ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ଯିବାବେଳେ ବାଟରେ ଓଲଟିଲା ପିକ୍‌ଅପ୍‌, ୪ ମୃତ, ୧୬ ଗୁରୁତର

ମୋହନା,୧୧ା୧୨(ମନ୍ମଥ ମିଶ୍ର): ଏକ ଶୁଦ୍ଧିକ୍ରିୟା ଭୋଜିରେ ଯୋଗଦେବାକୁ ପିକ୍‌ଅପ୍‌ ଭ୍ୟାନିରେ ପ୍ରାୟ ୪୦ ଜଣ ଯାତ୍ରୀ ରାମଗିରି ଥାନା ଅନ୍ତର୍ଗତ କେକେସିଂ ଗ୍ରାମରୁ ବାହାରି ମୋହନା ଥାନା ଅନ୍ତର୍ଗତ ଘାଇବାଲି ଗ୍ରାମକୁ ଆସୁଥିବା ବେଳେ ଚନ୍ଦ୍ରଗିରି ଫାଣ୍ଡି ନିକଟ ଚିଟିଙ୍ଗ ଘାଟିରେ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଫଳରେ ଗୁରୁତର ଓ ଆହତମାନଙ୍କୁ ଏକ ଡାଲା ଗାଡ଼ି,୧୦୮ ଆମ୍ବୁଲାନ୍ସ ଦ୍ୱାରା ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଥିମଧ୍ୟରୁ ସଙ୍କଟାପନ୍ନ ଅବସ୍ଥାରେ ଥିବା […] The post ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ଯିବାବେଳେ ବାଟରେ ଓଲଟିଲା ପିକ୍‌ଅପ୍‌, ୪ ମୃତ, ୧୬ ଗୁରୁତର appeared first on Dharitri Odia News.

ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ଯିବାବେଳେ ବାଟରେ ଓଲଟିଲା ପିକ୍‌ଅପ୍‌, ୪ ମୃତ, ୧୬ ଗୁରୁତର

ମୋହନା,୧୧ା୧୨(ମନ୍ମଥ ମିଶ୍ର): ଏକ ଶୁଦ୍ଧିକ୍ରିୟା ଭୋଜିରେ ଯୋଗଦେବାକୁ ପିକ୍‌ଅପ୍‌ ଭ୍ୟାନିରେ ପ୍ରାୟ ୪୦ ଜଣ ଯାତ୍ରୀ ରାମଗିରି ଥାନା ଅନ୍ତର୍ଗତ କେକେସିଂ ଗ୍ରାମରୁ ବାହାରି ମୋହନା ଥାନା ଅନ୍ତର୍ଗତ ଘାଇବାଲି ଗ୍ରାମକୁ ଆସୁଥିବା ବେଳେ ଚନ୍ଦ୍ରଗିରି ଫାଣ୍ଡି ନିକଟ ଚିଟିଙ୍ଗ ଘାଟିରେ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଫଳରେ ଗୁରୁତର ଓ ଆହତମାନଙ୍କୁ ଏକ ଡାଲା ଗାଡ଼ି,୧୦୮ ଆମ୍ବୁଲାନ୍ସ ଦ୍ୱାରା ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଥିମଧ୍ୟରୁ ସଙ୍କଟାପନ୍ନ ଅବସ୍ଥାରେ ଥିବା ରାମଗିରି ଥାନା କେକେସିଂ ଗ୍ରାମର ବାସନ୍ତି ଭୂୟାଁ (୬୫)ଓ ଚନ୍ଦ୍ରମା ଭୂୟାଁ (୬୫), ରାଧା କୁଡୁମ୍ବା(୫୨) ହରିବନ୍ଧୁ ଗମାଙ୍ଗ(୬୦)ଙ୍କ ମୃତ୍ୟୁ ଘଟିଥିବାବେଳେ ଗୁରୁତର ୧୬ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଡାକ୍ତର ଏନ୍‌. ଜୟପ୍ରକାଶ ସୂଚନା ଦେଇଛନ୍ତି। ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି।

ଘଟଣାସ୍ଥଳରେ ଚନ୍ଦ୍ରଗିରି ପୋଲିସ ପହଞ୍ଚି ୨୨୯/୨୪ ମାମଲା ରୁଜୁ କରି ପିକ୍‌ଅପ୍‌ ଭ୍ୟାନ୍‌ ( ଓଡି ଠ୫ ଏଏ ୯୬୭୬)କୁ ଜବତ କରିବା ସହ ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ କହିଛନ୍ତି। ବର୍ତ୍ତମାନ ଗଜପତି ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ମୋହନା ଆଇଆଇସି ବସନ୍ତ କୁମାର ସେଠୀ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ଘଟଣାର ତଦନ୍ତ ପାଇଁ ଯାଇଛନ୍ତି।

The post ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ଯିବାବେଳେ ବାଟରେ ଓଲଟିଲା ପିକ୍‌ଅପ୍‌, ୪ ମୃତ, ୧୬ ଗୁରୁତର appeared first on Dharitri Odia News.