କରୀନାଙ୍କ ଆଗାମୀ ପ୍ରୋଜେକ୍ଟ ‘ଦାୟରା’
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କରୀନା କପୁର ତାଙ୍କ ନୂତନ ପ୍ରୋଜେକ୍ଟ ସମ୍ପର୍କରେ ସୋମବାର ଇନ୍ଷ୍ଟାଗ୍ରାମରେ ଘୋଷଣା କରିଛନ୍ତି। ଆଗାମୀ ଦିନରେ ସେ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶିକା ମେଘନା ଗୁଲଜାରଙ୍କ ‘ଦାୟରା’ ଫିଲ୍ମରେ ନଜରକୁ ଆସିବେ ବୋଲି କରୀନା ନିଜ ପ୍ରଶଂସକଙ୍କୁ ଜଣାଇଛନ୍ତି। ଫିଲ୍ମରେ କରୀନାଙ୍କ ବିପକ୍ଷରେ ଅଭିନେତା ପୃଥ୍ବୀରାଜ ସୁକୁମାରନଙ୍କୁ ଦେଖିବାକୁ ମିଳିବ। ‘ଦାୟରା’ ଏକ ଏଣ୍ଟରଟେନ୍ମେଣ୍ଟ କ୍ରାଇମ୍ ଡ୍ରାମା ଫିଲ୍ମ ହୋଇଥିବାବେଳେ ଏହା ଅପରାଧ, ଏହାର ଦଣ୍ଡ ଏବଂ ନ୍ୟାୟ ମଧ୍ୟରେ ସଂଘର୍ଷକୁ ଆଲୋକିତ […] The post କରୀନାଙ୍କ ଆଗାମୀ ପ୍ରୋଜେକ୍ଟ ‘ଦାୟରା’ appeared first on Dharitri Odia News.
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କରୀନା କପୁର ତାଙ୍କ ନୂତନ ପ୍ରୋଜେକ୍ଟ ସମ୍ପର୍କରେ ସୋମବାର ଇନ୍ଷ୍ଟାଗ୍ରାମରେ ଘୋଷଣା କରିଛନ୍ତି। ଆଗାମୀ ଦିନରେ ସେ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶିକା ମେଘନା ଗୁଲଜାରଙ୍କ ‘ଦାୟରା’ ଫିଲ୍ମରେ ନଜରକୁ ଆସିବେ ବୋଲି କରୀନା ନିଜ ପ୍ରଶଂସକଙ୍କୁ ଜଣାଇଛନ୍ତି। ଫିଲ୍ମରେ କରୀନାଙ୍କ ବିପକ୍ଷରେ ଅଭିନେତା ପୃଥ୍ବୀରାଜ ସୁକୁମାରନଙ୍କୁ ଦେଖିବାକୁ ମିଳିବ। ‘ଦାୟରା’ ଏକ ଏଣ୍ଟରଟେନ୍ମେଣ୍ଟ କ୍ରାଇମ୍ ଡ୍ରାମା ଫିଲ୍ମ ହୋଇଥିବାବେଳେ ଏହା ଅପରାଧ, ଏହାର ଦଣ୍ଡ ଏବଂ ନ୍ୟାୟ ମଧ୍ୟରେ ସଂଘର୍ଷକୁ ଆଲୋକିତ କରୁଛି। ସେହିପରି ଏହି ଫିଲ୍ମ ସାମ୍ପ୍ରତିକ ସମୟରେ ସମାଜରେ ଦେଖାଯାଉଥିବା ବିଭିନ୍ନ ସମସ୍ୟାକୁ ମଧ୍ୟ ଉପସ୍ଥାପନ କରିବ ବୋଲି କରୀନା ତାଙ୍କ ପୋଷ୍ଟରେ ଲେଖିଛନ୍ତି। କରୀନା ଆହୁରି ଲେଖିଛନ୍ତି, ଚଳିତ ବର୍ଷ ସେ ହିନ୍ଦୀ ସିନେମା ଇଣ୍ଡଷ୍ଟ୍ରିରେ ୨୫ ବର୍ଷ ପୂରଣ କରିଛନ୍ତି। ଏହି ଅବସରରେ ସେ ତାଙ୍କ ଆଗାମୀ ଫିଲ୍ମ ‘ଦାୟରା’କୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି। ସେହିପରି ନିର୍ଦ୍ଦେଶିକା ମେଘନା ଗୁଲଜାରଙ୍କର ସେ ଜଣେ ବଡ଼ ପ୍ରଶଂସକ ହୋଇଥିବା କରୀନା କହିଛନ୍ତି। ତେବେ ‘ଦାୟରା’ ଫିଲ୍ମର ଶୁଟିଂ କେବେ ଆରମ୍ଭ ହେଉଛି ଏବଂ ଏହି ଫିଲ୍ମ କେବେ ରିଲିଜ୍ ହେବ ସେନେଇ ବର୍ତ୍ତମାନ ସୁଦ୍ଧା ଫିଲ୍ମ ନିର୍ମାତାଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।
The post କରୀନାଙ୍କ ଆଗାମୀ ପ୍ରୋଜେକ୍ଟ ‘ଦାୟରା’ appeared first on Dharitri Odia News.