ତମାଖୁ ବର୍ଜନ ସଚେତନତା
ଚୌଦ୍ୱାର : ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ସ୍ଥାନୀୟ ନାବାଳକ ନିଶାମୁକ୍ତି କେନ୍ଦ୍ର ‘ପରିବର୍ତ୍ତନ’ ତରଫରୁ ତମାଖୁ ବର୍ଜନ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଉଦ୍ଧାର ଫାଉଣ୍ଡେସନର ସମ୍ପାଦକ ଶିବାନନ୍ଦ ବାରିକଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କିଶୋର ନିଶାମୁକ୍ତି କେନ୍ଦ୍ରର ୨୮ ଜଣ ଅନ୍ତେବାସୀ ଓ ଉଭୟ ସଂଗଠନର କର୍ମକର୍ତ୍ତାମାନେ ତମାଖୁ ବର୍ଜନ ସମ୍ପର୍କିତ ବିଭିନ୍ନ ପ୍ଲାକାର୍ଡ଼ ଧରି ବିଭିନ୍ନ ସ୍ଲୋଗାନ୍ ଦେଇ କଳିଙ୍ଗଛକସ୍ଥିତ କେନ୍ଦ୍ରରୁ ବାହାରି କପାଳେଶ୍ୱର, ଗାନ୍ଧୀଛକ,କଳିଙ୍ଗ ଛକ […]

ଚୌଦ୍ୱାର : ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ସ୍ଥାନୀୟ ନାବାଳକ ନିଶାମୁକ୍ତି କେନ୍ଦ୍ର ‘ପରିବର୍ତ୍ତନ’ ତରଫରୁ ତମାଖୁ ବର୍ଜନ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଉଦ୍ଧାର ଫାଉଣ୍ଡେସନର ସମ୍ପାଦକ ଶିବାନନ୍ଦ ବାରିକଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କିଶୋର ନିଶାମୁକ୍ତି କେନ୍ଦ୍ରର ୨୮ ଜଣ ଅନ୍ତେବାସୀ ଓ ଉଭୟ ସଂଗଠନର କର୍ମକର୍ତ୍ତାମାନେ ତମାଖୁ ବର୍ଜନ ସମ୍ପର୍କିତ ବିଭିନ୍ନ ପ୍ଲାକାର୍ଡ଼ ଧରି ବିଭିନ୍ନ ସ୍ଲୋଗାନ୍ ଦେଇ କଳିଙ୍ଗଛକସ୍ଥିତ କେନ୍ଦ୍ରରୁ ବାହାରି କପାଳେଶ୍ୱର, ଗାନ୍ଧୀଛକ,କଳିଙ୍ଗ ଛକ ଆଦି ଅଞ୍ଚଳ ପରିକ୍ରମା କରିଥିଲେ।
ତମାଖୁ ସ୍ୱାସ୍ଥ୍ୟ ଉପରେ ବିଭିନ୍ନ ପ୍ରକାର କୁପ୍ରଭାବ ପକାଉଥିବାରୁ ଏସବୁକୁ ବର୍ଜନ କରି ସୁସ୍ଥ ରହିବାକୁ ଶେଭାଯାତ୍ରାକାରୀମାନେ ଲୋକ ମାନଙ୍କୁ ବୁଝାଇଥିଲେ । ଏହି ଅବସରରେ ଆୟୋଜିତ ଆଲୋଚନାଚକ୍ରରେ ଅଞ୍ଚଳର ବହୁ ସାମାଜିକ ସଂଗଠନ କର୍ମକର୍ତ୍ତା, ବୁଦ୍ଧିଜୀବୀ ଓ ଶିକ୍ଷାବିତ୍ ଯୋଗଦେଇ ତମାଖୁ ସେବନର କୁପ୍ରଭାବ ଓ ଏହାର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ ।କେନ୍ଦ୍ରର ଦାୟିତ୍ୱାଧିକାରୀ ପ୍ରିୟାଙ୍କା ଦାସ, ବଦ୍ରୀ ନାରାୟଣ ଅଧିକାରୀ, ସୁବ୍ରତ ଖଟୁଆ, ଉଦ୍ଧାର ଫାଉଣ୍ଡେସନ୍ର ସରୋଜ ସାହୁ, ମାନସୀ ନାଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।