ଡ୍ରେନ୍‌ ନିୟମିତ ସଫା ହେଉନି : ଗାଁ ରେ ପଶିଲା ଡ୍ରେନ ପାଣି : ରାସ୍ତାକୁ ଓହ୍ଲାଇଲେ ଲୋକେ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବୁଡାପଡ଼ା ଗ୍ରାମବାସୀ ୭ ନମ୍ବର ରାଜ୍ୟ ରାଜପଥର ଦୁଇ ପାର୍ଶ୍ଵରେ ତିଆରି କରାଯାଇଥିବା ଡ୍ରେନ୍‌ କୁ ନିୟମିତ ସଫା କରାଯାଉ ନଥିବା ଯୋଗୁଁ ବାରମ୍ବାର ଡ୍ରେନର ମଇଳା ଆବର୍ଜନା ପାଣି ଗାଁରେ ପଶିଯିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ଗ୍ରାମବାସୀ ମାନେ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇ ଆସୁଥିଲେ ସୁଦ୍ଧା କୌଣସି ପ୍ରକାରେ ପଦକ୍ଷେପ ଗ୍ରହଣ ନ […] The post ଡ୍ରେନ୍‌ ନିୟମିତ ସଫା ହେଉନି : ଗାଁ ରେ ପଶିଲା ଡ୍ରେନ ପାଣି : ରାସ୍ତାକୁ ଓହ୍ଲାଇଲେ ଲୋକେ appeared first on Odisha.News.

ଡ୍ରେନ୍‌ ନିୟମିତ ସଫା ହେଉନି : ଗାଁ ରେ ପଶିଲା ଡ୍ରେନ ପାଣି : ରାସ୍ତାକୁ ଓହ୍ଲାଇଲେ ଲୋକେ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବୁଡାପଡ଼ା ଗ୍ରାମବାସୀ ୭ ନମ୍ବର ରାଜ୍ୟ ରାଜପଥର ଦୁଇ ପାର୍ଶ୍ଵରେ ତିଆରି କରାଯାଇଥିବା ଡ୍ରେନ୍‌ କୁ ନିୟମିତ ସଫା କରାଯାଉ ନଥିବା ଯୋଗୁଁ ବାରମ୍ବାର ଡ୍ରେନର ମଇଳା ଆବର୍ଜନା ପାଣି ଗାଁରେ ପଶିଯିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ଗ୍ରାମବାସୀ ମାନେ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇ ଆସୁଥିଲେ ସୁଦ୍ଧା କୌଣସି ପ୍ରକାରେ ପଦକ୍ଷେପ ଗ୍ରହଣ ନ କରିବାରୁ ବାଧ୍ୟ ହୋଇ ଗୁରୁବାର ପୂର୍ବାହ୍ନରେ ତୁମୁଡିବନ୍ଧ ଠାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୭ ନମ୍ବର ରାଜ୍ୟ ରାଜପଥ ବୁଡାପଡ଼ା ଛକଠାରେ ରାସ୍ତା ଅବରୋଧ କରିଥିଲେ। ଯାହା ଫଳରେ ଉଭୟ ପାର୍ଶ୍ଵରେ ଶତାଧିକ ଯାନବାହନ ଅଟକି ରହିଥିଲା। ଖବର ପାଇ ତୁମୁଡିବନ୍ଧ ଗୋଷ୍ଠୀ ଉନ୍ନୟନ ଅଧିକରୀ ବନ ବିହାରୀ ହରପାଲ, ତୁମୁଡ଼ିବନ୍ଧ ଅତିରିକ୍ତ ତହସିଲଦାର, ତୁମୁଡ଼ିବନ୍ଧ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାଶୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।

The post ଡ୍ରେନ୍‌ ନିୟମିତ ସଫା ହେଉନି : ଗାଁ ରେ ପଶିଲା ଡ୍ରେନ ପାଣି : ରାସ୍ତାକୁ ଓହ୍ଲାଇଲେ ଲୋକେ appeared first on Odisha.News.