କଣ୍ଟାବାଞ୍ଜିରେ ପାଣ୍ଡିଆନଙ୍କ ନିର୍ବାଚନୀ ପ୍ରଚାର, ବିରୋଧୀଙ୍କୁ ଦେଲେ କଡା ଜବାବ
କଣ୍ଟାବାଞ୍ଜି ୧୬।୫: କଣ୍ଟାବାଞ୍ଜି ଆଲିସାନ ଖେଳ ପଡିଆ ଠାରେ ବିଜେଡିର ବରିଷ୍ଠ ନେତା ତଥା 5-T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ନିର୍ବାଚନୀ ପ୍ରଚାର କରିଥିଲେ । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନିଜେ ବିଧାୟକ ପ୍ରାର୍ଥୀ ହୋଇଥିବା ବେଳେ ପାଣ୍ଡିଆନ ତାଙ୍କ ପାଇଁ ଏବଂ ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କୁ ଆଶୀର୍ବାଦ କରି ରେକର୍ଡ ମାର୍ଜିନରେ ବିଜୟୀ କରନ୍ତୁ ବୋଲି ଜନସାଧାରଣଙ୍କୁ ନିବେଦନ କରିଥିଲେ । ଜୟ ଜଗନ୍ନାଥ ଜୟ ମା ସମଲେଶ୍ୱରୀରୁ ନିଜର ଭାଷଣ ପାଣ୍ଡିଆନ ଆରମ୍ଭ କରିଥିବା ବେଳେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଉପରେ କହିଥିଲେ । ପାଣ୍ଡିଆନ ତାଙ୍କ ଅଭିଭାଷଣରେ ବିରୋଧୀଙ୍କୁ ମଧ୍ୟ କଡା ଜବାବ ଦେଇଥିଲେ । କଣ୍ଟାବାଞ୍ଜିକୁ କେନ୍ଦ୍ରୀୟ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଆସି ନିର୍ବାଚନ ପ୍ରଚାର କରୁଛନ୍ତି । ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଦିନ ବେଳା ଲଣ୍ଠନ ଦେଖାଉଛନ୍ତି । କେନ୍ଦ୍ର ଦରଦାମ ଉପରେ ଦେଇଥିବା ପ୍ରତିଶ୍ରୁତି ପାଣିର ଗାର । କେନ୍ଦ୍ର ଦରଦାମ ଘଟାଇ ନାହିଁ ବରଂ ସେମାନେ ଶାସନରେ ଆସିବା ପରେ ଦରଦାମ ବୃଦ୍ଧି ହୋଇଛି । ବେରୋଜଗାର ବଢିଛି । ବାହାର ରାଜ୍ୟରୁ ଆସିଥିବା ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ କେବଳ ନିର୍ବାଚନ ସମୟରେ ଦେଖା ଦେଉଛନ୍ତି । ନିର୍ବାଚନ ଶେଷ ହେବା ପରେ ସେମାନଙ୍କୁ ଖୋଜିଲେ ମଧ୍ୟ ସେମାନେ ମିଳିବେ ନାହିଁ । ଆମ ମୁଖ୍ୟମନ୍ତ୍ରୀଙ୍କ ଶାସନ ଉପରେ ଆଙ୍
କଣ୍ଟାବାଞ୍ଜି ୧୬।୫: କଣ୍ଟାବାଞ୍ଜି ଆଲିସାନ ଖେଳ ପଡିଆ ଠାରେ ବିଜେଡିର ବରିଷ୍ଠ ନେତା ତଥା 5-T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ନିର୍ବାଚନୀ ପ୍ରଚାର କରିଥିଲେ । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନିଜେ ବିଧାୟକ ପ୍ରାର୍ଥୀ ହୋଇଥିବା ବେଳେ ପାଣ୍ଡିଆନ ତାଙ୍କ ପାଇଁ ଏବଂ ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କୁ ଆଶୀର୍ବାଦ କରି ରେକର୍ଡ ମାର୍ଜିନରେ ବିଜୟୀ କରନ୍ତୁ ବୋଲି ଜନସାଧାରଣଙ୍କୁ ନିବେଦନ କରିଥିଲେ । ଜୟ ଜଗନ୍ନାଥ ଜୟ ମା ସମଲେଶ୍ୱରୀରୁ ନିଜର ଭାଷଣ ପାଣ୍ଡିଆନ ଆରମ୍ଭ କରିଥିବା ବେଳେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଉପରେ କହିଥିଲେ । ପାଣ୍ଡିଆନ ତାଙ୍କ ଅଭିଭାଷଣରେ ବିରୋଧୀଙ୍କୁ ମଧ୍ୟ କଡା ଜବାବ ଦେଇଥିଲେ । କଣ୍ଟାବାଞ୍ଜିକୁ କେନ୍ଦ୍ରୀୟ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଆସି ନିର୍ବାଚନ ପ୍ରଚାର କରୁଛନ୍ତି । ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଦିନ ବେଳା ଲଣ୍ଠନ ଦେଖାଉଛନ୍ତି । କେନ୍ଦ୍ର ଦରଦାମ ଉପରେ ଦେଇଥିବା ପ୍ରତିଶ୍ରୁତି ପାଣିର ଗାର । କେନ୍ଦ୍ର ଦରଦାମ ଘଟାଇ ନାହିଁ ବରଂ ସେମାନେ ଶାସନରେ ଆସିବା ପରେ ଦରଦାମ ବୃଦ୍ଧି ହୋଇଛି । ବେରୋଜଗାର ବଢିଛି । ବାହାର ରାଜ୍ୟରୁ ଆସିଥିବା ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ କେବଳ ନିର୍ବାଚନ ସମୟରେ ଦେଖା ଦେଉଛନ୍ତି । ନିର୍ବାଚନ ଶେଷ ହେବା ପରେ ସେମାନଙ୍କୁ ଖୋଜିଲେ ମଧ୍ୟ ସେମାନେ ମିଳିବେ ନାହିଁ । ଆମ ମୁଖ୍ୟମନ୍ତ୍ରୀଙ୍କ ଶାସନ ଉପରେ ଆଙ୍ଗୁଠି ଦେଖାଉଥିବା ବିରୋଧୀ ସୂର୍ଯ୍ୟଙ୍କୁ ଟର୍ଚ୍ଚ ଲାଇଟ୍ ଦେଖାଇବା ପରି । ଏଥର ମଧ୍ୟ ଆମ ମୁଖ୍ୟମନ୍ତ୍ରୀ ପୁଣି ମୁଖ୍ୟମନ୍ତ୍ରୀ ପାଇଁ ଶପଥ ନେବେ । ଯେଉଁ ଦିନ ସେ ଶପଥ ନେବେ ସେହି ଦିନ ପ୍ରଥମେ ମାଗଣା ବିଜୁଳି, ଦ୍ଵିତୀୟରେ ମିଶନ ଶକ୍ତି ମା ମାନଙ୍କ ଭତ୍ତା, ଯେଉଁ ମାନଙ୍କ ପାଖରେ ବିଏସ୍କେଓ୍ବାଇ କାର୍ଡ ନାହିଁ ସେମାନଙ୍କ ପାଇଁ ନବୀନ କାର୍ଡ ଦିଆଯିବ ବୋଲି କହିଥିଲେ । ପାଣ୍ଡିଆନ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ଠାରୁ ଆପତ୍ତି ଅଭିଯୋଗ ଗ୍ରହଣ କରି ଯେଉଁ କାମ ୧୫ ବର୍ଷରେ ହୋଇପାରିବ ନାହିଁ ସେହି କାମ ଆମ ମୁଖ୍ୟମନ୍ତ୍ରୀ ୧୫ ମାସରେ କରନ୍ତି ବୋଲି କହିଥିଲେ । ସ୍ଥାନୀୟ ସମସ୍ୟା ସମାଧାନ ସହ ବଙ୍ଗୋମୁଣ୍ଡାକୁ ଏନଏସି କରାଯିବ ବୋଲି ମଧ୍ୟ ପାଣ୍ଡିଆନ କହିଥିଲେ ।
You Can Read :
ଖଲ୍ଲିକୋଟ ରାଜନୈତିକ ହିଂସାକାଣ୍ଡ : ଥାନା ପରିସରରେ ୧୪୪ ଧାରା ଲାଗୁ