ତପ୍ତପାଣି ଘାଟିରେ ଓଲଟିଲା ଘରୋଇ ବସ୍, ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ

ସାନଖେମୁଣ୍ଡି: ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟି ପାଳୁଖୋଳା ଗ୍ରାମ ନିକଟରେ ଏକ ଘରୋଇ ବସ୍ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ଖବର ମିଳିଛି। ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ମନଭାର ଓ ମସ୍ତିପୂଟ ପଞ୍ଚାୟତ ୪୫ରୁୁ ଉର୍ଦ୍ଧ୍ବ ଲୋକ ‘ମାଆ ଭୁବନେଶ୍ଵରୀ’ ନାମକ ଗାଡ଼ି ନମ୍ବର- CG17KW9347 ରେ କୋରାପୁଟ ଜିଲ୍ଲାରୁ ପୁରୀ ଅଭିମୁଖେ ଯାଉଥିବା ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡ଼ିଛି। ଫଳରେ […]

ତପ୍ତପାଣି ଘାଟିରେ ଓଲଟିଲା ଘରୋଇ ବସ୍, ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ
bus

ସାନଖେମୁଣ୍ଡି: ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟି ପାଳୁଖୋଳା ଗ୍ରାମ ନିକଟରେ ଏକ ଘରୋଇ ବସ୍ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ଖବର ମିଳିଛି।

ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ମନଭାର ଓ ମସ୍ତିପୂଟ ପଞ୍ଚାୟତ ୪୫ରୁୁ ଉର୍ଦ୍ଧ୍ବ ଲୋକ ‘ମାଆ ଭୁବନେଶ୍ଵରୀ’ ନାମକ ଗାଡ଼ି ନମ୍ବର- CG17KW9347 ରେ କୋରାପୁଟ ଜିଲ୍ଲାରୁ ପୁରୀ ଅଭିମୁଖେ ଯାଉଥିବା ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡ଼ିଛି। ଫଳରେ ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି। ଖବରପାଇ ପୋଡ଼ାମାରି ଫାଣ୍ଡି ଅଧିକାରୀ, ମୋହନା ଅଗ୍ନିଶମ ବାହିନୀ, ସାନଖେମୁଣ୍ଡି ଅଗ୍ନିଶମ ବାହିନୀ, ମୋହନା ଥାନା ଅଧିକାରୀ ବସନ୍ତ ସେଠୀ, ପାଟପୁର ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ମାନଙ୍କୁ ଉଦ୍ଧାର କରିଛନ୍ତି। ଘଟଣାସ୍ଥଳରେ ୫ଟି ୧୦୮ ଆମ୍ବୁଲାନ୍ସ ଓ ୨ଟି ଅଗ୍ନିଶମ ବାହୀନି ଗାଡ଼ି ନିୟୋଜିତ ଅଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନସୁଦ୍ଧା ଉଦ୍ଧାର କାର୍ଯ୍ୟ ଚାଲିଥିବା ଜଣାପଡିଛି। ଦିଗପହଣ୍ଡି ଡାକ୍ତରଖାନାରେ ସାନଖେମୁଣ୍ଡି ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ, ଅତିରିକ୍ତ ତହସିଲଦାର ଦିଲ୍ଲୀପ ଜେନା ପହଞ୍ଚି ଆହାତ ମାନଙ୍କ ସ୍ଵାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି ।