ତମାଖୁ ପୁଡ଼ିଆ କିଣିବାକୁ ଯାଇଥିଲେ, ବଚସା ପରେ ଦୋକାନୀ କଲେ ଆକ୍ରମଣ; ମା’-ପୁଅ ଗୁରୁତର
ଦିଗପହଣ୍ଡି,୧୧।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମର ଦୋକାନୀ ସୁରେନ୍ଦ୍ର ସାହୁଙ୍କ ଆକ୍ରମଣରେ ସନ୍ତୋଷ କୁମାର ପଣ୍ଡା ଏବଂ ତାଙ୍କ ମା କୁନି ପଣ୍ଡା ଗୁରୁତର ଆହାତ ହୋଇଥିବା ଅଭିଯୋଗ ହୋଇଛି। କୁନିଙ୍କ ଏତଲା କ୍ରମେ ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସ୍ପି ପ୍ରଶାନ୍ତ କୁମାର ପାତ୍ର ମାମଲା ନଂ.୨୦୪/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି। ସୋମବାର ରାତି ପ୍ରାୟ ୯ ଟାରେ ସନ୍ତୋଷ ସୁରେନ୍ଦ୍ରଙ୍କ ଦୋକାନକୁ ତମାଖୁ […] The post ତମାଖୁ ପୁଡ଼ିଆ କିଣିବାକୁ ଯାଇଥିଲେ, ବଚସା ପରେ ଦୋକାନୀ କଲେ ଆକ୍ରମଣ; ମା’-ପୁଅ ଗୁରୁତର appeared first on Dharitri Odia News.
ଦିଗପହଣ୍ଡି,୧୧।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମର ଦୋକାନୀ ସୁରେନ୍ଦ୍ର ସାହୁଙ୍କ ଆକ୍ରମଣରେ ସନ୍ତୋଷ କୁମାର ପଣ୍ଡା ଏବଂ ତାଙ୍କ ମା କୁନି ପଣ୍ଡା ଗୁରୁତର ଆହାତ ହୋଇଥିବା ଅଭିଯୋଗ ହୋଇଛି। କୁନିଙ୍କ ଏତଲା କ୍ରମେ ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସ୍ପି ପ୍ରଶାନ୍ତ କୁମାର ପାତ୍ର ମାମଲା ନଂ.୨୦୪/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି।
ସୋମବାର ରାତି ପ୍ରାୟ ୯ ଟାରେ ସନ୍ତୋଷ ସୁରେନ୍ଦ୍ରଙ୍କ ଦୋକାନକୁ ତମାଖୁ ପୁଡିଆ କିଣିବାକୁ ଯାଇଥିଲେ। କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।ଏଥିରେ ଉତ୍ତେଜିତ ହୋଇ ସୁରେନ୍ଦ୍ର ଏକ ଧାରୁଆ ଅସ୍ତ୍ର ଦ୍ୱାରା ସନ୍ତୋଷ ଙ୍କ ମୁଣ୍ଡ ଓ ଗୋଡ଼କୁ ହାଣିଦେବାରୁ ସେ ରକ୍ତାକ୍ତ ହୋଇଥିଲେ।ଖବରପାଇ ସନ୍ତୋଷଙ୍କ ମା’ କୁନି ସେଠାକୁ ଯାଇ ପଚାରିବାରୁ ସୁରେନ୍ଦ୍ର ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ସନ୍ତୋଷଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦୋକାନୀ ସୁରେନ୍ଦ୍ରଙ୍କ ପୁଅ ତପୁ ସାହୁ ଏକ ଭୁଜାଲି ଧରି କୁନିଙ୍କୁ ଧମକ ଦେଇଥିବା ଏତଲାରେ ଉଲ୍ଲେଖ ରହିଛି। ଅପରପକ୍ଷରେ ସନ୍ତୋଷ ଏବଂ ତାଙ୍କ ଭାଇ ପିଣ୍ଟୁ ସୁରେନ୍ଦ୍ରଙ୍କ ଦୋକାନରେ ପଶି କମ୍ପ୍ୟୁଟର, ଜେରକ୍ସ ମେସିନ,ଫ୍ରିଜ,ବାଇକ ପ୍ରଭୃତି ଆସବାବପତ୍ର ଭାଙ୍ଗି ନଷ୍ଟ କରିଥିବା ନେଇ ସୁରେନ୍ଦ୍ର ଙ୍କ ପୁଅ ପରେଶ ଥାନାରେ ପାଲଟା ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ମାମଲା ନଂ.୨୦୩/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଥିବା ଜଣାପଡ଼ିଛି।
The post ତମାଖୁ ପୁଡ଼ିଆ କିଣିବାକୁ ଯାଇଥିଲେ, ବଚସା ପରେ ଦୋକାନୀ କଲେ ଆକ୍ରମଣ; ମା’-ପୁଅ ଗୁରୁତର appeared first on Dharitri Odia News.