ହରିୟାଣା ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ଖୋଲିବ ଶମ୍ଭୁ ବର୍ଡର
ଚଣ୍ଡିଗଡ଼ ୧୦।୭: ଗତ ୫ ମାସ ହେଲା ବନ୍ଦ ଥିବା ଶମ୍ଭୁ ବର୍ଡର ଖୋଲିବା ପାଇଁ ପଞ୍ଜାବ-ହରିୟାଣା ହାଇକୋର୍ଟ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ଅମ୍ବାଲାର ବାସିନ୍ଦା ଆଡଭୋକେଟ ବାସୁ ସାଣ୍ଡିଲ୍ୟ ପଞ୍ଜାବ-ହରିୟାଣା ହାଇକୋର୍ଟରେ ଏ ନେଇ ଦାଖଲ କରିଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରି କୋର୍ଟ ହରିୟାଣା ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ କୋର୍ଟ ପଞ୍ଜାବ ଓ ହରିୟାଣାର ଆଇନଶୃଙ୍ଖଳା ସୁସଂହତ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଜନସ୍ୱାର୍ଥ ମାମଲାରେ କୁହାଯାଇଛି ଯେ ଚାଷୀ ସେମାନଙ୍କ ଦାବି ନେଇ ଦିଲ୍ଲୀ ଅଭିଯାନରେ ବାହାରିଥିଲେ। ସେମାନଙ୍କୁ ଅଟକାଇବା ପାଇଁ ହରିୟାଣା ସରକାର ଶମ୍ଭୁ ବର୍ଡରେ ବାରିକେଡ ଲଗାଇ ରାସ୍ତା ବନ୍ଦ କରିଦେଇ ଥିଲେ। ଏହା ପରଠାରୁ ଗତ ୫ ମାସରୁ ଊର୍ଦ୍ଧ୍ୱ କାଳ ହେଲା ଜାତୀୟ ରାଜମାର୍ଗ ନମ୍ବର ୪୪ ବନ୍ଦ ରହିଛି। ଜାତୀୟ ରାଜମାର୍ଗ ବନ୍ଦ ହୋଇଯିବା ଯୋଗୁ ଅମ୍ବାଲା ରେ ଦୋକାନୀ, ବ୍ୟବସାୟୀ, ଛୋଟମୋଟ ବୁଲା ବେପାରୀଙ୍କ ବେପାର ବନ୍ଦ ହୋଇଯାଇଛି। ଆବେଦନରେ ହାଇକୋର୍ଟଙ୍କୁ ସୂଚିତ କରାଯାଇଛି ଯେ ଶମ୍ଭୁ ବର୍ଡର ବନ୍ଦ ହେବା ଯୋଗୁ ସରକାରୀ ବସ ରୁଟ ଡାଇଭର୍ଟ କରିଦିଆଯାଇଛି। ଫଳରେ ବସ ତେଲ ଖର୍ଚ୍ଚ ମଧ୍ୟ ବଢି ଯାଇଛି। ଏହା ଛଡା ଅମ୍ବାଲା ଶମ୍ଭୁ ଆଖପାଖର ରୋଗୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ହରିୟାଣା ଓ ପଞ୍ଜାବର ଓକିଲକଙ୍କୁ ଅମ୍ବାଲାରୁ ପଟିୟାଲା ଓ ପଟିୟାଲାର ଓକିଲଙ୍କୁ ଅମ୍
ଚଣ୍ଡିଗଡ଼ ୧୦।୭: ଗତ ୫ ମାସ ହେଲା ବନ୍ଦ ଥିବା ଶମ୍ଭୁ ବର୍ଡର ଖୋଲିବା ପାଇଁ ପଞ୍ଜାବ-ହରିୟାଣା ହାଇକୋର୍ଟ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ଅମ୍ବାଲାର ବାସିନ୍ଦା ଆଡଭୋକେଟ ବାସୁ ସାଣ୍ଡିଲ୍ୟ ପଞ୍ଜାବ-ହରିୟାଣା ହାଇକୋର୍ଟରେ ଏ ନେଇ ଦାଖଲ କରିଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରି କୋର୍ଟ ହରିୟାଣା ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ କୋର୍ଟ ପଞ୍ଜାବ ଓ ହରିୟାଣାର ଆଇନଶୃଙ୍ଖଳା ସୁସଂହତ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଜନସ୍ୱାର୍ଥ ମାମଲାରେ କୁହାଯାଇଛି ଯେ ଚାଷୀ ସେମାନଙ୍କ ଦାବି ନେଇ ଦିଲ୍ଲୀ ଅଭିଯାନରେ ବାହାରିଥିଲେ। ସେମାନଙ୍କୁ ଅଟକାଇବା ପାଇଁ ହରିୟାଣା ସରକାର ଶମ୍ଭୁ ବର୍ଡରେ ବାରିକେଡ ଲଗାଇ ରାସ୍ତା ବନ୍ଦ କରିଦେଇ ଥିଲେ। ଏହା ପରଠାରୁ ଗତ ୫ ମାସରୁ ଊର୍ଦ୍ଧ୍ୱ କାଳ ହେଲା ଜାତୀୟ ରାଜମାର୍ଗ ନମ୍ବର ୪୪ ବନ୍ଦ ରହିଛି। ଜାତୀୟ ରାଜମାର୍ଗ ବନ୍ଦ ହୋଇଯିବା ଯୋଗୁ ଅମ୍ବାଲା ରେ ଦୋକାନୀ, ବ୍ୟବସାୟୀ, ଛୋଟମୋଟ ବୁଲା ବେପାରୀଙ୍କ ବେପାର ବନ୍ଦ ହୋଇଯାଇଛି।
ଆବେଦନରେ ହାଇକୋର୍ଟଙ୍କୁ ସୂଚିତ କରାଯାଇଛି ଯେ ଶମ୍ଭୁ ବର୍ଡର ବନ୍ଦ ହେବା ଯୋଗୁ ସରକାରୀ ବସ ରୁଟ ଡାଇଭର୍ଟ କରିଦିଆଯାଇଛି। ଫଳରେ ବସ ତେଲ ଖର୍ଚ୍ଚ ମଧ୍ୟ ବଢି ଯାଇଛି। ଏହା ଛଡା ଅମ୍ବାଲା ଶମ୍ଭୁ ଆଖପାଖର ରୋଗୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ହରିୟାଣା ଓ ପଞ୍ଜାବର ଓକିଲକଙ୍କୁ ଅମ୍ବାଲାରୁ ପଟିୟାଲା ଓ ପଟିୟାଲାର ଓକିଲଙ୍କୁ ଅମ୍ବାଲା କୋର୍ଟମାନଙ୍କୁ ଆସିବାରେ ମଧ୍ୟ ଅସୁବିଧା ହେଉଛି।
ଏହି ସଡ଼କ ବନ୍ଦ ହେବା ଯୋଗୁ କେବଳ ସାଧାରଣ ଲୋକେ ହଇରାଣ ହେଉ ନାହାନ୍ତି ସରକାର ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ଏଥିରୁ ଆଶ୍ୱସ୍ତି ନିମନ୍ତେ ତୁରନ୍ତ ଶମ୍ଭୁ ବର୍ଡର ଖୋଲିବାକୁ ଆଦେଶ ଦେବାକୁ ନିବେଦନ କରାଯାଇଥିଲା। ଏଥିରେ ଯଦି ଆବେଦନ ଲମ୍ବିତ ରୁହେ ଜରୁରିକାଳୀନ ବାହନମାନଙ୍କ ନିମନ୍ତେ ଅସ୍ଥାୟୀ ମାର୍ଗ ତିଆରି କରିବାକୁ ନିର୍ଦ୍ଦେଶ ଦେବାକୁ ନିବେଦନ କରାଯାଇଛି। ଶାଣ୍ଡିଲ୍ୟ ତାଙ୍କ ଆବେଦନରେ କେନ୍ଦ୍ର, ପଞ୍ଜାବ ଓ ହରିୟାଣା ସରକାର ସମେତ କୃଷକ ନେତା ସ୍ୱର୍ଣ୍ଣ ସିଂହ ପଣ୍ଢେର, ଜଗଜ୍ଜିତ ସିଂହ ଡଲ୍ଲେବାଲଙ୍କୁ ମଧ୍ୟ ପକ୍ଷ କରିଛନ୍ତି।