କଂଗ୍ରେସକୁ ଲାଗିଲା ଡବଲ୍ ଝଟ୍କା: ଦଳ ଛାଡିଲେ ବିଧାୟକ
ଡେରାଡୁନ୍,୧୭।୩: ଉତ୍ତରାଖଣ୍ଡ କଂଗ୍ରେସରେ ଇସ୍ତଫା ପର୍ଯ୍ୟାୟ ଶେଷ ହେଉନାହିଁ। ରବିବାର କଂଗ୍ରେସ ଦୁଇଟି ବଡ଼ ଝଟ୍କା ଲାଗିଛି। ଟେହରୀରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବରିଷ୍ଠ ନେତା ଧନ ସିଂ ନେଗି ଏବଂ ବଦ୍ରିନାଥ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ସିଂ ଭଣ୍ଡାରୀ ଦଳ ଛାଡିଛନ୍ତି। ଏଥି ସହିତ ତିନି ଦିନ ମଧ୍ୟରେ ଆଠଜଣ ବଡ ନେତାଙ୍କ ଇସ୍ତଫା ଯୋଗୁ ଦଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ରାଜେନ୍ଦ୍ର ଭଣ୍ଡାରୀ ଦିଲ୍ଲୀରେ ଭାଜପାରେ ଯୋଗ ଦେଇଛନ୍ତି। […] The post କଂଗ୍ରେସକୁ ଲାଗିଲା ଡବଲ୍ ଝଟ୍କା: ଦଳ ଛାଡିଲେ ବିଧାୟକ appeared first on Dharitri Odia News.
ଡେରାଡୁନ୍,୧୭।୩: ଉତ୍ତରାଖଣ୍ଡ କଂଗ୍ରେସରେ ଇସ୍ତଫା ପର୍ଯ୍ୟାୟ ଶେଷ ହେଉନାହିଁ। ରବିବାର କଂଗ୍ରେସ ଦୁଇଟି ବଡ଼ ଝଟ୍କା ଲାଗିଛି। ଟେହରୀରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବରିଷ୍ଠ ନେତା ଧନ ସିଂ ନେଗି ଏବଂ ବଦ୍ରିନାଥ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ସିଂ ଭଣ୍ଡାରୀ ଦଳ ଛାଡିଛନ୍ତି। ଏଥି ସହିତ ତିନି ଦିନ ମଧ୍ୟରେ ଆଠଜଣ ବଡ ନେତାଙ୍କ ଇସ୍ତଫା ଯୋଗୁ ଦଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ରାଜେନ୍ଦ୍ର ଭଣ୍ଡାରୀ ଦିଲ୍ଲୀରେ ଭାଜପାରେ ଯୋଗ ଦେଇଛନ୍ତି। ସିଏମ ପୁଷ୍କର ସିଂ ଧାମି, ମନ୍ତ୍ରୀ ପୀୟୁଷ ଗୋୟଲ, ପୌରୀ ଆସନ ପ୍ରାର୍ଥୀ ଅନିଲ ବାଲୁନି ଏବଂ ଉତ୍ତରାଖଣ୍ଟ ଭାଜପା ଦାୟିତ୍ୱରେ ଥିବା ଦୁଷ୍ୟନ୍ତ ଗୌତମ ତାଙ୍କୁ ଦଳର ସଦସ୍ୟତା ପ୍ରଦାନ କରିଛନ୍ତି।
ଗଙ୍ଗୋତ୍ରୀ ବିଧାୟକ ବିଜୟ ପାଲ ସଜୱାନ ଏବଂ ପୂର୍ବତନ ପୁରୋଲା ବିଧାୟକ ମାଲଚାନ୍ଦ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ତେବେ ଶନିବାର ଦିନ ଦଳର ଲୋକପ୍ରିୟ ଚେହେରା ଭାବେ ବିବେଚିତ କଂଗ୍ରେସ ନେତା ହରକ ସିଂ ରାୱତଙ୍କ ବୋହୂ ଅନୁକ୍ରତି ଇସ୍ତଫା ଦେଇଛନ୍ତି। ପୌରୀରୁ ପୂର୍ବତନ ଜିଲା ପଞ୍ଚାୟତ ସଭାପତି କେସର ସିଂ ନେଗି ଦଳରୁ ଇସ୍ତଫା ଦେଇଛନ୍ତି।
ଏଥିସହିତ ବିକାଶଖଣ୍ଡ କୋଟର ପୂର୍ବତନ ମୁଖ୍ୟ ତଥା ପୂର୍ବତନ ରାଜ୍ୟ କାର୍ଯ୍ୟନିର୍ବାହୀ ସଦସ୍ୟ ନାଭାଲ କିଶୋର ମଧ୍ୟ କଂଗ୍ରେସ ଛାଡିଛନ୍ତି। ଏହା ବ୍ୟତୀତ ପୌରୀ ବ୍ଲକ ମୁଖ୍ୟ ଦୀପକ କୁକସାଲ ମଧ୍ୟ କଂଗ୍ରେସ ଛାଡିଛନ୍ତି।
The post କଂଗ୍ରେସକୁ ଲାଗିଲା ଡବଲ୍ ଝଟ୍କା: ଦଳ ଛାଡିଲେ ବିଧାୟକ appeared first on Dharitri Odia News.