ଡ୍ରେନ ସଫେଇ ଆଳରେ ମିଥ୍ୟା ବିଲ୍‌ ଅଭିଯୋଗ: ସାମାଜିକ ଗଣମାଧ୍ୟମରେ ଭର୍ତ୍ସନା

ଦାରିଙ୍ଗବାଡି, ୪।୬ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ପକ୍ଷରୁ ଗତ କିଛିଦିନ ତଳେ ଡ୍ରେନ ସଫେଇ ସହ ଦାରିଙ୍ଗବାଡି ବଜାରକୁ ସଫେଇ କରାଯାଇଥିଲା। ସ୍ଥାନୀୟ ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ନିର୍ଦ୍ଦେଶକ୍ରମେ ଏହି ସବୁ କାର୍ଯ୍ୟ କରାଯାଇଥିଲା। ସଫେଇ ପରେ ଯିଏ ଅଳିଆ ଆବର୍ଜନା ଏଣେତେଣେ ପକାଇବ ୫ ହଜାର ପର୍ଯ୍ୟନ୍ତ ତଣ୍ଡ ଗଣିବ ବୋଲି ବିଡ଼ିଓ ଚେତାବନୀ ମଧ୍ୟ ଦେଇଥିଲେ। କିନ୍ତୁ ବାସ୍ତବରେ ଦାରିଙ୍ଗବାଡିର ହାତଗଣତି କିଛି ଡ୍ରେନକୁ ସଫେଇ କରି ସମ୍ପୂର୍ଣ୍ଣ ଦାରିଙ୍ଗବାଡି […] The post ଡ୍ରେନ ସଫେଇ ଆଳରେ ମିଥ୍ୟା ବିଲ୍‌ ଅଭିଯୋଗ: ସାମାଜିକ ଗଣମାଧ୍ୟମରେ ଭର୍ତ୍ସନା appeared first on Dharitri Odia News.

ଡ୍ରେନ ସଫେଇ ଆଳରେ ମିଥ୍ୟା ବିଲ୍‌ ଅଭିଯୋଗ: ସାମାଜିକ ଗଣମାଧ୍ୟମରେ ଭର୍ତ୍ସନା

ଦାରିଙ୍ଗବାଡି, ୪।୬ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ପକ୍ଷରୁ ଗତ କିଛିଦିନ ତଳେ ଡ୍ରେନ ସଫେଇ ସହ ଦାରିଙ୍ଗବାଡି ବଜାରକୁ ସଫେଇ କରାଯାଇଥିଲା। ସ୍ଥାନୀୟ ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ନିର୍ଦ୍ଦେଶକ୍ରମେ ଏହି ସବୁ କାର୍ଯ୍ୟ କରାଯାଇଥିଲା। ସଫେଇ ପରେ ଯିଏ ଅଳିଆ ଆବର୍ଜନା ଏଣେତେଣେ ପକାଇବ ୫ ହଜାର ପର୍ଯ୍ୟନ୍ତ ତଣ୍ଡ ଗଣିବ ବୋଲି ବିଡ଼ିଓ ଚେତାବନୀ ମଧ୍ୟ ଦେଇଥିଲେ। କିନ୍ତୁ ବାସ୍ତବରେ ଦାରିଙ୍ଗବାଡିର ହାତଗଣତି କିଛି ଡ୍ରେନକୁ ସଫେଇ କରି ସମ୍ପୂର୍ଣ୍ଣ ଦାରିଙ୍ଗବାଡି ସହାରକୁ ସଫେଇ କରାଯାଇଥିବା ଦର୍ଶାଇ ମିଥ୍ୟା ବିଲ କରାଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏହାର ନଗ୍ନ ଉଦାହରଣ ହେଲା କୁମ୍ଭଜାରର ଡ୍ରେନେଜ ବ୍ୟବସ୍ଥା। କିଛି ବ୍ୟକ୍ତି ଏହାର ଫଟୋ ସହ ପଞ୍ଚାୟତ ଏବଂ ସ୍ଥାନୀୟ ପ୍ରଶାସନକୁ ତାତ୍ସଲ୍ୟ କରି ପୋଷ୍ଟ କରିଥିବା ଏବେ ମୋବାଇଲକୁ ମୋବାଇଲ ଘୁରିବୁଲୁଛି।

ଗ୍ରାମର ଦେବାଶିଷ ସାହୁ ଅଭିଯୋଗ କରିଛନ୍ତି ଯେ, କୁମ୍ଭବଜାରର ଡ୍ରେନ ଚୋକ ହୋଇ ଡ୍ରେନରୁ ଦୁର୍ଗନ୍ଧ ପାଣି ବାହାରି ରାସ୍ତା ଉପରେ ଯାଉଛି। ଫଳରେ ରାସ୍ତାରେ ଲୋକମାନେ ନାକ ଟେକି ଯାଉଛନ୍ତି। ସେହିପରି ଶିତିକାନ୍ତ ସାହୁ ଅଭିଯୋଗ କରିଛନ୍ତି, କେବଳ ଡ୍ରେନ ନୁହେଁ, କୁମ୍ଭବଜାରରେ ରାସ୍ତା ଉପରେ ଗାଡ଼ିମୋଟୋର ରଖାଯାଇ ରାସ୍ତାକୁ ଜାମ କରିଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି। ସେହିପରି ଜୟ ଚନ୍ଦ୍ର ପଡ୍ରା ଅଭିଯୋଗ କରିଛନ୍ତି ଯେ, ଡ୍ରେନ ସଫେଇ ନାମରେ ଅର୍ଥ ହରିଲୁଟ କରାଯାଇଥିବା ଅଭିଯୋଗ କରିଛନ୍ତି। ଗ୍ରାମର ଯୁବ ଆଇନଜୀବୀ ହରେନ କୁମାର ସାହୁ ଗ୍ରାମବାସୀଙ୍କୁ ପରିବେଶ ସ୍ବଚ୍ଛତା ରଖିବାକୁ ନିବେଦନ କରିଛନ୍ତି। ସେହିପରି ସତ୍ୟନାରାୟଣ ସାହୁ ପ୍ରଶାସନକୁ ତାତ୍ସଲ୍ୟ କରି କହିଛନ୍ତି, ଅତ୍ର ତତ୍ର ସର୍ବତ୍ର…ଦାରିଙ୍ଗବାଡ଼ିର ପରିମଳ ବ୍ୟବସ୍ଥା ଅତି ଦୟନୀୟ ଓ ବିପର୍ଯ୍ୟସ୍ତ ବୋଲି ସେ ଅଭିଯୋଗ କରିଛନ୍ତି। ଏନେଇ ସରପଞ୍ଚ ଚନ୍ଦ୍ରିକା ମଲିକ କହିଛନ୍ତି ଯେ କୁମ୍ଭବଜାର ଡ୍ରେନ ସଫେଇ କରାଯାଇନାହିଁ କି କୌଣସି ବିଲ କରାଯାଇନାହିଁ ଏହା ମିଥ୍ୟା ଅଭିଯୋଗ। ଯେଉଁ ବ୍ୟକ୍ତିଙ୍କ ଘର ସମ୍ମୁଖରେ ଡ୍ରେନ ଯାଇଛି ସେମାନେ ଡ୍ରେନକୁ ପୋତିଦେଉଛନ୍ତି ଅନେକ ଲୋକ ଘର କାମ କରୁଛନ୍ତି। ସେମାନେ ବାଲି, ଇଟା, ପଥର ଘର ଆଗରେ ଗଦା କରି ରଖିବାରୁ ଡ୍ରେନ ଜାମ ହେଉଥିବା ସେ କହିଛନ୍ତି। ସେ ଲୋକଙ୍କୁ ଡ୍ରେନ ଚୋକକୁ ହଟେଇବାକୁ କହିବା ପରେ କିଛି ଲୋକ ଡ୍ରେନରେ ପକାଇଥିବା ଅଳିଆ ବାହାର କରିବା ପରେ ବୁଧବାର ସକାଳ ଠାରୁ ଆଉ ପାଣି ରାସ୍ତାରେ ଯିବା ବନ୍ଦ ଅଛି। ବୋଲି ସେ କହିବା ସହ ପଞ୍ଚାୟତ ପକ୍ଷରୁ ଖୁବଶୀଘ୍ର ଡ୍ରେନ ସଫେଇ କରାଯିବ ବୋଲି ସେ କହିଛନ୍ତି।

The post ଡ୍ରେନ ସଫେଇ ଆଳରେ ମିଥ୍ୟା ବିଲ୍‌ ଅଭିଯୋଗ: ସାମାଜିକ ଗଣମାଧ୍ୟମରେ ଭର୍ତ୍ସନା appeared first on Dharitri Odia News.