ଡ୍ୟାମ୍ରେ ଭାସୁଛି ଶବ, ପୋଲିସର ତଦନ୍ତ ଆରମ୍ଭ
ତେଲକୋଇ: ଜଳସେଚନ ପ୍ରକଳ୍ପ ଡ୍ୟାମରେ ଭାସୁଛି ଅଜଣା ଶବ। ସୋମବାର ତେଲକୋଇ ଥାନା ଅନ୍ତର୍ଗତ ଖଜୁରିଆ ଗାଁ କ୍ଷୁଦ୍ର ଜଳସେଚନ ଡ୍ୟାମରୁ ଏକ ଅଜଣା ଶବ ଉଦ୍ଧାର ହୋଇଛି।ସୂଚନା ଅନୁଯାୟୀ, ସକାଳେ ଶୌଚ ପାଇଁ ଯାଇଥିବା କିଛି ଲୋକ ଡ୍ୟାମରେ ଏହି ଶବ ଭାସୁଥିବାର ଦେଖିଥିଲେ ନେଇ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ଯାହାପରେ ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ। ତେବେ ଶବର ପରିଚୟ ଜଣାପଡ଼ିନଥିବାବେଳେ। ଏହା ହତ୍ୟା ନା’ ଆତ୍ମହତ୍ୟା ସେଦିଗରେ ତଦନ୍ତ ଆରମ୍ଭ କରିଛି ପୋଲିସ। ସେପଟେ ଶବଟି ୪ରୁ ୫ ଦିନ ହେବ ଡ୍ୟାମ୍ ପାଣିରେ ଭାସୁଥିବା ଅନୁମାନ କରାଯାଉଛି।
ତେଲକୋଇ: ଜଳସେଚନ ପ୍ରକଳ୍ପ ଡ୍ୟାମରେ ଭାସୁଛି ଅଜଣା ଶବ। ସୋମବାର ତେଲକୋଇ ଥାନା ଅନ୍ତର୍ଗତ ଖଜୁରିଆ ଗାଁ କ୍ଷୁଦ୍ର ଜଳସେଚନ ଡ୍ୟାମରୁ ଏକ ଅଜଣା ଶବ ଉଦ୍ଧାର ହୋଇଛି।
ସୂଚନା ଅନୁଯାୟୀ, ସକାଳେ ଶୌଚ ପାଇଁ ଯାଇଥିବା କିଛି ଲୋକ ଡ୍ୟାମରେ ଏହି ଶବ ଭାସୁଥିବାର ଦେଖିଥିଲେ ନେଇ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ଯାହାପରେ ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ।
ତେବେ ଶବର ପରିଚୟ ଜଣାପଡ଼ିନଥିବାବେଳେ। ଏହା ହତ୍ୟା ନା’ ଆତ୍ମହତ୍ୟା ସେଦିଗରେ ତଦନ୍ତ ଆରମ୍ଭ କରିଛି ପୋଲିସ। ସେପଟେ ଶବଟି ୪ରୁ ୫ ଦିନ ହେବ ଡ୍ୟାମ୍ ପାଣିରେ ଭାସୁଥିବା ଅନୁମାନ କରାଯାଉଛି।