‘ସମୁଦ୍ରର ସଂରକ୍ଷକ ଆମେ, ଭାରତର କୌଣସି ସମ୍ପର୍କ ନାହିଁ’: ମହମ୍ମଦ ୟୁନୁସଙ୍କ ବିବାଦୀୟ ବୟାନ
ନୂଆଦିଲ୍ଲୀ: ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ଚାରି ଦିନିଆ ଚୀନ ଗସ୍ତରୁ ସ୍ୱଦେଶ ଫେରିଛନ୍ତି । ସି ଜିନପିଙ୍ଗ ସହ ବୈଠକ କରିବା ପରେ ସେ ଚୀନରେ ଏକ ବିବାଦୀୟ ବୟାନ ଦେଇଥିଲେ । ସେ କହିଥିଲେ ଯେ ଭାରତର ସାତ ରାଜ୍ୟ ଲ୍ୟାଣ୍ଡଲକ୍ (ଭୂମି ଦ୍ୱାରା ଆବଦ୍ଧ) ଏବଂ ସମୁଦ୍ର ସହ ଏହାର କୌଣସି ସମ୍ପର୍କ ନାହିଁ, ତେଣୁ ସେହି କ୍ଷେତ୍ରର ସମୁଦ୍ରର ପ୍ରକୃତ ସଂରକ୍ଷକ ହେଉଛି ତାଙ୍କ ଦେଶ । ଏହି ଦୃଷ୍ଟିରୁ ଚୀନକୁ ସେହି କ୍ଷେତ୍ରରେ ବିକାଶ ପରିଯୋଜନା ଆରମ୍ଭ ପାଇଁ ଆମନ୍ତ୍ରିତ କରୁଛୁ ।ମହମ୍ମଦ ୟୁନୁସଙ୍କ ଦ୍ୱାରା ଚୀନରେ ଦିଆଯାଇଥିବା ଏକ ବୟାନ ବେଶ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓରେ ସେ କହୁଛନ୍ତି ଯେ ଢାକା ଏହି କ୍ଷେତ୍ରରେ ‘ସମୁଦ୍ରର ଏକମାତ୍ର ସଂରକ୍ଷକ’ । ଭାରତର ସାତ ରାଜ୍ୟ, ଭାରତର ପୂର୍ବ ଭାଗ, ଯାହାଙ୍କୁ ସାତ ଭଉଣୀ କୁହାଯାଉଛି...ସେମାନେ ଭୂମି ଦ୍ୱାରା ଘେରି ରହିଛନ୍ତି, ଭାରତର ଭୂମି ଦ୍ୱାରା ଘେରି ହୋଇ ରହିଥିବା ଅଞ୍ଚଳ । ସମୁଦ୍ର ନିକଟରେ ପହଞ୍ଚିବାକୁ ସେମାନଙ୍କ ପାଖରେ କୌଣସି ରାସ୍ତା ନାହିଁ । ସେ ଦାବି କରିଛନ୍ତି ଯେ ବାଂଲାଦେଶ ହିଁ ସମୁଦ୍ରର ସଂରକ୍ଷକ, ଏଥିପାଇଁ ଚୀନକୁ ଏହି କ୍ଷେତ୍ରରେ ବିକାଶମୁଖୀ କାର୍ଯ୍ୟ କରିବା ପାଇଁ ଆମନ୍ତ୍ରଣ କରିଛୁ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ସଦସ୍ୟ ସଞ୍ଜୀବ ସାନ୍ୟାଲ ଏକ୍ସରେ ଭିଡିଓ ସେୟାର କରି ଲେଖିଛନ୍ତି, ଏହା କୌତୁହଳର ବି
ନୂଆଦିଲ୍ଲୀ: ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ଚାରି ଦିନିଆ ଚୀନ ଗସ୍ତରୁ ସ୍ୱଦେଶ ଫେରିଛନ୍ତି । ସି ଜିନପିଙ୍ଗ ସହ ବୈଠକ କରିବା ପରେ ସେ ଚୀନରେ ଏକ ବିବାଦୀୟ ବୟାନ ଦେଇଥିଲେ । ସେ କହିଥିଲେ ଯେ ଭାରତର ସାତ ରାଜ୍ୟ ଲ୍ୟାଣ୍ଡଲକ୍ (ଭୂମି ଦ୍ୱାରା ଆବଦ୍ଧ) ଏବଂ ସମୁଦ୍ର ସହ ଏହାର କୌଣସି ସମ୍ପର୍କ ନାହିଁ, ତେଣୁ ସେହି କ୍ଷେତ୍ରର ସମୁଦ୍ରର ପ୍ରକୃତ ସଂରକ୍ଷକ ହେଉଛି ତାଙ୍କ ଦେଶ । ଏହି ଦୃଷ୍ଟିରୁ ଚୀନକୁ ସେହି କ୍ଷେତ୍ରରେ ବିକାଶ ପରିଯୋଜନା ଆରମ୍ଭ ପାଇଁ ଆମନ୍ତ୍ରିତ କରୁଛୁ ।
ମହମ୍ମଦ ୟୁନୁସଙ୍କ ଦ୍ୱାରା ଚୀନରେ ଦିଆଯାଇଥିବା ଏକ ବୟାନ ବେଶ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓରେ ସେ କହୁଛନ୍ତି ଯେ ଢାକା ଏହି କ୍ଷେତ୍ରରେ ‘ସମୁଦ୍ରର ଏକମାତ୍ର ସଂରକ୍ଷକ’ । ଭାରତର ସାତ ରାଜ୍ୟ, ଭାରତର ପୂର୍ବ ଭାଗ, ଯାହାଙ୍କୁ ସାତ ଭଉଣୀ କୁହାଯାଉଛି...ସେମାନେ ଭୂମି ଦ୍ୱାରା ଘେରି ରହିଛନ୍ତି, ଭାରତର ଭୂମି ଦ୍ୱାରା ଘେରି ହୋଇ ରହିଥିବା ଅଞ୍ଚଳ । ସମୁଦ୍ର ନିକଟରେ ପହଞ୍ଚିବାକୁ ସେମାନଙ୍କ ପାଖରେ କୌଣସି ରାସ୍ତା ନାହିଁ । ସେ ଦାବି କରିଛନ୍ତି ଯେ ବାଂଲାଦେଶ ହିଁ ସମୁଦ୍ରର ସଂରକ୍ଷକ, ଏଥିପାଇଁ ଚୀନକୁ ଏହି କ୍ଷେତ୍ରରେ ବିକାଶମୁଖୀ କାର୍ଯ୍ୟ କରିବା ପାଇଁ ଆମନ୍ତ୍ରଣ କରିଛୁ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ସଦସ୍ୟ ସଞ୍ଜୀବ ସାନ୍ୟାଲ ଏକ୍ସରେ ଭିଡିଓ ସେୟାର କରି ଲେଖିଛନ୍ତି, ଏହା କୌତୁହଳର ବିଷୟ ଯେ ୟୁନୁସ ଚୀନକୁ ଏହି ଆଧାରରେ ସାର୍ବଜନୀନ ଅପିଲ୍ କରୁଛନ୍ତି ଯେ ଭାରତର ୭ ରାଜ୍ୟ ଚାରିପଟୁ ଭୂମି ଦ୍ୱାରା ଘେରି ରହିଛନ୍ତି । ବାଂଲାଦେଶରେ ଚୀନ ନିବେଶକୁ ସ୍ୱାଗତ, କିନ୍ତୁ ୭ ଭାରତୀୟ ରାଜ୍ୟର ଚାରି ପଟେ ଭୂମି ରହିବାର ଅର୍ଥ କଣ ?
Interesting that Yunus is making a public appeal to the Chinese on the basis that 7 states in India are land-locked. China is welcome to invest in Bangladesh, but what exactly is the significance of 7 Indian states being landlocked? https://t.co/JHQAdIzI9s— Sanjeev Sanyal (@sanjeevsanyal) March 31, 2025