ଡ୍ୟାମ ଗେଟ ବନ୍ଦ: ଧାନ ଫସଲକୁ ନେଇ ଚିନ୍ତାରେ ଚାଷୀ

କେନ୍ଦୁଝର,୨୮ା୪: କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଅନ୍ତର୍ଗତ କଣ୍ତରା ପଞ୍ଚାୟତ ଦାମପୁର ଓ କାନପୁର ଗ୍ରାମର ଚାଷୀମାନେ ଖରାଟିଆ ଧାନ ଫସଲ କରିଛନ୍ତି। ତେବେ କାନପୁର ଡ୍ୟାମ ଗେଟ ବନ୍ଦ କରାଯାଇଥିବାରୁ ଧାନ କ୍ଷେତରେ ଜଳସେଚନ ହୋଇପାରୁ ନାହିଁ। ଏହାର ସମାଧାନ ପାଇଁ ଚାଷୀମାନେ ସୋମବାର କେନ୍ଦୁଝର ଜିଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। କଣ୍ଡରା ପଞ୍ଚାୟତର ରୀନା ନାୟକ, ପଞ୍ଚାୟତ ସମିତି ସଭ୍ୟ ସୋମନାଥ ମହାନ୍ତ, ଜିଲା ପରିଷଦ ସଭ୍ୟ ୨୮ ନମ୍ବର ଜୋନ […] The post ଡ୍ୟାମ ଗେଟ ବନ୍ଦ: ଧାନ ଫସଲକୁ ନେଇ ଚିନ୍ତାରେ ଚାଷୀ appeared first on Dharitri Odia News.

ଡ୍ୟାମ ଗେଟ ବନ୍ଦ: ଧାନ ଫସଲକୁ ନେଇ ଚିନ୍ତାରେ ଚାଷୀ

କେନ୍ଦୁଝର,୨୮ା୪: କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଅନ୍ତର୍ଗତ କଣ୍ତରା ପଞ୍ଚାୟତ ଦାମପୁର ଓ କାନପୁର ଗ୍ରାମର ଚାଷୀମାନେ ଖରାଟିଆ ଧାନ ଫସଲ କରିଛନ୍ତି। ତେବେ କାନପୁର ଡ୍ୟାମ ଗେଟ ବନ୍ଦ କରାଯାଇଥିବାରୁ ଧାନ କ୍ଷେତରେ ଜଳସେଚନ ହୋଇପାରୁ ନାହିଁ। ଏହାର ସମାଧାନ ପାଇଁ ଚାଷୀମାନେ ସୋମବାର କେନ୍ଦୁଝର ଜିଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। କଣ୍ଡରା ପଞ୍ଚାୟତର ରୀନା ନାୟକ, ପଞ୍ଚାୟତ ସମିତି ସଭ୍ୟ ସୋମନାଥ ମହାନ୍ତ, ଜିଲା ପରିଷଦ ସଭ୍ୟ ୨୮ ନମ୍ବର ଜୋନ ଡମ୍ବରୁଧର କୁଡ଼ାଡହଙ୍କ ସମେତ ବହୁ ଆଦିବାସୀ ଚାଷୀ ଲିଖିତ ଜଣାଇଛନ୍ତି।

ଅଭିଯୋଗ ଅନୁଯାୟୀ, କାନପୁର ବୃହତ ଜଳସେଚନ ନିର୍ମାଣରେ କଣ୍ଡରା ପଞ୍ଚାୟତର ଆଶିଂକ ଗ୍ରାମ ବୁଡି ଯାଇଛି। ଏଭଳି ସ୍ଥିତିରେ କେତେକ ଚାଷୀ ଧାନ ଚାଷ କରି ଜୀବିକା ନିର୍ବାହ କରି ଆସୁଛନ୍ତି। ତେବେ କଣ୍ଡରା, ଦାମପୁର କାନପୁର ଓ ପୁଟୁଗାଁ ଗ୍ରାମର ଗ୍ରାମବାସୀ ବୈତରଣୀ ନଦୀରୁ ଉଠାଜଳ ସେଚନ ମାଧ୍ୟମରେ ଖରାଟିଆ ଧାନ ଚାଷ କରିଛନ୍ତି। ବର୍ତ୍ତମାନ ଧାନଗଛ ଗର୍ଭାବସ୍ଥାରେ ରହିଛି। ହେଲେ ଗତ ୨୩ ତାରିଖରେ ପ୍ରକଳ୍ପ କର୍ତ୍ତୃପକ୍ଷ କୌଣସି କାରଣରୁ ଡ୍ୟାମ୍‌ ଗେଟ ବନ୍ଦ କରି ଦେଇଛନ୍ତି। ଫଳରେ ନଦୀର ଜଳସ୍ତର କମି ପାଣି ଶୁଖାଯାଇଛି। ଉଠା ଜଳସେଚନ ନିମନ୍ତେ ବ୍ୟବହୃତ ପାଣିପମ୍ପ ଯେଉଁଠାରେ ସ୍ଥାପନ କରାଯାଉଛି, ପ୍ରାୟ ୫ ଫୁଟ ପାଣି ତଳକୁ ଖସି ଯିବାରୁ, ପାଣି କିଆରିକୁ ଉଠାଯାଇପାରୁ ନାହିଁ।

ଫଳରେ ପାଣି ଅଭାବରୁ ଧାନ ଚାଷ ନଷ୍ଟ ହେଲେ ସମ୍ଭାବନା ରହିଛି। ଏନେଇ ଚାଷୀ ଚିନ୍ତାରେ ପଡିଛନ୍ତି। ଜଳସେଚନ ବ୍ୟବସ୍ଥା କରିବାକୁ ମଙ୍ଗଲ ମୁଣ୍ତା, ଗୁରା ମୁଣ୍ତା, ଡବର ମୁଣ୍ତା, ବିଜୟ ମୁଣ୍ତା, ପିତାମ୍ବର ମୁଣ୍ତ, ଗୁରୁନାଥ ମୁଣ୍ତା, ଦୁର୍ଗା ମୁଣ୍ତା, ସୋନାଲି ମୁଣ୍ତା, ଶୁଭାତ୍ରୀ ମୁଣ୍ତ, ସୁନିକା ମୁଣ୍ତା, ମାଲିନି ମୁଣ୍ତା, ସନାତନ ମୁଣ୍ତା, ମାଟୁ ମୁଣ୍ତା, ଲଛମନ ମୁଣ୍ତା, ଫୁଲନ୍ତି ମୁଣ୍ତା, ଜୟରାମ ମୁଣ୍ତା, ତୁଳସୀ ମୁଣ୍ତା ପ୍ରମୁଖ ଚାଷୀକୁଳ ଦାବି କରିଛନ୍ତି।

ଏପରିକି ଚାଷୀମାନେ ମୁଖ୍ୟମନ୍ତ୍ରୀ, ଚମ୍ପୁଆ ବିଧାୟକ ଓ ଉପଜିଲାପାଳଙ୍କୁ ଦାବିପତ୍ରର ଏକ ନକଳ ପ୍ରଦାନ କରିଛନ୍ତି। ଏପରିକି ପ୍ରକଳ୍ପ ନିର୍ଦେଶକ ପୂର୍ନବାସ ଓ ପୂର୍ନ ଥଇଥାନ କାନପୁର ବୃହତ ଜଳସେଚନ ପ୍ରକଳ୍ପ ବାସୁଦେବପୁର, ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କାନପୁର ବୃହତ ଜଳସେଚନ ପ୍ରକଳ୍ପଙ୍କୁ ଲିଖିତ ପ୍ରେରଣ କରାଯାଇଛି।

The post ଡ୍ୟାମ ଗେଟ ବନ୍ଦ: ଧାନ ଫସଲକୁ ନେଇ ଚିନ୍ତାରେ ଚାଷୀ appeared first on Dharitri Odia News.