‘ଢୋଲ ଭିତରେ ମୂଷା’,କାଉଣ୍ଟର କଲେ ସୁଧୀର: କହିଲେ ଗଛ ଅଛି…

ଭୁବନେଶ୍ୱର,୧୩।୭: ପରାଜୟ ପରେ ବିଜେଡି ନେତାଙ୍କ ଢୋଲ ଭିତରେ ମୂଷା ମନ୍ତବ୍ୟକୁ କାଉଣ୍ଟର କରିଛନ୍ତି ବରିଷ୍ଠ ବିଜେଡି ନେତା। ଦଳ ବିରୋଧୀ ତତ୍ତ୍ବଙ୍କ ବିରୋଧରେ ବାହାରିଲେ ବରିଷ୍ଠ ନେତା ସୁଧୀର ସାମଲ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଗଛ ଅଛି, ପତ୍ର ଝଡିଛି । ପାଣି ଦେଲେ ପୁଣି ପତ୍ର କଅଁଳିବ। କିନ୍ତୁ କିଛି ଲୋକ ତାହା ନକରି ଗଛ କାଟିବାକୁ ଚେଷ୍ଟା କରାଯାଉଛି । ଢୋଲ ଭିତରେ ମୂଷା ନେଇ ଯିଏ ଯାହା ମନ୍ତବ୍ୟ […] The post ‘ଢୋଲ ଭିତରେ ମୂଷା’,କାଉଣ୍ଟର କଲେ ସୁଧୀର: କହିଲେ ଗଛ ଅଛି… appeared first on Dharitri Odia News.

‘ଢୋଲ ଭିତରେ ମୂଷା’,କାଉଣ୍ଟର କଲେ ସୁଧୀର: କହିଲେ ଗଛ ଅଛି…
ଭୁବନେଶ୍ୱର,୧୩।୭: ପରାଜୟ ପରେ ବିଜେଡି ନେତାଙ୍କ ଢୋଲ ଭିତରେ ମୂଷା ମନ୍ତବ୍ୟକୁ କାଉଣ୍ଟର କରିଛନ୍ତି ବରିଷ୍ଠ ବିଜେଡି ନେତା। ଦଳ ବିରୋଧୀ ତତ୍ତ୍ବଙ୍କ ବିରୋଧରେ ବାହାରିଲେ ବରିଷ୍ଠ ନେତା ସୁଧୀର ସାମଲ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଗଛ ଅଛି, ପତ୍ର ଝଡିଛି । ପାଣି ଦେଲେ ପୁଣି ପତ୍ର କଅଁଳିବ। କିନ୍ତୁ କିଛି ଲୋକ ତାହା ନକରି ଗଛ କାଟିବାକୁ ଚେଷ୍ଟା କରାଯାଉଛି । ଢୋଲ ଭିତରେ ମୂଷା ନେଇ ଯିଏ ଯାହା ମନ୍ତବ୍ୟ ଦେଉଛି, ତାହା ବ୍ୟକ୍ତିଗତ । ସାଂଗଠନିକ ପରିବର୍ତ୍ତନ ବାବଦରେ ସୁପ୍ରିମୋ ବିଚାର ବିମର୍ଶ କରୁଛନ୍ତି । ଦଳ ଲୋକଙ୍କ ସହ ରହିଥିଲା ଓ ଅଛି । ଆଗାମୀ ଦିନରେ ଦଳ ଲୋକଙ୍କ ସହ ରହିବ, ସେନେଇ ନବୀନ ସାଂଗଠନିକସ୍ତରରେ ପରିବର୍ତ୍ତନ କରିବେ ବୋଲି ସୁଧୀର କହିଛନ୍ତି।
ପୂର୍ବରୁ ପାରାଦୀପର ପୂର୍ବତନ ବିଜେଡି ବିଧାୟକ ସମ୍ବିତ ରାଉତରାୟ ଦଳ ହାରିବାର କାରଣ ସମ୍ପର୍କରେ କହିଥିଲେ ସେ କହିଥିଲେ ‘ଢୋଲ ଭିତରେ ଥିବା ମୂଷା’ ପାଇଁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର ହାରିଲା। ତାଙ୍କ ମନ୍ତବ୍ୟ ଦଳ ଭିତରେ ଥାଇ କେତେ ଜଣ ନେତା ନିର୍ବାଚନରେ ଅନ୍ତର୍ଘାତୀ କାର୍ଯ୍ୟ କରିଥିବା ବିଷୟକୁ ଇଙ୍ଗିତ କରିଥିଲା।

The post ‘ଢୋଲ ଭିତରେ ମୂଷା’,କାଉଣ୍ଟର କଲେ ସୁଧୀର: କହିଲେ ଗଛ ଅଛି… appeared first on Dharitri Odia News.