କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ଜଣେ ବୃଦ୍ଧାଙ୍କର ମୃତ୍ୟୁଘଟିଛି। ଏନେଇ ଜିଲା ଅଗ୍ନିଶମ ବିଭାଗ ପକ୍ଷରୁ ଜଣାଯାଇଛି। ମିଳିଥିବା ଜଣାଯାଇଛି ଯେ ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳର ବାସିନ୍ଦା ସାବିତ୍ରୀ ରାଓ (୭୫) ନିଜ ଘର ନିକଟରେ ଥିବା ଏକ କୂଅରୁ ଦଉଡି ବାଲଟିରେ ପାଣି କଢ଼ୁଥିବାବେଳେ ହଠାତ ଅସାବଧାନତରେ କୂଅରେ […] The post କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ appeared first on Dharitri Odia News.

କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ଜଣେ ବୃଦ୍ଧାଙ୍କର ମୃତ୍ୟୁଘଟିଛି। ଏନେଇ ଜିଲା ଅଗ୍ନିଶମ ବିଭାଗ ପକ୍ଷରୁ ଜଣାଯାଇଛି। ମିଳିଥିବା ଜଣାଯାଇଛି ଯେ ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳର ବାସିନ୍ଦା ସାବିତ୍ରୀ ରାଓ (୭୫) ନିଜ ଘର ନିକଟରେ ଥିବା ଏକ କୂଅରୁ ଦଉଡି ବାଲଟିରେ ପାଣି କଢ଼ୁଥିବାବେଳେ ହଠାତ ଅସାବଧାନତରେ କୂଅରେ ପଡ଼ିଯାଇଥିଲେ।

ଏହାକୁ ଦେଖି ସ୍ଥାନୀୟ କିଛି ବ୍ୟକ୍ତି ତୁରନ୍ତ କୋରାପୁଟ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ. କୋରାପୁଟ ଅଗ୍ନିଶମ ବିଭାଗର ହାବିଲଦାର ସନ୍ଦୀପ ସାମନ୍ତରାୟ ଙ୍କ ନେତୃତ୍ୱରେ ବିଭାଗର ବିଜୟ କିଷାନ ତୁରନ୍ତ ଘଟଣା ସ୍ଥଳରେ ପହଂଚି ଏକ ଲୁହା ସିଡ଼ି ଜରିଆରେ କୂଅରେ ଓଲ୍ହାଇ ବୃଦ୍ଧାକୁ ଉଦ୍ଧାର କରିଥିଲେ।

ସେତେବେଳେ ବୃଦ୍ଧା ଜଣଙ୍କର ମୃତ୍ୟୁ ହୋଯାଇଥିଲା। ଏନେଇ କୋରାପୁଟ ଟାଉନ ପୋଲିସକୁ ଖବର ଦେଇ ପୋଲିସ ସହାୟତାରେ ଶବକୁ ବ୍ୟବଛେଦ ପାଇଁ କୋରାପୁଟ ମେଡିକାଲ କଲେଜକୁ ପଠାଇ ଘଟଣା ନେଇ ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ ଚଳାଇ ଛନ୍ତି।

The post କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ appeared first on Dharitri Odia News.