ବିଶ୍ୱର ପ୍ରଥମ ଇ-ଫୁଏଲ୍ ଉତ୍ପାଦନକାରୀ ନିଆରା ଉଦ୍ଭାବନ, ପାଣି ଓ ଅଙ୍ଗାରକାମ୍ଳରୁ ତିଆରି ହେଉଛି ଇନ୍ଧନ
ନୂଆଦିଲ୍ଲୀ ୧୦/୦୪ ପାଣି ଏବଂ ଅଙ୍ଗାରକାମ୍ଳରୁ ତିଆରି ହେଉଛି ଇନ୍ଧନ । ଏ ଇନ୍ଧନରେ ଟ୍ରକ୍ଠାରୁ ଆରମ୍ଭ କରି ଜେଟ୍ ପର୍ଯ୍ୟନ୍ତ ସବୁକିଛି ଚାଲୁଛି । କାଲିଫର୍ଣ୍ଣିଆଭିତ୍ତିକ କମ୍ପାନି ଇନ୍ଫିନିୟମ୍ ଏଭଳି ଫୁଏଲ୍ ବିକଶିତ କରିଛି । ଏହା ହେଉଛି ବିଶ୍ୱର ପ୍ରଥମ ଏଭଳି ଇ-ଫୁଏଲ୍ ଉତ୍ପାଦନକାରୀ, ଯାହାକି ଏହି କନ୍ସେପ୍ଟକୁ ବାସ୍ତବ ରୂପ ଦେଇ ଆମେରିକାରେ ଶିଳ୍ପ ଉପଯୋଗ ପାଇଁ ଆଖିଦୃଶିଆ ଇନ୍ଧନ ଉତ୍ପାଦନ କରୁଛି ।ଏହି ଧରଣର ଇନ୍ଧନ ଉତ୍ପାଦନ ଯଦି ବଢ଼ାଇ ଦିଆଯାଇପାରିବ ବିମାନ ଚଳାଚଳଠାରୁ ଆରମ୍ଭ କରି ଭାରୀ ଟ୍ରକ୍ ପର୍ଯ୍ୟନ୍ତ ପରିବହନ ଶିଳ୍ପ ଛାଡୁଥିବା ଅଙ୍ଗାରକାମ୍ଳକୁ ଏହା ବୃହତ୍ ମାତ୍ରାରେ ନିଷ୍କାସନ କରିପାରିବ ବୋଲି ବିଲ୍ ଗେଟ୍ସଙ୍କ ସମର୍ଥିତ ଏହି ଷ୍ଟାର୍ଟଅପ୍ ଦୃଢ଼ୋକ୍ତି ପ୍ରକାଶ କରିଛି । କମ୍ପାନିର ପ୍ଲାଣ୍ଟରେ ଏଭଳି ଭାବେ ଇନ୍ଧନ ପ୍ରସ୍ତୁତ ହୋଇଥାଏ । କମ୍ପାନିର ପ୍ଲାଣ୍ଟ ନିକଟସ୍ଥ ପବନ ଏବଂ ସୌରଶକ୍ତି ଫାର୍ମରୁ ଉତ୍ପାଦିତ ବିଦ୍ୟୁତ୍କୁ ବ୍ୟବହାର କରି ଇଲେକ୍ଟ୍ରୋଲାଇଜର ଜଳକୁ ହାଇଡ୍ରୋଜେନ ଏବଂ ଅମ୍ଳଜାନରେ ବିଭକ୍ତ କରିଥାଏ । ଏହାପରେ ହାଇଡ୍ରୋଜେନ୍କୁ ରିଆକ୍ଟର ପାଖକୁ ପଠାଯାଏ, ଯେଉଁଠାରେ ଏହା ସ୍ଥାନୀୟ ବିଶୋଧନାଗାରରୁ ନିର୍ଗତ ଅଙ୍ଗାରକାମ୍ଳ ସହ ମିଶେ । ଏହା ପରେ ଏକ ସିନ୍ଥେଟିକ୍ ଇନ୍ଧନ ତିଆରି ହୋଇଯାଏ । ଜୀବାଶ୍ମ ଇନ୍ଧନ ଭଳି ଏଥିରେ ସମାନ ପ୍ରକାର କେମିକାଲ ପ୍ରପର୍ଟିଜ୍ ରହିଥାଏ । କିନ୍ତୁ ଏହା ସ୍ୱ
ନୂଆଦିଲ୍ଲୀ ୧୦/୦୪ ପାଣି ଏବଂ ଅଙ୍ଗାରକାମ୍ଳରୁ ତିଆରି ହେଉଛି ଇନ୍ଧନ । ଏ ଇନ୍ଧନରେ ଟ୍ରକ୍ଠାରୁ ଆରମ୍ଭ କରି ଜେଟ୍ ପର୍ଯ୍ୟନ୍ତ ସବୁକିଛି ଚାଲୁଛି । କାଲିଫର୍ଣ୍ଣିଆଭିତ୍ତିକ କମ୍ପାନି ଇନ୍ଫିନିୟମ୍ ଏଭଳି ଫୁଏଲ୍ ବିକଶିତ କରିଛି । ଏହା ହେଉଛି ବିଶ୍ୱର ପ୍ରଥମ ଏଭଳି ଇ-ଫୁଏଲ୍ ଉତ୍ପାଦନକାରୀ, ଯାହାକି ଏହି କନ୍ସେପ୍ଟକୁ ବାସ୍ତବ ରୂପ ଦେଇ ଆମେରିକାରେ ଶିଳ୍ପ ଉପଯୋଗ ପାଇଁ ଆଖିଦୃଶିଆ ଇନ୍ଧନ ଉତ୍ପାଦନ କରୁଛି ।
ଏହି ଧରଣର ଇନ୍ଧନ ଉତ୍ପାଦନ ଯଦି ବଢ଼ାଇ ଦିଆଯାଇପାରିବ ବିମାନ ଚଳାଚଳଠାରୁ ଆରମ୍ଭ କରି ଭାରୀ ଟ୍ରକ୍ ପର୍ଯ୍ୟନ୍ତ ପରିବହନ ଶିଳ୍ପ ଛାଡୁଥିବା ଅଙ୍ଗାରକାମ୍ଳକୁ ଏହା ବୃହତ୍ ମାତ୍ରାରେ ନିଷ୍କାସନ କରିପାରିବ ବୋଲି ବିଲ୍ ଗେଟ୍ସଙ୍କ ସମର୍ଥିତ ଏହି ଷ୍ଟାର୍ଟଅପ୍ ଦୃଢ଼ୋକ୍ତି ପ୍ରକାଶ କରିଛି । କମ୍ପାନିର ପ୍ଲାଣ୍ଟରେ ଏଭଳି ଭାବେ ଇନ୍ଧନ ପ୍ରସ୍ତୁତ ହୋଇଥାଏ ।
କମ୍ପାନିର ପ୍ଲାଣ୍ଟ ନିକଟସ୍ଥ ପବନ ଏବଂ ସୌରଶକ୍ତି ଫାର୍ମରୁ ଉତ୍ପାଦିତ ବିଦ୍ୟୁତ୍କୁ ବ୍ୟବହାର କରି ଇଲେକ୍ଟ୍ରୋଲାଇଜର ଜଳକୁ ହାଇଡ୍ରୋଜେନ ଏବଂ ଅମ୍ଳଜାନରେ ବିଭକ୍ତ କରିଥାଏ । ଏହାପରେ ହାଇଡ୍ରୋଜେନ୍କୁ ରିଆକ୍ଟର ପାଖକୁ ପଠାଯାଏ, ଯେଉଁଠାରେ ଏହା ସ୍ଥାନୀୟ ବିଶୋଧନାଗାରରୁ ନିର୍ଗତ ଅଙ୍ଗାରକାମ୍ଳ ସହ ମିଶେ ।
ଏହା ପରେ ଏକ ସିନ୍ଥେଟିକ୍ ଇନ୍ଧନ ତିଆରି ହୋଇଯାଏ । ଜୀବାଶ୍ମ ଇନ୍ଧନ ଭଳି ଏଥିରେ ସମାନ ପ୍ରକାର କେମିକାଲ ପ୍ରପର୍ଟିଜ୍ ରହିଥାଏ । କିନ୍ତୁ ଏହା ସ୍ୱଚ୍ଛ ଇନ୍ଧନ । ଇନ୍ଫିନିୟମ୍ ଦିନକୁ ପ୍ରାୟ ୮,୩୦୦ ଲିଟର ଏଭଳି ଇଲେକ୍ଟ୍ରୋଫୁଏଲ୍ ବା ଇ-ଫୁଏଲ୍ ଉତ୍ପାଦନ କରୁଛି । ସମଗ୍ର ଆମେରିକାରେ ଏହା ଗ୍ରାହକମାନଙ୍କୁ ଏ ଇନ୍ଧନକୁ ଯୋଗାଉଛି ।
କମ୍ପାନିର ସ୍ଲୋଗାନ ରହିଛି ‘କ୍ଲିନ୍ ଫୁଏଲ୍ସ ମେଡ୍ ଫ୍ରମ୍ ରିନ୍ୟୁଏବଲ୍ ଏନର୍ଜି ଆଣ୍ଡ୍ କାର୍ବନ ଡାଇଅକ୍ସାଇଡ୍’ । ହାଇଡ୍ରୋକାର୍ବନ(ହାଇଡ୍ରୋଜେନ୍ ଏବଂ କାର୍ବନ ପରମାଣୁର ଯୌଗିକ) ଅଶୋଧିତ ତୈଳର ଆଧାର, ଯାହାକି ଇନ୍ଧନ ଭାବେ ରୂପାନ୍ତର ହୁଏ । ଏହି ଇନ୍ଧନକୁ ଟ୍ରକ୍ଠାରୁ ଆରମ୍ଭ କରି ଜେଟ୍ ପର୍ଯ୍ୟନ୍ତ ଯାନ ଚଳାଚଳରେ ବ୍ୟବହାର କରାଯାଇଥାଏ ।
ଶିଳ୍ପ କ୍ଷେତ୍ରରେ ଏହାର ବହୁଳ ବ୍ୟବହାର କରାଯାଇ ଏହାକୁ ପାରମ୍ପରିକ ଇନ୍ଧନର ଏକ ବିକଳ୍ପ ଭାବେ ନିଆଯାଇପାରିବ । ଏହା ମାଧ୍ୟମରେ ବିଶ୍ୱ ତାପନକୁ ଅନେକାଂଶରେ ହ୍ରାସ କରାଯାଇପାରିବ ବୋଲି ଇନ୍ଫିନିୟମ୍ ପ୍ରକାଶ କରିଛି । ବିଶ୍ୱ ଗ୍ରୀନ ହାଉସ୍ ଗ୍ୟାସ ନିର୍ଗମନରେ ବିମାନ ଶିଳ୍ପ ୨%ରୁ ଅଧିକ ଦାୟୀ ।
ମାଲ ପରିବହନ ବିଶେଷ କରି ଟ୍ରକ, ଜାହାଜ ଏବଂ ରେଳ ମାଧ୍ୟମରେ ହେଉଛି । ଏହା ଆଉ ୮% ବିଶ୍ୱ ଗ୍ରୀନ ହାଉସ୍ ଗ୍ୟାସ ନିର୍ଗମନ ପାଇଁ ଦାୟୀ । ପରିବହନ ଏବଂ ଭ୍ରମଣ ଚାହିଦା ବୃଦ୍ଧି ଯୋଗୁ ଆଗାମୀ ଦଶନ୍ଧିଗୁଡ଼ିକରେ ଏହା ଆହୁରି ବଢ଼ିବ । ଏଭଳି ସ୍ଥିତିରେ ତ୍ୱରିତ ସମାଧାନ ଆବଶ୍ୟକ ।
ଇ- ଏଲ୍ ସହ ଅନ୍ୟାନ୍ୟ ପରିବେଶ ଅନୁକୂଳ ଇନ୍ଧନ ଆଣିବା ବର୍ତ୍ତମାନର ଆବଶ୍ୟକତା ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ୫ ବର୍ଷ ତଳେ ଇ-ଫୁଏଲ୍ ବଜାରର ସତ୍ତା ନ ଥିଲା । ତେବେ ୨୦୩୦ ସୁଦ୍ଧା ଏହା ପ୍ରାୟ ୫୦୦୦ କୋଟି ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି ।
ବ୍ଲୁମ୍ବର୍ଗଏନ୍ଇଏଫ୍ର ବିଶ୍ଳେଷକ ରୋଜ୍ ଓଏଟିସ୍ କୁହନ୍ତି ଇ-ଫୁଏଲ୍ର ବ୍ୟବସାୟିକ ଉତ୍ପାଦନ ସେତେଟା ଅଧିକ ନାହିଁ । କିନ୍ତୁ ଏହା ପ୍ରତି ଆଗ୍ରହ ବଢୁଛି । ପରିବହନରୁ ନିର୍ଗମନ ଅଙ୍ଗାରକାମ୍ଳକୁ ଏହା ନିଷ୍କାସନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଇନ୍ଫିନିୟମ୍ର ପ୍ରତିଷ୍ଠାତା ରୋବର୍ଟ ସୁଏଜେଲ ପ୍ରକାଶ କରିଛନ୍ତି ।
ଏହି ୩ ବର୍ଷର ଷ୍ଟାର୍ଟଅପ୍ ପାଖରେ ଟେକ୍ସାସ ଏବଂ ଅନ୍ୟତ୍ର ଆଉ ୧୩ଟି ପ୍ରକଳ୍ପ ରହିଛି । ଟେକ୍ସାସର କର୍ପସ କ୍ରିଷ୍ଟି ସହରରେ ଇନ୍ଫିନିୟମ୍ ଇ-ଫୁଏଲ୍ କ୍ଷେତ୍ରରେ ବିପ୍ଳବ ଆଣିଛି । କର୍ପସ କ୍ରିଷ୍ଟି ସହରରେ ଅନେକ ଜୀବାଶ୍ମ ଇନ୍ଧନ କମ୍ପାନି ରହିଛନ୍ତି । ପ୍ରତିବର୍ଷ ଏ ସହରରୁ ବିପୁଳ ପରିମାଣରେ ଅଶୋଧିତ ତୈଳ ରପ୍ତାନି ହୋଇଥାଏ । କିନ୍ତୁ ଏହି ସହରର ଭବିଷ୍ୟତ ଅଙ୍ଗାରକାମ୍ଳରୁ ପ୍ରସ୍ତୁତ ଇ-ଫୁଏଲ୍ରେ ଚାଳିତ ହେବାକୁ ଯାଉଛି ।
ସହରରେ ଇନ୍ଫିନିୟମ୍ ଏହାର ଇ-ଫୁଏଲ୍ ପ୍ଲାଣ୍ଟ ନିର୍ମାଣ କରିଛି । ଏହି ପ୍ଲାଣ୍ଟରେ ଟ୍ରକ ପାଇଁ ଇ-ଡିଜେଲ, ଜେଟ୍ ଇନ୍ଧନ ଭାବେ ଇ-କିରୋସିନ୍ ଏବଂ ଇ-ନାଫ୍ଥା ଉତ୍ପାଦନ ପାଇଁ ଦିନରାତି ମେଶିନ୍ରେ କାର୍ଯ୍ୟ ଚାଲୁଛି । ଯଦି ଏହି ପ୍ଲାଣ୍ଟ ଏହାର ପୂର୍ଣ୍ଣ କ୍ଷମତାରେ ଚାଲିପାରନ୍ତା, ତେବେ ପ୍ରତିବର୍ଷ ଏଠାରୁ ୩୦ ଲକ୍ଷ ଲିଟର ଇ-ଫୁଏଲ୍ ଉତ୍ପାଦନ ହୋଇପାରନ୍ତା ବୋଲି କମ୍ପାନି ପ୍ରକାଶ କରିଛି । ଏହା ଆହୁରି କହିଛି, କମ୍ପାନିର ଉତ୍ପାଦ ପାରମ୍ପରିକ ଇନ୍ଧନ ତୁଳନାରେ ୯୫% କମ୍ ଅଙ୍ଗାରକାମ୍ଳ ନିର୍ଗମନ କରିଥାଏ ।