ସମ୍ମିଳନୀ ଓ ଆଲୋଚନାଚକ୍ର ସୋମବାର କଟକର ଟାଙ୍ଗୀସ୍ଥିତ ଡ୍ରିମ୍‌ସ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ଏଆଇଏମ୍‌ଏସ ଦ୍ୱାରା ‘ଗବେଷଣା ଓ ପ୍ରକାଶନର ସାମ୍ପ୍ରତିକ ଧାରା ଏବଂ ଦୃଷ୍ଟିକୋଣ’ଶୀର୍ଷକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି,ଶୈକ୍ଷିକ ଅଭିମୁଖୀକରଣ ଆଧାରିତ ଏହି ଆଲୋଚନା ଚକ୍ରରେ ଫକୀରମୋହନ ବିଶ୍ୱବିଦ୍ୟାଳୟ ବିଜ୍‌ନେସ ମ୍ୟାନେଜମେଣ୍ଟ ବିଭାଗର ମୁଖ୍ୟ ପ୍ରଫେସର […] The post ଡ୍ରିମ୍‌ସରେ ଏଆଇଏମ୍‌ଏସ୍‌ର ରାଜ୍ୟ ସମ୍ମିଳନୀ appeared first on Dharitri Odia News.

ଡ୍ରିମ୍‌ସରେ ଏଆଇଏମ୍‌ଏସ୍‌ର ରାଜ୍ୟ ସମ୍ମିଳନୀ

ଭୁବନେଶ୍ୱର,୨୩।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ତଥା ଆସୋସିଏଶନ୍‌ ଅଫ ଇଣ୍ଡିଆନ୍‌ ମ୍ୟାନେଜମେଣ୍ଟ ସ୍କୁଲ(ଏଆଇଏମ୍‌ଏସ୍‌)ର ଓଡ଼ିଶା ରାଜ୍ୟ ଶାଖାର ଏକ ଦିନିକିଆ ସମ୍ମିଳନୀ ଓ ଆଲୋଚନାଚକ୍ର ସୋମବାର କଟକର ଟାଙ୍ଗୀସ୍ଥିତ ଡ୍ରିମ୍‌ସ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ଏଆଇଏମ୍‌ଏସ ଦ୍ୱାରା ‘ଗବେଷଣା ଓ ପ୍ରକାଶନର ସାମ୍ପ୍ରତିକ ଧାରା ଏବଂ ଦୃଷ୍ଟିକୋଣ’ଶୀର୍ଷକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି,ଶୈକ୍ଷିକ ଅଭିମୁଖୀକରଣ ଆଧାରିତ ଏହି ଆଲୋଚନା ଚକ୍ରରେ ଫକୀରମୋହନ ବିଶ୍ୱବିଦ୍ୟାଳୟ ବିଜ୍‌ନେସ ମ୍ୟାନେଜମେଣ୍ଟ ବିଭାଗର ମୁଖ୍ୟ ପ୍ରଫେସର ଡ.ପଦ୍ମଲିତା ରାଉତରାୟ ଏବଂ ଶ୍ରୀ ଶ୍ରୀ ୟୁନିଭର୍ସିଟି ମ୍ୟାନେଜମେଣ୍ଟ ଷ୍ଟଡିଜ୍‌ର ଡିନ୍‌ ଡ.ଦୀନ୍‌ଦୟାଲ ସ୍ବାଇଁ ପ୍ରମୁଖ ବକ୍ତା ଭାବେ ଯୋଗଦେଇ ମ୍ୟାନେଜମେଣ୍ଟ ଶିକ୍ଷା ଓ ଗବେଷଣା ଏବଂ ପ୍ରକାଶନର ଧାରା ସହିତ ସମାଜ ପାଇଁ ଏହାର ଉପଯୋଗ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ। ସେହିଭଳି ଏଆଇଏମ୍‌ଏସ୍‌ର ଓଡ଼ିଶା ଶାଖା ସମ୍ପାଦକ ଇଂ. ସରୋଜ କୁମାର ସାହୁ ସମ୍ମିଳନୀର ଆଭିମୁଖ୍ୟ ଓ ବିବରଣୀ ଉପସ୍ଥାପନ କରିଥିଲେ। ଏହି ପରିପ୍ରେକ୍ଷୀରେ ଡ୍ରିମ୍‌ସ ବିଶ୍ୱବିଦ୍ୟାଳୟର ପ୍ରଶାସନିକ ନିର୍ଦ୍ଦେଶକ ବଳରାମ କର, ଉପଦେଷ୍ଟା ପ୍ରଫେସର ସୁଶାନ୍ତ କୁମାର ଦାସ ସମ୍ମିଳନୀକୁ ନିମନ୍ତ୍ରିତ ଅତିଥି, ବକ୍ତା ଓ ଏଆଇଏମ୍‌ଏସର କର୍ମକର୍ତ୍ତା ଓ ସଦସ୍ୟମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ସେହିପରି ଏଆଇଏମ୍‌ଏସ୍‌ର ଉପାଧ୍ୟକ୍ଷ ପ୍ରଫେସର ଅନୁପ ସାମନ୍ତରାୟ ଉକ୍ତ ସମ୍ମିଳନୀର ସଫଳ ଆୟୋଜନ ପାଇଁ ଡ୍ରିମ୍‌ସ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ.ପ୍ରମୋଦ ଚନ୍ଦ୍ର ରଥଙ୍କୁ ପ୍ରତିଷ୍ଠାନ ପକ୍ଷରୁ ସାଧୁବାଦ ଜଣାଇବା ସହ ସମ୍ବର୍ଦ୍ଧିତ କରାଯାଥିଲା। ଏହି ଅବସରରେ ଡ୍ରିମ୍‌ସ ସ୍କୁଲ ଅଫ୍‌ ମ୍ୟାଜେମେଣ୍ଟର ଡିନ୍‌ ଡ. ଶ୍ରୀତା ଭୋଳ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲାବେଳେ ପ୍ରାଧ୍ୟାପିକା ଡ.ଶ୍ୱେତପଦ୍ମା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏପରିକି ପ୍ରାଧ୍ୟାପକ ଡ.ହିମାଂଶୁ ଭୂଷଣ ଗୋଚ୍ଛାୟତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂଯୋଜନା କରିଥିଲେ। ଅପରପକ୍ଷରେ ଏଆଇଏମ୍‌ଏସ୍‌ର ରାଜ୍ୟ ଶାଖା ଅଧ୍ୟକ୍ଷ ତଥା ଇଣ୍ଡିଆନ୍‌ ମ୍ୟାନେଜମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍‌ର ପ୍ରଫେସର ରମେଶ ବେହି ଆଭାସୀ ମାଧ୍ୟମରେ ଅଂଶ ଗ୍ରହଣ କରିଥିଲେ

The post ଡ୍ରିମ୍‌ସରେ ଏଆଇଏମ୍‌ଏସ୍‌ର ରାଜ୍ୟ ସମ୍ମିଳନୀ appeared first on Dharitri Odia News.