ଆଜିଠୁ ୨ ଦିନିଆ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୧୦(ସୁନିତ୍‌ ମିଶ୍ର):ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାରଠାରୁ ୨ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଉଛନ୍ତି। ଦିଲ୍ଲୀଠାରେ ହେବାକୁ ଥିବା ନିବେଶକ ସମ୍ମିଳନୀରେ ସେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଆସନ୍ତା ୩ ତାରିଖରେ ଏକ ଘରୋଇ ହୋଟେଲରେ ଏହି ସମ୍ମିଳନୀ ହେବ। ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ‘ଉତ୍କର୍ଷ ୨୦୨୫’ର ପ୍ରାକ୍‌ ପ୍ରସ୍ତୁତି ପାଇଁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରୁଛନ୍ତି। ତାଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ଶିଳ୍ପ ବିଭାଗର ବରିଷ୍ଠ […] The post ଆଜିଠୁ ୨ ଦିନିଆ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.

ଆଜିଠୁ ୨ ଦିନିଆ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୧୦(ସୁନିତ୍‌ ମିଶ୍ର):ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାରଠାରୁ ୨ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଉଛନ୍ତି। ଦିଲ୍ଲୀଠାରେ ହେବାକୁ ଥିବା ନିବେଶକ ସମ୍ମିଳନୀରେ ସେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଆସନ୍ତା ୩ ତାରିଖରେ ଏକ ଘରୋଇ ହୋଟେଲରେ ଏହି ସମ୍ମିଳନୀ ହେବ। ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ‘ଉତ୍କର୍ଷ ୨୦୨୫’ର ପ୍ରାକ୍‌ ପ୍ରସ୍ତୁତି ପାଇଁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରୁଛନ୍ତି। ତାଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ଶିଳ୍ପ ବିଭାଗର ବରିଷ୍ଠ ପଦାଧିକାରୀମାନେ ଗସ୍ତ କରିବେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦେଶର ଆମ୍ବାସାଡର, ହାଇ କମିଶନର, ଟ୍ରେଡ୍‌ କମିଶନର, କନ୍‌ସୁଲେଟ୍‌ ଜେନେରାଲଙ୍କ ସହ ଆଲୋଚନା ହେବ। ବିଭିନ୍ନ ଶିଳ୍ପପତିଙ୍କ ସହ ଓ୍ବାନ୍‌ ଟୁ ଓ୍ବାନ୍‌ ଆଲୋଚନା ହେବା କାର୍ଯ୍ୟକ୍ରମ ମଧ୍ୟ ରହିଛି। ଶେଷରେ ଏକ ରୋଡ୍‌ ଶୋ ଆୟୋଜନ ହେବ। ଆସନ୍ତା ଜାନୁଆରୀ ୨୮ ଏବଂ ୨୯ରେ ମେକ୍‌ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜନ ହେବ। ତେଣୁ ଏହା ପୂର୍ବରୁ ରାଜ୍ୟକୁ ନିବେଶ ଆଣିବାକୁ ନିବେଶକଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ। ତେବେ ମୁଖ୍ୟମନ୍ତ୍ରୀଙ୍କ ୨ଦିନିଆ ଝାଡ଼ଖଣ୍ଡ ଗସ୍ତ କାର୍ଯ୍ୟକ୍ରମ ଶେଷ ହୋଇଛି।

The post ଆଜିଠୁ ୨ ଦିନିଆ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.