ଢାବାରେ ଖାଉଥିବା ବେଳେ ଫୁଟିଲା ଗୁଳି

ରାଉରକେଲା,୨୮।୩: ସାମାନ୍ୟ କଥାକୁ ନେଇ ଇସ୍ପାତନଗରୀରେ ଫୁଟିଲା ଗୁଳି। ରାଉରକେଲା ରଘୁନାଥପଲ୍ଲୀ ଦେ’ ଗାଁର ଏକ ଢାବାରେ ଶୁକ୍ରବାର ଗୁଳିକାଣ୍ଡ ଘଟିଛି। ଗୁଳିକାଣ୍ଡରେ କାହାର କୌଣସି କ୍ଷତି ହୋଇ ନ ଥିବା ସୂଚନା ମିଳିଥିବା ବେଳେ ପୋଲିସ ୨ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ଅଧିକ ପଚରାଉଚରୁ କରୁଛି। ମିଳିଥିବା ସୂଚନା ମୁତାବକ, ଢାବାରେ କିଛି ଲୋକେ ଖାଉଥିଲେ। ସେତିକିବେଳେ ଦୁଇ ଜଣ ଯୁବକ ଢାବା ଭିତରକୁ ଚାଳି ଆସିଥିଲେ। ପରେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। […] The post ଢାବାରେ ଖାଉଥିବା ବେଳେ ଫୁଟିଲା ଗୁଳି appeared first on Dharitri Odia News.

ଢାବାରେ ଖାଉଥିବା ବେଳେ ଫୁଟିଲା ଗୁଳି

ରାଉରକେଲା,୨୮।୩: ସାମାନ୍ୟ କଥାକୁ ନେଇ ଇସ୍ପାତନଗରୀରେ ଫୁଟିଲା ଗୁଳି। ରାଉରକେଲା ରଘୁନାଥପଲ୍ଲୀ ଦେ’ ଗାଁର ଏକ ଢାବାରେ ଶୁକ୍ରବାର ଗୁଳିକାଣ୍ଡ ଘଟିଛି। ଗୁଳିକାଣ୍ଡରେ କାହାର କୌଣସି କ୍ଷତି ହୋଇ ନ ଥିବା ସୂଚନା ମିଳିଥିବା ବେଳେ ପୋଲିସ ୨ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ଅଧିକ ପଚରାଉଚରୁ କରୁଛି।

ମିଳିଥିବା ସୂଚନା ମୁତାବକ, ଢାବାରେ କିଛି ଲୋକେ ଖାଉଥିଲେ। ସେତିକିବେଳେ ଦୁଇ ଜଣ ଯୁବକ ଢାବା ଭିତରକୁ ଚାଳି ଆସିଥିଲେ। ପରେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଢାବାରେ ଭିତରେ ଗୁଳିକାଣ୍ଡ ଘଟିଥିଲା। ଏନେଇ ଢାବାରେ ଆତଙ୍କ ଖେଳି ଯାଇଥିଲା। ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଜଣ ଯୁବକଙ୍କୁ ଧରି ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

The post ଢାବାରେ ଖାଉଥିବା ବେଳେ ଫୁଟିଲା ଗୁଳି appeared first on Dharitri Odia News.