ନୂଆ ସରକାର, ଓଡ଼ିଶାକୁ ମିଳିଲା ୬ ହଜାର ୩୨୭ କୋଟି

ନୂଆଦିଲ୍ଲୀ, ୧୧।୦୬: କେନ୍ଦ୍ରରେ ଏନ୍‌ଡିଏ ସରକାର ଗଠନ ହେବା ପରେ ଲଗାତାର ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନେରନ୍ଦ୍ର ମୋଦି ଶପଥ ନେଇଛନ୍ତି । ଏଥିସହିତ କେନ୍ଦ୍ର ମନ୍ତ୍ରୀମଣ୍ଡଳ ରବିବାର ଶପଥ ନେବା ପରେ ସୋମବାର ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। ନିର୍ମଳା ସୀତାରମଣଙ୍କୁ ଅର୍ଥ ମନ୍ତ୍ରାଳୟ ଦ଼୍ବାୟିତ଼୍ବ ମିଳିଛି। ବିଭାଗ ବଣ୍ଟାଯିବାର ସଙ୍ଗେସଙ୍ଗେ ଅର୍ଥ ମନ୍ତ୍ରାଳୟ ବଡ଼ ନିଷ୍ପତ୍ତି ନେଇଛି। ଟ୍ୟାକ୍ସ ଡିଭୋଲ୍ୟୁସନ୍‌ ବା ଆଦାୟ କରକୁ ରାଜ୍ୟମାନଙ୍କ ଭିତରେ ବଣ୍ଟା ଯିବାକୁ ଗ୍ରୀନ୍‌ ସିଗନାଲ୍‌ […] The post ନୂଆ ସରକାର, ଓଡ଼ିଶାକୁ ମିଳିଲା ୬ ହଜାର ୩୨୭ କୋଟି appeared first on Dharitri Odia News.

ନୂଆ ସରକାର, ଓଡ଼ିଶାକୁ ମିଳିଲା ୬ ହଜାର ୩୨୭ କୋଟି

ନୂଆଦିଲ୍ଲୀ, ୧୧।୦୬: କେନ୍ଦ୍ରରେ ଏନ୍‌ଡିଏ ସରକାର ଗଠନ ହେବା ପରେ ଲଗାତାର ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନେରନ୍ଦ୍ର ମୋଦି ଶପଥ ନେଇଛନ୍ତି । ଏଥିସହିତ କେନ୍ଦ୍ର ମନ୍ତ୍ରୀମଣ୍ଡଳ ରବିବାର ଶପଥ ନେବା ପରେ ସୋମବାର ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। ନିର୍ମଳା ସୀତାରମଣଙ୍କୁ ଅର୍ଥ ମନ୍ତ୍ରାଳୟ ଦ଼୍ବାୟିତ଼୍ବ ମିଳିଛି। ବିଭାଗ ବଣ୍ଟାଯିବାର ସଙ୍ଗେସଙ୍ଗେ ଅର୍ଥ ମନ୍ତ୍ରାଳୟ ବଡ଼ ନିଷ୍ପତ୍ତି ନେଇଛି। ଟ୍ୟାକ୍ସ ଡିଭୋଲ୍ୟୁସନ୍‌ ବା ଆଦାୟ କରକୁ ରାଜ୍ୟମାନଙ୍କ ଭିତରେ ବଣ୍ଟା ଯିବାକୁ ଗ୍ରୀନ୍‌ ସିଗନାଲ୍‌ ମିଳିଛି। ମୋଟ ୧ ଲକ୍ଷ ୩୯ ହଜାର ୭୫୦ କୋଟି ଟଙ୍କା ରାଜ୍ୟମାନଙ୍କ ମଧ୍ୟରେ ବଣ୍ଟାଯିବ । ଏଥିରେ ସବୁଠାରୁ ଅଧିକ ଟଙ୍କା ଉତ୍ତର ପ୍ରଦେଶକୁ ମିଳିବ ବୋଲି ଜଣାପଡ଼ିଛି । ସେହିପରି ଓଡ଼ିଶାକୁ ୬ ହଜାର ୩୨୭ କୋଟି ଟଙ୍କା ମିଳିବା ନେଇ ଜଣାପଡ଼ିଛି ।

The post ନୂଆ ସରକାର, ଓଡ଼ିଶାକୁ ମିଳିଲା ୬ ହଜାର ୩୨୭ କୋଟି appeared first on Dharitri Odia News.