୨ ଆସନରୁ ହାରିଗଲେ ୫ଥରର ମୁଖ୍ୟମନ୍ତ୍ରୀ

ଗାଙ୍ଗ୍‌ଟକ୍‌,୨ା୬: ସିକିମ୍‌ ବିଧାନସଭା ନିର୍ବାଚନରେ ପୂର୍ବରୁ ୫ ଥର ମୁଖ୍ୟମନ୍ତ୍ରୀ ଥିବା ସିକିମ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ (ଏସ୍‌ଡିଏଫ୍‌) ସୁପ୍ରିମୋ ପଓ୍ବନ କୁମାର ଚାମ୍‌ଲିଙ୍ଗ ଉଭୟ ପୋକ୍‌ଲୋକ କାମରଙ୍ଗ ଏବଂ ନାମଚେବୁଙ୍ଗ ଆସନରୁ ହାରିଯାଇଛନ୍ତି। ଚାମ୍‌ଲିଙ୍ଗ ପୂର୍ବରୁ ୮ ଥର ବିଧାୟକ ଥିଲେ। ସେ ପୋକ୍‌ଲୋକ ଆସନରେ ସିକିମ୍‌ କ୍ରାନ୍ତିକାରୀ ମୋର୍ଚ୍ଚା (ଏସ୍‌କେଏମ୍‌) ପ୍ରାର୍ଥୀ ଭୋଜରାଜ ରାୟଙ୍କଠାରୁ ୩,୦୬୩ ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି। ରାୟ ୮,୦୩୭ ଖଣ୍ଡ ଭୋଟ ପାଇଥିବାବେଳେ ଚାମ୍‌ଲିଙ୍ଗଙ୍କୁ ୪,୯୭୪ ଖଣ୍ଡ ଭୋଟ ମିଳିଛି। […] The post ୨ ଆସନରୁ ହାରିଗଲେ ୫ଥରର ମୁଖ୍ୟମନ୍ତ୍ରୀ appeared first on Dharitri Odia News.

୨ ଆସନରୁ ହାରିଗଲେ ୫ଥରର ମୁଖ୍ୟମନ୍ତ୍ରୀ

ଗାଙ୍ଗ୍‌ଟକ୍‌,୨ା୬: ସିକିମ୍‌ ବିଧାନସଭା ନିର୍ବାଚନରେ ପୂର୍ବରୁ ୫ ଥର ମୁଖ୍ୟମନ୍ତ୍ରୀ ଥିବା ସିକିମ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ (ଏସ୍‌ଡିଏଫ୍‌) ସୁପ୍ରିମୋ ପଓ୍ବନ କୁମାର ଚାମ୍‌ଲିଙ୍ଗ ଉଭୟ ପୋକ୍‌ଲୋକ କାମରଙ୍ଗ ଏବଂ ନାମଚେବୁଙ୍ଗ ଆସନରୁ ହାରିଯାଇଛନ୍ତି। ଚାମ୍‌ଲିଙ୍ଗ ପୂର୍ବରୁ ୮ ଥର ବିଧାୟକ ଥିଲେ। ସେ ପୋକ୍‌ଲୋକ ଆସନରେ ସିକିମ୍‌ କ୍ରାନ୍ତିକାରୀ ମୋର୍ଚ୍ଚା (ଏସ୍‌କେଏମ୍‌) ପ୍ରାର୍ଥୀ ଭୋଜରାଜ ରାୟଙ୍କଠାରୁ ୩,୦୬୩ ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି। ରାୟ ୮,୦୩୭ ଖଣ୍ଡ ଭୋଟ ପାଇଥିବାବେଳେ ଚାମ୍‌ଲିଙ୍ଗଙ୍କୁ ୪,୯୭୪ ଖଣ୍ଡ ଭୋଟ ମିଳିଛି। ସେହିପରି ନାମଚେବୁଙ୍ଗ ଆସନରେ ଚାମଲିଙ୍ଗ ଏସ୍‌କେଏମ୍‌ ପ୍ରାର୍ଥୀ ରାଜୁ ବାସ୍‌ନେଟଙ୍କଠାରୁ ୨,୨୫୬ ଭୋଟରେ ପରାଜିତ ହୋଇଛନ୍ତି। ବାସ୍‌ନେଟ ୭,୧୯୫ ଭୋଟ ପାଇଥିବାବେଳେ ଚାମ୍‌ଲିଙ୍ଗଙ୍କୁ ୪,୯୩୯ ଖଣ୍ଡ ଭୋଟ ମିଳିଛି। ଚାମ୍‌ଲିଙ୍ଗ ୧୯୯୪ରୁ ୨୦୧୯ ଦୀର୍ଘ ୨୫ ବର୍ଷ ଧରି ସିକିମ ମୁଖ୍ୟମନ୍ତ୍ରୀ ରହିଥିଲେ। ୩୯ ବର୍ଷ ମଧ୍ୟରେ ସେ ପ୍ରଥମ ଥର ପାଇଁ ବିଧାନସଭା ଯିବାରୁ ବଞ୍ଚତ୍ତ ହୋଇଛନ୍ତି। ଏସ୍‌ଡିଏଫ୍‌ ସମସ୍ତ ୩୨ ଆସନରେ ପ୍ରାର୍ଥୀ ଦେଇଥିବାବେଳେ ମାତ୍ର ଗୋଟିଏ ଆସନ ଜିତିବାରେ ସକ୍ଷମ ହୋଇଛି।

The post ୨ ଆସନରୁ ହାରିଗଲେ ୫ଥରର ମୁଖ୍ୟମନ୍ତ୍ରୀ appeared first on Dharitri Odia News.