ରାଶିଫଳ: ଶନିବାର , ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଦୋକାନବାଡ଼ି, ହୋଟେଲ ବ୍ୟବସାୟରେ ଉନ୍ନତମାନର ଫଳ ପାଇବେ। ଅଫିସରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ ଓ ସମ୍ମାନ ଅକ୍ଷୁଣ୍ଣ ରହିବ। ଆଇନ ଅଦାଲତ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ବୃଷ ନିଜର ଅଭାବ ଅସୁବିଧାବଶତଃ ଧାର କରଜ କରି ଆବଶ୍ୟକତା ଚଳାଇ ନେବେ। ପରିବାରରେ ନିଜର ପତିଆରା ଦେଖାଇଲେ ଭଲ ବଦଳରେ ମନ୍ଦରେ ପରିଣତ ହେବ। କୃତ୍ତିକା ନକ୍ଷତ୍ର ଅପ୍ରିୟ ସତ୍ୟ କହି […] The post ରାଶିଫଳ: ଶନିବାର , ଡିସେମ୍ବର ୨୩ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ଶନିବାର , ଡିସେମ୍ବର ୨୩  ତାରିଖ – Daily Horoscope
ମେଷ
ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଦୋକାନବାଡ଼ି, ହୋଟେଲ ବ୍ୟବସାୟରେ ଉନ୍ନତମାନର ଫଳ ପାଇବେ। ଅଫିସରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ ଓ ସମ୍ମାନ ଅକ୍ଷୁଣ୍ଣ ରହିବ। ଆଇନ ଅଦାଲତ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ।
ବୃଷ
ବୃଷ
ନିଜର ଅଭାବ ଅସୁବିଧାବଶତଃ ଧାର କରଜ କରି ଆବଶ୍ୟକତା ଚଳାଇ ନେବେ। ପରିବାରରେ ନିଜର ପତିଆରା ଦେଖାଇଲେ ଭଲ ବଦଳରେ ମନ୍ଦରେ ପରିଣତ ହେବ। କୃତ୍ତିକା ନକ୍ଷତ୍ର ଅପ୍ରିୟ ସତ୍ୟ କହି ଭୁଲ ବୁଝାମଣାର ଶିକାର ହୋଇପାରନ୍ତି। ଆତ୍ମୀୟଙ୍କ ସମ୍ପର୍କରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି।
ମିଥୁନ
ମିଥୁନ
ପ୍ରତ୍ୟେକ କ୍ଷେତ୍ରରେ ଟିକିଏ ଧୈର୍ଯ୍ୟଧରି ରହିପାରିଲେ ସମସ୍ୟା ସମାଧାନ ହୋଇପାରିବ। ନୂତନ ଭାବେ କିଛିଟା ଆରମ୍ଭ କରି ଏକପ୍ରକାର ଆତ୍ମତୃପ୍ତି ଲାଭ କରିପାରନ୍ତି। ସମସ୍ୟା ସମ୍ପର୍କରେ ସମାଧାନର ଦାୟିତ୍ୱ ନେବା ପାଇଁ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଆରଦ୍ରା ନକ୍ଷତ୍ର କ୍ରୀଡ଼ା, ଚଳଚ୍ଚିତ୍ର ଓ କଳା, ସାହିତ୍ୟରେ ଉନ୍ନତି କରିବେ।
କର୍କଟ
କର୍କଟ
ଆଜି ହଠାତ୍‌ ନିଜ ଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିବେ। ନୂତନ ଭାବେ କୌଣସି ମୂଲ୍ୟବାନ ଜିନିଷ କିଣାବିକାକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ। ଅଶ୍ଳେଷା ନକ୍ଷତ୍ର ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ।
ସି˚ହ
ସି˚ହ
ଅନ୍ୟମାନଙ୍କ କଥାରେ ଉତ୍‌ଫୁଲ୍ଲିତ ହୋଇ କାମକଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ପୂର୍ବାଫାଲଗୁନୀ ନକ୍ଷତ୍ର ପାରିବାରିକ କ୍ଷେତ୍ରରେ ସ୍ନେହ ଶ୍ରଦ୍ଧା ଆଶାନୁରୂପେ ପାଇବେ। ଅଟକି ରହିଥିବା ହଠାତ୍‌ କୌଣସି ଖବର ପାଇ ଖୁସି ହେବେ। ପଛକଥା ନ ଭାବି ପରିସ୍ଥିତିକୁ ସାମ୍‌ନା କରିବାକୁ ଚେଷ୍ଟା କରନ୍ତୁ।
କନ୍ୟା
ପାରିବାରିକ କ୍ଷେତ୍ରରେ ଆପଣଙ୍କ ଭୁଲ୍‌ ନିଷ୍ପତ୍ତି ହିଁ ସମସ୍ୟାକୁ ବଢ଼ାଇ ଦେଇପାରେ। ନିଜର ପ୍ରିୟ ବ୍ୟକ୍ତିଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ବିଶେଷ ଭାବରେ ଉପକୃତ ହେବେ। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ଆପଣ ପାଟି ଖୋଲିଲେ ସହାୟତା କରିବେ। ହସ୍ତା ନକ୍ଷତ୍ରର ପାରିବାରିକ ପରିସ୍ଥିତି କେତେକାଂଶରେ ଭଲ ରହିବ।
ତୁଳା
ତୁଳା
ଅତୀତ ଘଟଣାକୁ ବାରମ୍ବାର ଚିନ୍ତାକରି ମନକୁ ବିଭ୍ରାନ୍ତ କରିବା, କିଛି ଲାଭ ହେବନି। ଚିତ୍ରା ନକ୍ଷତ୍ରର ଘରେ ବନ୍ଧୁ ମିଳନ ସହିତ ଖୁସିର ଆସର ଜମିପାରେ। ଗୃହ ସମସ୍ୟା, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ। ପାଖରେଥିବା ଲୋକଟିର କାର୍ଯ୍ୟକଳାପ ସନ୍ଦେହଜନକ ହୋଇପାରେ।
ବିଛା
ବିଛା
କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ଅନୁରାଧା ନକ୍ଷତ୍ର ସକାଶେ ଅତି ନିଜର ବୋଲି ଭାବୁଥିବା ବନ୍ଧୁଟି ହିଁ ସ୍ବାର୍ଥବାଦୀ ହୋଇପଡ଼ିବ। ଅନ୍ୟମନସ୍କତାରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ। ସାମାଜିକ ସ୍ତରରେ ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହେବେ।
ଧନୁ
ଧନୁ
ଆଜି କର୍ମକ୍ଷେତ୍ରରେ ପ୍ରତିବନ୍ଧକ ମଧ୍ୟରେ କାମ ହାସଲ କରିବାକୁ ପଡ଼ିବ। ଅନ୍ୟମାନଙ୍କ କଥାକୁ ସତ ମନେକରି ପଦାଧିକାରୀ ଆପଣଙ୍କ ଉପରେ କ୍ରୋଧ ପ୍ରକାଶ କରିପାରନ୍ତି। ନୂତନ କାର୍ଯ୍ୟାରମ୍ଭରେ ପ୍ରତିବନ୍ଧକ ଯୋଗୁ ଅଗ୍ରଗତି ହୋଇପାରିବ ନାହିଁ। ଉତ୍ତରାଷାଢ଼ା ନକ୍ଷତ୍ର ଆବଶ୍ୟକତା ପୂରଣ କରିବା ପାଇଁ ଧାର ଉଧାର କରିବାକୁ ପଡ଼ିପାରେ।
ମକର
ମକର
ତର୍କବିତର୍କଜନିତ ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଆକସ୍ମିକ ଭାବରେ ସ୍ତ୍ରୀଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବ ଯୋଗୁ ବିଚଳିତ ହୋଇ ପାରନ୍ତି। ଶୁଭେଚ୍ଛୁମାନଙ୍କ ସାନ୍ନିଧ୍ୟ ଲାଭକରି ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ। ଧନିଷ୍ଠା ନକ୍ଷତ୍ର ସ୍ତ୍ରୀଙ୍କ ପରାମର୍ଶ ଓ ସହଯୋଗରୁ ସମସ୍ୟା ସମାଧାନ କରିପାରିବେ।
କୁମ୍ଭ
କୁମ୍ଭ
ପୂର୍ବଭାଦ୍ରବ ନକ୍ଷତ୍ର ଦୀର୍ଘ ଦିନରୁ ଚିନ୍ତା କରିଥିବା ନୂତନ କର୍ମାରମ୍ଭ କରିପାରନ୍ତି। ସାମାଜିକ ସ୍ତରରେ ଅହେତୁକ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ଅନ୍ୟର ଖଳବୁଦ୍ଧିରେ ପ୍ରଭାବିତ ହୋଇ ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍‌ ବୁଝିବେ। ବିଶେଷ ଭାବରେ ଆଜି ଦିନଟିରେ ଆୟ ତୁଳନାରେ ବ୍ୟୟ ବୃଦ୍ଧି ଘଟିବ।
ମୀନମୀନ

ଆକସ୍ମିକ ଭାବରେ ବିଭିନ୍ନ କ୍ଷେତ୍ରରୁ ଅଭିଯୋଗ ଆସିପାରେ। ପଡ଼ୋଶୀମାନେ ନିଆଁରେ ଘିଅ ଢାଳିଲା ଭଳି କଥା କହି ପରିସ୍ଥିତିକୁ ବଢ଼ାଇ ଦେଇପାରନ୍ତି। ଉତ୍ତରଭାଦ୍ରବ ନକ୍ଷତ୍ର ସ୍ନାୟବିକ ଦୁର୍ବଳତା ଅନୁଭବ କରିବେ, ଫଳରେ କାମ ପ୍ରତି ସ୍ପୃହା ରହିବ ନାହିଁ। ହଠାତ୍‌ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ।

The post ରାଶିଫଳ: ଶନିବାର , ଡିସେମ୍ବର ୨୩ ତାରିଖ – Daily Horoscope appeared first on Dharitri Odia News.