Video: ବିରାଟ କୋହଲିଙ୍କ ବ୍ୟାଟିଂ ଦେଖୁ ଦେଖୁ ଶୋଇ ପଡ଼ିଥିଲେ ଅନୁଷ୍କା
ଦୁବାଇ,୫।୩: ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ୍ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଛି। ମାର୍ଚ୍ଚ ୪ରେ ହେବାକୁ ଥିବା ଏହି ମୁକାବିଲାରେ ଟିମ୍ ଇଣ୍ଡିଆ ଜବରଦସ୍ତ ପ୍ରଦର୍ଶନ ସହ ଫାଇନାଲରେ ପ୍ରବେଶ କରିଛି। ତେବେ ଏହି ବିଜୟରେ ବଡ଼ ପୁରୋଧା ସାଜିଥିଲେ କ୍ରିକେଟର ବିରାଟ କୋହଲି। ସେ ୮୪ ରନ୍ର ଇନିଂସ ଖେଳି ଦଳର ସ୍ଥିତିକୁ ମଜଭୂତ କରିଥିଲେ। ଏଥିଲାଗି ତାଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଭାବେ ଚୟନ କରାଯାଇଥିଲା। ଭାରତୀୟ ଟିମ୍ର ଏହି […] The post Video: ବିରାଟ କୋହଲିଙ୍କ ବ୍ୟାଟିଂ ଦେଖୁ ଦେଖୁ ଶୋଇ ପଡ଼ିଥିଲେ ଅନୁଷ୍କା appeared first on Dharitri Odia News.
ଦୁବାଇ,୫।୩: ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ୍ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଛି। ମାର୍ଚ୍ଚ ୪ରେ ହେବାକୁ ଥିବା ଏହି ମୁକାବିଲାରେ ଟିମ୍ ଇଣ୍ଡିଆ ଜବରଦସ୍ତ ପ୍ରଦର୍ଶନ ସହ ଫାଇନାଲରେ ପ୍ରବେଶ କରିଛି। ତେବେ ଏହି ବିଜୟରେ ବଡ଼ ପୁରୋଧା ସାଜିଥିଲେ କ୍ରିକେଟର ବିରାଟ କୋହଲି। ସେ ୮୪ ରନ୍ର ଇନିଂସ ଖେଳି ଦଳର ସ୍ଥିତିକୁ ମଜଭୂତ କରିଥିଲେ। ଏଥିଲାଗି ତାଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଭାବେ ଚୟନ କରାଯାଇଥିଲା। ଭାରତୀୟ ଟିମ୍ର ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ବିରାଟଙ୍କୁ ସମର୍ଥନ ଦେବାକୁ ପତ୍ନୀ ଅନୁଷ୍କା ଷ୍ଟାଡିୟମରେ ପହଞ୍ଚିଥିଲେ। ଏବେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଭିଡିଓରେ ଅନୁଷ୍କା ନିଦରେ ଶୋଇ ଯାଇଥିବା ଦେଖାଯାଉଛି। ଏଣୁ ବିରାଟଙ୍କ ବ୍ୟାଟିଂ ଦେଖି ତାଙ୍କୁ ନିଦ ଆସିଯାଇଥିବା ଦାବି କରାଯାଉଛି।
ଭାରତ ବ୍ୟାଟିଂର ୧୫ତମ ଓଭରର ବ୍ରେକ୍ ସମୟରେ କ୍ୟାମେରାମ୍ୟାନ୍ ଅନୁଷ୍କାଙ୍କୁ ଶୋଇଥିବା ଦେଖାଇଥିଲେ। ସେତେବେଳେ କୋହଲି ୨୮ ବଲରେ ୧୮ ରନ୍ କରି ମଇଦାନରେ ଥିଲେ। ସେତେବେଳେ ସେ ବେଶ ଧିରେ ବ୍ୟାଟିଂ କରୁଥିଲେ। ଏଣୁ ଅନୁଷ୍କା ବୋଧହୁଏ ଶୋଇଯାଇଥିବା କୁହାଯାଉଛି। ହେଲେ ବିରାଟଙ୍କ ଏଭଳି ବ୍ୟାଟିଂ ପଛରେ ଭିନ୍ନ କାରଣ ଥିଲା। ପାଓ୍ବାରପ୍ଲେ ସମୟରେ ୨ ଉଇକେଟ ଚାଲିଯିବା ପରେ ଭାରତୀୟ ଦଳ ଚାପରେ ଥିଲା। ସେତେବେଳେ ଭାରତକୁ ମ୍ୟାଚ୍ରେ ଏକ ଭାଗିଦାରୀର ଆବଶ୍ୟକତା ଥିଲା।
anushka slept lolz it was so funny to watch
pic.twitter.com/Q4XkUVHnux
— . (@madhub4la) March 5, 2025
The post Video: ବିରାଟ କୋହଲିଙ୍କ ବ୍ୟାଟିଂ ଦେଖୁ ଦେଖୁ ଶୋଇ ପଡ଼ିଥିଲେ ଅନୁଷ୍କା appeared first on Dharitri Odia News.
