ବାଲେଶ୍ୱରରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବାକୁ ଘୋଷଣା କଲେ ଖାରବେଳ ସ୍ବାଇଁ
ଭୁବନେଶ୍ୱର,୨୫।୩: ଭାରତୀୟ ଜନତା ପାର୍ଟି (ଭାଜପା) ରବିବାର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ଏଥିରେ ମୋଟ ୧୧୧ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି। ଓଡ଼ିଶାର ୧୮ ସଂସଦୀୟ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ କଟକ, ଯାଜପୁର ଓ କନ୍ଧମାଳ ଆସନରେ ଦଳ କାହାକୁ ପ୍ରାର୍ଥୀ କରିବ ତାହା ସ୍ପଷ୍ଟ ହୋଇନାହିଁ। ସମ୍ବଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା, ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀ, ପୁରୀରୁ ସମ୍ବିତ ପାତ୍ର, ବାଲେଶ୍ୱରରୁ ପ୍ରତାପ […] The post ବାଲେଶ୍ୱରରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବାକୁ ଘୋଷଣା କଲେ ଖାରବେଳ ସ୍ବାଇଁ appeared first on Dharitri Odia News.
ଭୁବନେଶ୍ୱର,୨୫।୩: ଭାରତୀୟ ଜନତା ପାର୍ଟି (ଭାଜପା) ରବିବାର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ଏଥିରେ ମୋଟ ୧୧୧ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି। ଓଡ଼ିଶାର ୧୮ ସଂସଦୀୟ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ କଟକ, ଯାଜପୁର ଓ କନ୍ଧମାଳ ଆସନରେ ଦଳ କାହାକୁ ପ୍ରାର୍ଥୀ କରିବ ତାହା ସ୍ପଷ୍ଟ ହୋଇନାହିଁ।
ସମ୍ବଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା, ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀ, ପୁରୀରୁ ସମ୍ବିତ ପାତ୍ର, ବାଲେଶ୍ୱରରୁ ପ୍ରତାପ ଷଡ଼ଙ୍ଗୀ ପ୍ରାର୍ଥୀ ହୋଇଛି। ବାଲେଶ୍ୱରରୁ ଐରଖାରବେଳ ସ୍ବାଇଁ ଆଶାୟୀ ଥିବା ବେଳେ ପ୍ରତାପ ଷଡ଼ଙ୍ଗୀଙ୍କୁ ଟିକେଟ ମିଳିବା ଘଟଣାକୁ ସେ ସହଜେ ଗ୍ରହଣ କରିପାରୁନାହାନ୍ତି।
ଏ ନେଇ ଖାରବେଳ ଏକ ଖବରଦାତା ସମ୍ମିଳନୀରେ ପ୍ରତିକ୍ରିୟା ରଖି କହିଛନ୍ତି, ସ୍ବାଧୀନ ପ୍ରାର୍ଥୀ ଭାବେ ବାଲେଶ୍ୱରରୁ ଲଢ଼ିବେ ଏବଂ ନିର୍ବାଚନରେ ବିଜୟୀ ହେଲେ ଭାଜପାରେ ଯୋଗଦେବେ। ଗତଥର କନ୍ଧମାଳରୁ ଲଢ଼ିଥିଲେ, ହେଲେ ଏଥର ବାଲେଶ୍ୱରରୁ ଲଢ଼ିବାକୁ ଭାଜପା ନେତୃବୃନ୍ଦଙ୍କୁ କହିଥିଲେ। ହେଲେ ତାଙ୍କୁ ଟିକେଟ ମିଳି ନ ଥିବାରୁ ସେ ସ୍ବାଧୀନ ଭାବେ ଛିଡ଼ାହେବାକୁ ନିଷ୍ପତ୍ତି ନେଇଛନ୍ତି। ହେଲେ ଭାଜପା ଛାଡ଼ିବେ ନାହିଁ ବୋଲି ଖାରବେଳ ସ୍ପଷ୍ଟ କରିଛନ୍ତି। ଦଳର ନିଷ୍ପତ୍ତିକୁ ସ୍ବାଗତ କରୁଛି । ସେ ଭାଜପାର ଜଣେ କର୍ମୀ, ସବୁବେଳେ କର୍ମୀ ହୋଇ ରହିବେ। ଦଳ ଯେତେବେଳେ ଯାହା ଦାୟିତ୍ୱ ଦେଇଛି, ନିଷ୍ଠାର ସହ ସେ ପାଳନ କରିଥିବା କହିଛନ୍ତି। ଅନ୍ୟପକ୍ଷେ ଖାରବେଳଙ୍କ ନିଷ୍ପତ୍ତି ସମ୍ପର୍କରେ ଭାଜପା ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।
The post ବାଲେଶ୍ୱରରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବାକୁ ଘୋଷଣା କଲେ ଖାରବେଳ ସ୍ବାଇଁ appeared first on Dharitri Odia News.