ମହୁମାଛି ଆକ୍ରମଣରେ କନିଷ୍ଠ ଯନ୍ତ୍ରୀ ମୃତ, ଅନ୍ୟ ଜଣେ ଠିକାଦାର ଗୁରୁତର

ରାଇରଙ୍ଗପୁର : ମହୁମାଛି ଆକ୍ରମଣରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମ୍ୟ ନିର୍ମାଣ ଉପ ବିଭାଜନ ବିଭାଗର କନିଷ୍ଠ ଯନ୍ତ୍ରୀ ଇଂ ବିଶ୍ବନାଥ ମୁର୍ମୁଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଠିକାଦାର ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ ସ୍ଥାନୀୟ ମହୁଲଡିହା ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ସରକାରୀ ବାସ ଗୃହରେ ରହୁଥିବା କନିଷ୍ଠ ଯନ୍ତ୍ରୀ ଆଜି କାର୍ଯ୍ୟକ୍ଷେତ୍ରକୁ ଯାଉଥିବା ସମୟରେ ମୁଖ୍ୟ ଗେଟ ନିକଟ ଗଛରେ ରହିଥିବା ମହୁମାଛି ତାଙ୍କ ଉପରେ ଆକ୍ରମଣ କରିଥିଲେ। ସେହି ନିକଟରେ ଜଣେ ଛିଡା […]

ମହୁମାଛି ଆକ୍ରମଣରେ କନିଷ୍ଠ ଯନ୍ତ୍ରୀ ମୃତ, ଅନ୍ୟ ଜଣେ ଠିକାଦାର ଗୁରୁତର
Junior Engineer dies after honeybee attack

ରାଇରଙ୍ଗପୁର : ମହୁମାଛି ଆକ୍ରମଣରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମ୍ୟ ନିର୍ମାଣ ଉପ ବିଭାଜନ ବିଭାଗର କନିଷ୍ଠ ଯନ୍ତ୍ରୀ ଇଂ ବିଶ୍ବନାଥ ମୁର୍ମୁଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଠିକାଦାର ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ ସ୍ଥାନୀୟ ମହୁଲଡିହା ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ସରକାରୀ ବାସ ଗୃହରେ ରହୁଥିବା କନିଷ୍ଠ ଯନ୍ତ୍ରୀ ଆଜି କାର୍ଯ୍ୟକ୍ଷେତ୍ରକୁ ଯାଉଥିବା ସମୟରେ ମୁଖ୍ୟ ଗେଟ ନିକଟ ଗଛରେ ରହିଥିବା ମହୁମାଛି ତାଙ୍କ ଉପରେ ଆକ୍ରମଣ କରିଥିଲେ। ସେହି ନିକଟରେ ଜଣେ ଛିଡା ହୋଇଥିବା ଠିକାଦାରଙ୍କୁ ମଧ୍ୟ ମହୁମାଛି ଆକ୍ରମଣ କରିଥିଲେ।

ମହୁମାଛି ଆକ୍ରମଣରେ ଇଂ ବିଶ୍ବନାଥ ମୁର୍ମୁ  ଅଚେତ ହୋଇ ବାନ୍ତି କରି ପଡ଼ିଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ସେ ଜଣେ କର୍ମଠ, ଦାୟିତ୍ଵ ସଂପନ୍ନ ବ୍ୟକ୍ତି, ଅମାୟିକ, ସରଳ,ମିଷ୍ଟଭାଷୀ ବ୍ୟକ୍ତି ଥିଲେ। ଆରଡି ବିଭାଗର ସୁପରିଣେ୍ଟେଡେଣ୍ଟ ଇଞ୍ଜିନିୟର,ବିଭାଗୀୟ ଯନ୍ତ୍ରୀ,କନିଷ୍ଠ ଯନ୍ତ୍ରୀ ଏବଂ ସମସ୍ତ କର୍ମଚାରୀ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ନିଜର ସାଥୀଙ୍କୁ ଶେଷ ଦର୍ଶନ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କ ଶବକୁ ବ୍ୟବଚ୍ଛେଦ ଓ ଘରକୁ ପଠାଇବା ବ୍ୟବସ୍ଥା କରିଛନ୍ତି। ଏଣେ ଏନେଇ ରାଇରଙ୍ଗପୁର ଥାନାରେ ଏକ ମାମଲା ରୁଜୁ ହୋଇଛି।

ସୂଚନାଯୋଗ୍ୟ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରିଙ୍କୁ ସେହି ସ୍ଥାନରେ ଗଛରେ ଥିବା ମହୁମାଛି ପୂର୍ବରୁ ମଧ୍ୟ ଦୁଇ ଥର ଆକ୍ରମଣ ପରେ ତାଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାଇରଙ୍ଗପୁର ବନ ବିଭାଗ କର୍ମଚାରୀ ମାନଙ୍କୁ ସମ୍ପୃକ୍ତ ଗଛ କାଟିବା ସହିତ ମହୁମାଛି ଗୁଡିକୁ ହଟାଇବା ପାଇଁ ନିବେଦନ କରିଥିଲେ। କିନ୍ତୁ ବନ ବିଭାଗ ଗୁରୁତ୍ୱ ଦେଇନଥିଲେ। ଏହି ପରି ବନ ବିଭାଗର ଅବହେଳା ଯୋଗୁଁ ଜଣକ ଜୀବନ ଚାଲିଯାଇଛି ବୋଲି ଆଲୋଚନା ହେଉଅଛି।