ଶ୍ୱଶୁର ଘରେ ନିଆରା ଚର୍ଚ୍ଚା: ଭାବୀ ଜ୍ୱାଇଁଙ୍କୁ ପରଷା ଗଲା ୭୬ ପ୍ରକାର ବ୍ୟଞ୍ଜନ

ରାୟଗଡ଼ା,୧୭।୧ (ଆଶିଷରଞ୍ଜନ ପଣ୍ଡା): ତେଲୁଗୁ ସମ୍ପ୍ରଦାୟର ମୁଖ୍ୟ ପର୍ବ ପୋଙ୍ଗଲରେ ରାୟଗଡ଼ା ସହରର ଏକ ପରିବାର ନିଜର ଭାବୀ ଜ୍ୱାଇଁଙ୍କୁ ନିମନ୍ତ୍ରଣକରି ଭୋଜନରେ ୭୬ ପ୍ରକାର ବ୍ୟଞ୍ଜନ ପରଷି ଚର୍ଚ୍ଚାକୁ ଆସିଛନ୍ତି। ପୋଙ୍ଗଲର ଶେଷ ଦିନରେ ରାୟଗଡ଼ା ଜଗନ୍ନାଥ ମନ୍ଦିର ନିକଟରେ ରହୁଥିବା ଭି. ସୂର୍ଯ୍ୟନାରାୟଣ ଓ ସ୍ବପ୍ନାଙ୍କ ପରିବାର ଭାବୀ ଜ୍ୱାଇଁ ଜି.ଶ୍ରୀନାଥଙ୍କ ପାଇଁ କଦଳୀପତ୍ରରେ ଧଳାଭାତ, ବିରିଆନି, ୪ ପ୍ରକାର ଆମିଷ, ଭିନ୍ନଭିନ୍ନ ତରକାରି, ବଡ଼ି,ପାମ୍ପଡ଼, ଭଳିକି ଭଳି ମିଠା, ଫଳ ଆଦି ୭୬ […] The post ଶ୍ୱଶୁର ଘରେ ନିଆରା ଚର୍ଚ୍ଚା: ଭାବୀ ଜ୍ୱାଇଁଙ୍କୁ ପରଷା ଗଲା ୭୬ ପ୍ରକାର ବ୍ୟଞ୍ଜନ appeared first on Dharitri Odia News.

ଶ୍ୱଶୁର ଘରେ ନିଆରା ଚର୍ଚ୍ଚା: ଭାବୀ ଜ୍ୱାଇଁଙ୍କୁ ପରଷା ଗଲା ୭୬ ପ୍ରକାର ବ୍ୟଞ୍ଜନ

ରାୟଗଡ଼ା,୧୭।୧ (ଆଶିଷରଞ୍ଜନ ପଣ୍ଡା): ତେଲୁଗୁ ସମ୍ପ୍ରଦାୟର ମୁଖ୍ୟ ପର୍ବ ପୋଙ୍ଗଲରେ ରାୟଗଡ଼ା ସହରର ଏକ ପରିବାର ନିଜର ଭାବୀ ଜ୍ୱାଇଁଙ୍କୁ ନିମନ୍ତ୍ରଣକରି ଭୋଜନରେ ୭୬ ପ୍ରକାର ବ୍ୟଞ୍ଜନ ପରଷି ଚର୍ଚ୍ଚାକୁ ଆସିଛନ୍ତି। ପୋଙ୍ଗଲର ଶେଷ ଦିନରେ ରାୟଗଡ଼ା ଜଗନ୍ନାଥ ମନ୍ଦିର ନିକଟରେ ରହୁଥିବା ଭି. ସୂର୍ଯ୍ୟନାରାୟଣ ଓ ସ୍ବପ୍ନାଙ୍କ ପରିବାର ଭାବୀ ଜ୍ୱାଇଁ ଜି.ଶ୍ରୀନାଥଙ୍କ ପାଇଁ କଦଳୀପତ୍ରରେ ଧଳାଭାତ, ବିରିଆନି, ୪ ପ୍ରକାର ଆମିଷ, ଭିନ୍ନଭିନ୍ନ ତରକାରି, ବଡ଼ି,ପାମ୍ପଡ଼, ଭଳିକି ଭଳି ମିଠା, ଫଳ ଆଦି ୭୬ ପ୍ରକାର ବ୍ୟଞ୍ଜନ ବାଢ଼ିଥିଲେ। ସୂର୍ଯ୍ୟନାରାୟଣଙ୍କ ଝିଅ ଆସନ୍ତା ମାର୍ଚ୍ଚରେ ରାୟଗଡ଼ା ଜିଲା ମୁନିଗୁଡ଼ାର ଜି. ବାଲାକୃଷ୍ଣ ଓ ଜି.ସରିତାଙ୍କ ପୁଅ ଶ୍ରୀନାଥଙ୍କୁ ବିବାହ କରିବେ। ଶ୍ରୀନାଥ ପେସାରେ ଜଣେ ଇଞ୍ଜିନିୟର। ସୂଚନାଯୋଗ୍ୟ, ପୋଙ୍ଗଲ ଉତ୍ସବ ୩ ଦିନ ଧରି ପାଳନ ହୋଇଥାଏ। ପ୍ରଥମ ଦିନ ଭୋଗୀ, ଦ୍ୱିତୀୟ ଦିନ ପୋଙ୍ଗଲ ବା ମକର ସଂକ୍ରାନ୍ତି ଆଉ ତୃତୀୟ ଦିନ କାନୁମୁ ଅର୍ଥାତ୍‌ ନୈଶଭୋଜିର ଆସର ଘରେ ଘରେ ଜମିଯାଏ। ତେଲୁଗୁ ସମ୍ପ୍ରଦାୟରେ ପରମ୍ପରା ଅନୁସାରେ ପୋଙ୍ଗଲ ଉତ୍ସବରେ ଝିଅ ଜ୍ୱାଇଁଙ୍କୁ ନିମନ୍ତ୍ରଣ କରାଯାଏ। ତୃତୀୟ ଦିନ କାନୁମୁରେ ବନ୍ଧୁବାନ୍ଧବ ଓ ପରିବାରବର୍ଗଙ୍କ ସହ ନୈଶଭୋଜିର ଆସର ଜମିଥାଏ।

The post ଶ୍ୱଶୁର ଘରେ ନିଆରା ଚର୍ଚ୍ଚା: ଭାବୀ ଜ୍ୱାଇଁଙ୍କୁ ପରଷା ଗଲା ୭୬ ପ୍ରକାର ବ୍ୟଞ୍ଜନ appeared first on Dharitri Odia News.