ତଟରକ୍ଷୀ ବାହିନୀ-ଏନସିବିର ମିଳିତ ଅଭିଯାନ, ସାମୁଦ୍ରିକ ସୀମା ନିକଟରୁ ୧୪ ପାକିସ୍ତାନୀ ଗିରଫ

ନୂଆଦିଲ୍ଲୀ: ଭାରତୀୟ ତଟରକ୍ଷୀ ବାହିନୀକୁ ସଫଳତା। ରବିବାର ଏକ ଅଭିଯାନକ୍ରମେ ଗୁଜରାଟର ସାମୁଦ୍ରିକ ସୀମା ନିକଟରୁ ୧୪ ପାକିସ୍ତାନୀଙ୍କୁ ଗିରଫ କରିଛି ତଟରକ୍ଷୀ ବାହିନୀ । ଏହା ସହ ଏମାନଙ୍କ ଠାରୁ ୯୦ କେଜିର ନିଶା ପଦାର୍ଥ ମଧ୍ୟ ଜବତ କରିଛି। କୁହାଯାଇଛି ଯେ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି), ଗୁଜରାଟ ଏଟିଏସ ଏବଂ କୋଷ୍ଟ ଗାର୍ଡ ଗୁଜରାଟର ଉପକୂଳ ଅଞ୍ଚଳରେ ମିଳିତ ଭାବରେ ଅଭିଯାନ ଚଳାଇ ନିଶା ତସ୍କରୀକୁ ରୋକିଛନ୍ତି। ସୁରକ୍ଷା ଅଧିକାରୀଙ୍କ ଅନୁଯାୟୀ ଏନେଇ କିଛି ଦିନ ପୂର୍ବେ ଗୁଇନ୍ଦା ସୂଚନା ମିଳିଥିଲା। ଏହା ପରେ ଡ୍ରଗ୍ସ ତସ୍କରୀକୁ ରୋକିବା ପାଇଁ ଏଜେନ୍ସୀ ମିଳିତ ଭାବରେ ପ୍ରସ୍ତୁତି ଆରମ୍ଭ କରିଥିଲେ।ସୂଚନା ଅନୁଯାୟୀ, ଏହି ଅଭିଯାନ ଗତ ୨ ଦିନରୁ ଚାଲିଥିଲା। ଅଭିଯାନ ସମୟରେ ଗିରଫଦାରିରୁ ବଞ୍ଚିବା ପାଇଁ ପାକିସ୍ତାନୀ ନାଗରିକମାନେ ଏଟିଏସ ଅଧିକାରୀଙ୍କ ଉପରେ ବୋଟ୍‌ ଚଢ଼ାଇଦେବାକୁ ଚେଷ୍ଟା କରିଥିଲେ। ଫଳରେ ପ୍ରତି ଜବାବରେ ପୋଲିସକୁ ଫାୟାରିଂ ମଧ୍ୟ କରିବାକୁ ପଡ଼ିଥିଲା। ଏହା ପରେ ସନ୍ଦିଗ୍ଧଙ୍କୁ ଧରିନିଆଯାଇଥିଲା। ଜବତ ନିଶା ପଦାର୍ଥର ମୂଲ୍ୟ ୬୦୨ କୋଟି ଟଙ୍କା ହେବା ନେଇ ଅନୁମାନ କରାଯାଉଛି। ଏହି ଆକ୍ସନର ଗୋଟିଏ ଦିନ ପୂର୍ବରୁ ଏନସିବି ଗୁଜରାଟ ଏବଂ ରାଜସ୍ଥାନରେ ବ୍ୟାନ୍ ଔଷଧ ମେଫେଡ୍ରୋନ ନିର୍ମାଣ କରୁଥିବା ତିନି ଲ୍ୟାବ୍‌ର ଉପରେ ଚଢ଼ଉ କରି ୭ ଜଣକୁ ଗିରଫ କରିଥିଲା। ଏହା ସହ ଆଣ୍ଟି ଡ୍ରଗ୍ସ ଏଜେନ୍

ତଟରକ୍ଷୀ ବାହିନୀ-ଏନସିବିର ମିଳିତ ଅଭିଯାନ, ସାମୁଦ୍ରିକ ସୀମା ନିକଟରୁ ୧୪ ପାକିସ୍ତାନୀ ଗିରଫ

ନୂଆଦିଲ୍ଲୀ: ଭାରତୀୟ ତଟରକ୍ଷୀ ବାହିନୀକୁ ସଫଳତା। ରବିବାର ଏକ ଅଭିଯାନକ୍ରମେ ଗୁଜରାଟର ସାମୁଦ୍ରିକ ସୀମା ନିକଟରୁ ୧୪ ପାକିସ୍ତାନୀଙ୍କୁ ଗିରଫ କରିଛି ତଟରକ୍ଷୀ ବାହିନୀ । ଏହା ସହ ଏମାନଙ୍କ ଠାରୁ ୯୦ କେଜିର ନିଶା ପଦାର୍ଥ ମଧ୍ୟ ଜବତ କରିଛି। 

କୁହାଯାଇଛି ଯେ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି), ଗୁଜରାଟ ଏଟିଏସ ଏବଂ କୋଷ୍ଟ ଗାର୍ଡ ଗୁଜରାଟର ଉପକୂଳ ଅଞ୍ଚଳରେ ମିଳିତ ଭାବରେ ଅଭିଯାନ ଚଳାଇ ନିଶା ତସ୍କରୀକୁ ରୋକିଛନ୍ତି। ସୁରକ୍ଷା ଅଧିକାରୀଙ୍କ ଅନୁଯାୟୀ ଏନେଇ କିଛି ଦିନ ପୂର୍ବେ ଗୁଇନ୍ଦା ସୂଚନା ମିଳିଥିଲା। ଏହା ପରେ ଡ୍ରଗ୍ସ ତସ୍କରୀକୁ ରୋକିବା ପାଇଁ ଏଜେନ୍ସୀ ମିଳିତ ଭାବରେ ପ୍ରସ୍ତୁତି ଆରମ୍ଭ କରିଥିଲେ।

ସୂଚନା ଅନୁଯାୟୀ, ଏହି ଅଭିଯାନ ଗତ ୨ ଦିନରୁ ଚାଲିଥିଲା। ଅଭିଯାନ ସମୟରେ ଗିରଫଦାରିରୁ ବଞ୍ଚିବା ପାଇଁ ପାକିସ୍ତାନୀ ନାଗରିକମାନେ ଏଟିଏସ ଅଧିକାରୀଙ୍କ ଉପରେ ବୋଟ୍‌ ଚଢ଼ାଇଦେବାକୁ ଚେଷ୍ଟା କରିଥିଲେ। ଫଳରେ ପ୍ରତି ଜବାବରେ ପୋଲିସକୁ ଫାୟାରିଂ ମଧ୍ୟ କରିବାକୁ ପଡ଼ିଥିଲା। ଏହା ପରେ ସନ୍ଦିଗ୍ଧଙ୍କୁ ଧରିନିଆଯାଇଥିଲା। ଜବତ ନିଶା ପଦାର୍ଥର ମୂଲ୍ୟ ୬୦୨ କୋଟି ଟଙ୍କା ହେବା ନେଇ ଅନୁମାନ କରାଯାଉଛି। 

ଏହି ଆକ୍ସନର ଗୋଟିଏ ଦିନ ପୂର୍ବରୁ ଏନସିବି ଗୁଜରାଟ ଏବଂ ରାଜସ୍ଥାନରେ ବ୍ୟାନ୍ ଔଷଧ ମେଫେଡ୍ରୋନ ନିର୍ମାଣ କରୁଥିବା ତିନି ଲ୍ୟାବ୍‌ର ଉପରେ ଚଢ଼ଉ କରି ୭ ଜଣକୁ ଗିରଫ କରିଥିଲା। ଏହା ସହ ଆଣ୍ଟି ଡ୍ରଗ୍ସ ଏଜେନ୍ସୀ ପ୍ରାୟ ୩୦୦ କୋଟି ଟଙ୍କାର ମାଦକ ପଦାର୍ଥ ଜବତ କରିଥିଲା।