ଡ୍ରେସିଂରୁମ୍ରେ ଶୋଇପଡ଼ିବାରୁ ଟାଇମ୍ଡ ଆଉଟ୍ ହେଲେ ଏହି ଖେଳାଳି
ରାଓ୍ବଲପିଣ୍ଡି,୬ା୩: ନିକଟରେ ଚାମ୍ପିୟନ୍ସ ଟ୍ରଫିରେ ଅର୍ଦ୍ଧଶତକୀୟ ପାଳି ଖେଳିଥିବା ପାକିସ୍ତାନ ବ୍ୟାଟର ସୌଦ ଶକିଲ ପ୍ରଥମଶ୍ରେଣୀ ଟୁର୍ନାମେଣ୍ଟର ପ୍ରେସିଡେଣ୍ଟ୍ସ କପ୍ ଫାଇନାଲରେ ଟାଇମ୍ଡ ଆଉଟ ହୋଇଛନ୍ତି। ନିଜ ପାଳି ଲାଗି ଅପେକ୍ଷା କରିଥିବା ବେଳେ ସେ ଡ୍ରେସିଂରୁମ୍ରେ ଶୋଇପଡ଼ିଥିଲେ। ସେ ପାକିସ୍ତାନ କ୍ରିକେଟ୍ର ପ୍ରଥମ ଓ ମୋଟ୍ ଉପରେ ସପ୍ତମ ବ୍ୟାଟର ଭାବେ ଟାଇମ୍ଡ ଆଉଟ୍ ହୋଇଛନ୍ତି। ଏହି ମ୍ୟାଚ୍ ମଙ୍ଗଳବାର ରାତିରେ ଷ୍ଟେଟ ବ୍ୟାଙ୍କ ଓ ପିଟିଭି ମଧ୍ୟରେ ଖେଳାଯାଇଥିଲା। ରମ୍ଜାନ ମାସ ଚାଲିଥିବାରୁ ମ୍ୟାଚ୍ଟି […] The post ଡ୍ରେସିଂରୁମ୍ରେ ଶୋଇପଡ଼ିବାରୁ ଟାଇମ୍ଡ ଆଉଟ୍ ହେଲେ ଏହି ଖେଳାଳି appeared first on Dharitri Odia News.
ରାଓ୍ବଲପିଣ୍ଡି,୬ା୩: ନିକଟରେ ଚାମ୍ପିୟନ୍ସ ଟ୍ରଫିରେ ଅର୍ଦ୍ଧଶତକୀୟ ପାଳି ଖେଳିଥିବା ପାକିସ୍ତାନ ବ୍ୟାଟର ସୌଦ ଶକିଲ ପ୍ରଥମଶ୍ରେଣୀ ଟୁର୍ନାମେଣ୍ଟର ପ୍ରେସିଡେଣ୍ଟ୍ସ କପ୍ ଫାଇନାଲରେ ଟାଇମ୍ଡ ଆଉଟ ହୋଇଛନ୍ତି। ନିଜ ପାଳି ଲାଗି ଅପେକ୍ଷା କରିଥିବା ବେଳେ ସେ ଡ୍ରେସିଂରୁମ୍ରେ ଶୋଇପଡ଼ିଥିଲେ। ସେ ପାକିସ୍ତାନ କ୍ରିକେଟ୍ର ପ୍ରଥମ ଓ ମୋଟ୍ ଉପରେ ସପ୍ତମ ବ୍ୟାଟର ଭାବେ ଟାଇମ୍ଡ ଆଉଟ୍ ହୋଇଛନ୍ତି। ଏହି ମ୍ୟାଚ୍ ମଙ୍ଗଳବାର ରାତିରେ ଷ୍ଟେଟ ବ୍ୟାଙ୍କ ଓ ପିଟିଭି ମଧ୍ୟରେ ଖେଳାଯାଇଥିଲା। ରମ୍ଜାନ ମାସ ଚାଲିଥିବାରୁ ମ୍ୟାଚ୍ଟି ସମ୍ପୂର୍ଣ୍ଣ ରୂପେ ଫ୍ଲଡ୍ଲାଇଟ୍ସରେ ହୋଇଥିଲା। ଏହି ମ୍ୟାଚ୍ ସନ୍ଧ୍ୟା ୭ଟା ୩୦ରୁ ବିଳମ୍ବିତ ରାତି ୨ଟା ୩୦ ପର୍ଯ୍ୟନ୍ତ ଖେଳାଯାଉଛି। ପାକିସ୍ତାନ ଘରୋଇ କ୍ରିକେଟ ଇତିହାସରେ ପ୍ରଥମଥର ଏଭଳି ମ୍ୟାଚ୍ ଖେଳାଯାଉଛି।
ଫାଇନାଲରେ ଶକିଲ ଷ୍ଟେଟ୍ ବ୍ୟାଙ୍କ ଲାଗି ଖେଳୁଥିଲେ ଏବଂ ତାଙ୍କ ଦଳ ବ୍ୟାଟିଂ କରୁଥିବା ବେଳେ ସେ ତାଙ୍କ ପାଳି ଲାଗି ଅପେକ୍ଷା କରି ଶୋଇପଡ଼ିଥିଲେ। ଫଳରେ କ୍ରିଜ୍ରେ ପହଞ୍ଚତ୍ବା ଲାଗି ତାଙ୍କୁ ଧାର୍ଯ୍ୟ ୩ ମିନିଟ୍ରୁ ଅଧିକ ସମୟ ଲାଗିଥିଲା। ଜଣେ ନୂଆ ବ୍ୟାଟରଙ୍କ ଲାଗି କ୍ରିଜ୍ରେ ପହଞ୍ଚି ଗାର୍ଡ ନେବା ଲାଗି ୩ ମିନିଟ୍ ସମୟ ଦିଆଯାଇଛି। ଶକିଲ କ୍ରିଜ୍ରେ ପହଞ୍ଚିବା ପରେ ପିଟିଭି ଦଳର ଅଧିନାୟକ ଅମାଦ ଭଟ୍ଟ ଅମ୍ପାୟରଙ୍କ ନିକଟରେ ଟାଇମ୍ଡ ଆଉଟ୍ ଅପିଲ କରିଥିଲେ। ଶକିଲ ପାଭିଲିଅନ ଫେରିବା ପରେ ପାକିସ୍ତାନ ସୀମିତ ଓଭର କ୍ରିକେଟ୍ ଦଳର ସଦସ୍ୟ ଇର୍ଫାନ ଖାନ୍ ନିଆଜି କ୍ରିଜ୍କୁ ଆସିଥିଲେ। ତାଙ୍କୁ ପ୍ରଥମ ବଲରେ ବୋଲ୍ଡ କରି ମହମ୍ମଦ ଶେହଜାଦ ନିଜର ହାଟ୍ରିକ ପୂରଣ କରିଥିଲେ।
ସୂଚନା ଯେ, ୨୦୨୩ ଦିନିକିଆ ବିଶ୍ୱକପ୍ରେ ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ଶ୍ରୀଲଙ୍କାର ଭେଟେରାନ ଅଲ୍ରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସଙ୍କୁ ଟାଇମ୍ଡ ଆଉଟ ଦିଆଯାଇଥିଲା।
The post ଡ୍ରେସିଂରୁମ୍ରେ ଶୋଇପଡ଼ିବାରୁ ଟାଇମ୍ଡ ଆଉଟ୍ ହେଲେ ଏହି ଖେଳାଳି appeared first on Dharitri Odia News.