ଢେଙ୍କାନାଳ ଓ ସୁବର୍ଣ୍ଣପୁରରେ ଜମୁଛି ଯୋରନ୍ଦା ମେଳା : ଏକାଠି ହୋଇଛନ୍ତି ଲକ୍ଷ ଲକ୍ଷ ମହିମା ଧର୍ମାବଲମ୍ବୀ
କନକବ୍ୟୁରୋ : ଢେଙ୍କାନାଳ ଆଜି ଯୋରନ୍ଦା ମେଳାରେ ବହୁ ଲୋକଙ୍କ ସମାଗମ ହୋଇଛି । ବିଦେଶୀ ପର୍ଯ୍ୟଟକଙ୍କୁ ମଧ୍ୟ ଦେଖିବାକୁ ମିଳିଛି l ପୂର୍ବତନ ସାଂସଦ ମହେଶ ସାହୁ ଗାଦି ମନ୍ଦିର ବୁଲିଛନ୍ତି l ସୁଦୂର ଜର୍ମାନରୁ ଆସିଥିବା ପର୍ଯ୍ୟଟକଙ୍କୁ ଯୋରନ୍ଦା ମେଳା ଆଶ୍ଚର୍ଯ୍ୟ କରିଥିବା ସେମାନେ କହିଛନ୍ତି l ସେପଟେ ସୁବର୍ଣ୍ଣପୁରର ଖଲିଆପାଲି। ସନ୍ଥ କବି ଭୀମଭୋଇଙ୍କ ସାଧନା ଓ ସମାଧୀ ପୀଠ। ବର୍ଷ ତମାମ ଏହି ସାଧନା ପୀଠକୁ ଛୁଟୁଥାଏ ଭକ୍ତଙ୍କ ଭିଡ଼। ବର୍ଷକୁ ଥରେ ମାଘମେଳାରେ ଶୂନ୍ୟ ମନ୍ଦିର ଖୋଲା ଯାଏ। ତେଣୁ ଦର୍ଶନ ଲାଗି ମହିମା ସାଧୁ, ସନ୍ୟାସୀଙ୍କ ସହ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଲାଗିଛି। ଉତ୍ସବ ମୁଖର ସନ୍ଥକବି ଭୀମ ଭୋଇଙ୍କ ସମାଧୀ ପୀଠ। ଭୀମ ଭୋଇ ଏକାଧାରରେ ଜଣେ କବି, ସନ୍ଥ ଓ ସମାଜ ସଂସ୍କାରକ । ୧୮୯୫ରେ ସେହି ଯୁଗଜନ୍ମା ମହାପୁରୁଷଙ୍କ ଦେହାବସାନ ହୋଇଥିଲା। ସୁବର୍ଣ୍ଣପୁରର ଖଲିଆପାଲି ଆଶ୍ରମରେ ତାଙ୍କୁ ସମାଧି ଦିଆଯାଇଥିଲା। ଭୀମ ଭୋଇଙ୍କ ସିଦ୍ଧି ସମାଧି ଓ ସାଧନା ପୀଠ ଭାବେ ପରିଚିତ ଏହି ସ୍ଥାନରେ ବର୍ଷ ତମାମ୍ ସାଧୁ, ସନ୍ଥ, ଗବେଷକ ଓ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ। ଏବେ ଜମୁଛି ମାଘମେଳା। ଦୁଇ ଦିନିଆ ଏହି ମେଳାରେ ହଜାର ହଜାର ଲୋକଙ୍କ ଗହଳି ଜମିଛି । ଶହଶହ ବର୍ଷ ଧରି ଏଠାରେ ମାଘମେଳା ପାଳିତ ହୋଇଆସୁଛି। ଝାଡ଼ ବତୀ ଉଠିବା ସହିତ ବିଭିନ୍ନ ନୀତିକାନ୍ତି କରାଯାଉଛି। ମାଘ ଚତୁର୍ଦ୍ଧଶୀ ଓ ପୂର୍ଣ୍ଣମୀ ତିଥିରେ ପାଦୁକା ମନ୍ଦିର ଓ

କନକବ୍ୟୁରୋ : ଢେଙ୍କାନାଳ ଆଜି ଯୋରନ୍ଦା ମେଳାରେ ବହୁ ଲୋକଙ୍କ ସମାଗମ ହୋଇଛି । ବିଦେଶୀ ପର୍ଯ୍ୟଟକଙ୍କୁ ମଧ୍ୟ ଦେଖିବାକୁ ମିଳିଛି l ପୂର୍ବତନ ସାଂସଦ ମହେଶ ସାହୁ ଗାଦି ମନ୍ଦିର ବୁଲିଛନ୍ତି l ସୁଦୂର ଜର୍ମାନରୁ ଆସିଥିବା ପର୍ଯ୍ୟଟକଙ୍କୁ ଯୋରନ୍ଦା ମେଳା ଆଶ୍ଚର୍ଯ୍ୟ କରିଥିବା ସେମାନେ କହିଛନ୍ତି l ସେପଟେ ସୁବର୍ଣ୍ଣପୁରର ଖଲିଆପାଲି। ସନ୍ଥ କବି ଭୀମଭୋଇଙ୍କ ସାଧନା ଓ ସମାଧୀ ପୀଠ।
ବର୍ଷ ତମାମ ଏହି ସାଧନା ପୀଠକୁ ଛୁଟୁଥାଏ ଭକ୍ତଙ୍କ ଭିଡ଼। ବର୍ଷକୁ ଥରେ ମାଘମେଳାରେ ଶୂନ୍ୟ ମନ୍ଦିର ଖୋଲା ଯାଏ। ତେଣୁ ଦର୍ଶନ ଲାଗି ମହିମା ସାଧୁ, ସନ୍ୟାସୀଙ୍କ ସହ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଲାଗିଛି। ଉତ୍ସବ ମୁଖର ସନ୍ଥକବି ଭୀମ ଭୋଇଙ୍କ ସମାଧୀ ପୀଠ। ଭୀମ ଭୋଇ ଏକାଧାରରେ ଜଣେ କବି, ସନ୍ଥ ଓ ସମାଜ ସଂସ୍କାରକ ।
୧୮୯୫ରେ ସେହି ଯୁଗଜନ୍ମା ମହାପୁରୁଷଙ୍କ ଦେହାବସାନ ହୋଇଥିଲା। ସୁବର୍ଣ୍ଣପୁରର ଖଲିଆପାଲି ଆଶ୍ରମରେ ତାଙ୍କୁ ସମାଧି ଦିଆଯାଇଥିଲା। ଭୀମ ଭୋଇଙ୍କ ସିଦ୍ଧି ସମାଧି ଓ ସାଧନା ପୀଠ ଭାବେ ପରିଚିତ ଏହି ସ୍ଥାନରେ ବର୍ଷ ତମାମ୍ ସାଧୁ, ସନ୍ଥ, ଗବେଷକ ଓ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ। ଏବେ ଜମୁଛି ମାଘମେଳା। ଦୁଇ ଦିନିଆ ଏହି ମେଳାରେ ହଜାର ହଜାର ଲୋକଙ୍କ ଗହଳି ଜମିଛି ।
ଶହଶହ ବର୍ଷ ଧରି ଏଠାରେ ମାଘମେଳା ପାଳିତ ହୋଇଆସୁଛି। ଝାଡ଼ ବତୀ ଉଠିବା ସହିତ ବିଭିନ୍ନ ନୀତିକାନ୍ତି କରାଯାଉଛି। ମାଘ ଚତୁର୍ଦ୍ଧଶୀ ଓ ପୂର୍ଣ୍ଣମୀ ତିଥିରେ ପାଦୁକା ମନ୍ଦିର ଓ ଶୂନ୍ୟ ମନ୍ଦିର ଖୋଲାଯାଏ। ତେଣୁ ଶୂନ୍ୟବ୍ରହ୍ମ ଅଲେଖ ମହିମାଙ୍କ ଆଶୀର୍ବାଦ ଆଶାରେ ଲୋକଙ୍କ ପ୍ରବଳ ଭିଡ଼ ଲାଗୁଛି।