ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା ତାତିକୁ ଅସହ୍ୟ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏଭଳି ସ୍ଥିତିରେ ଧାମନଗର ବ୍ଲକ ଅଞ୍ଚଳରେ ଗଢ଼ି ଉଠିଥିବା ବେଆଇନ ଇଟାଭାଟି ତାତିକୁ ଦ୍ୱିଗୁଣିତ କରିଛି। ବ୍ଲକର ବିଭିନ୍ନ ଗଁାରେ ବେଆଇନ ଭାବେ ପ୍ରତ୍ୟେହ ୨୦ରୁ ଊର୍ଦ୍ଧ୍ୱ ଇଟାଭାଟି ପୋଡ଼ାଯାଉଛି। ଭାଟିରେ କୋଇଲା ଜଳିବା ଦ୍ୱାରା ବାହାରୁଥିବା ଗରମ ଧୂଆଁ  ଗାଁ ଭିତରକୁ […] The post ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି appeared first on Dharitri Odia News.

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା ତାତିକୁ ଅସହ୍ୟ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏଭଳି ସ୍ଥିତିରେ ଧାମନଗର ବ୍ଲକ ଅଞ୍ଚଳରେ ଗଢ଼ି ଉଠିଥିବା ବେଆଇନ ଇଟାଭାଟି ତାତିକୁ ଦ୍ୱିଗୁଣିତ କରିଛି। ବ୍ଲକର ବିଭିନ୍ନ ଗଁାରେ ବେଆଇନ ଭାବେ ପ୍ରତ୍ୟେହ ୨୦ରୁ ଊର୍ଦ୍ଧ୍ୱ ଇଟାଭାଟି ପୋଡ଼ାଯାଉଛି। ଭାଟିରେ କୋଇଲା ଜଳିବା ଦ୍ୱାରା ବାହାରୁଥିବା ଗରମ ଧୂଆଁ  ଗାଁ ଭିତରକୁ ପଶି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଟାଣ ଖରା ସାଙ୍ଗକୁ ଇଟାଭାଟିର ଗରମ ହାୱା ତତଲା ନିଅଁାରେ ଜାଳିବା ପରି ଅନୁଭୂତ ହେଉଛି।
ବିଶେଷ କରି ଦୋବଲରୁ ଖଡ଼ିପଦା, କାଞ୍ଜିଆପାଳ, ଆନନ୍ଦପୁର, ବେଦପୁର, ସୋହଡ଼ା, ସୋଧ, ଦଳାଙ୍ଗ, ଜାହାଙ୍ଗୀର, ଅର୍ଜୁନପୁର, ହସନାବାଦ, ଫଳପୁର ଆଦି ଅଞ୍ଚଳରେ ବହୁ ସଂଖ୍ୟାରେ ଇଟାଭାଟି ଚାଲୁଛି। ଘର ତିଆରିରେ ପୋଡ଼ା ଇଟାର ଚାହିଦାକୁ ନଜରରେ ରଖି ଗାଁ ଗହଳିରେ ଛୋଟମୋଟ ବେପାରୀ ପ୍ରବଳ ମାତ୍ରାରେ ମାଟି ଇଟା ପକାଉଛନ୍ତି। ପ୍ରଶାସନର ଅଙ୍କୁଶ ନ ଥିବାରୁ ସବୁ ନିୟମକୁ ଜଳାଞ୍ଜଳି ଦେଇ ବେଧଡ଼କ ଭାବେ ଇଟାଭାଟି ଚାଲୁଛି। ଗାଁ, ସ୍କୁଲ, ଆରାଧନାସ୍ଥଳୀଠାରୁ ୧.୫ କି.ମି. ଦୂର ଓ ନଦୀ, ନାଳ, ଜଳାଶୟଠାରୁ ସର୍ବନିମ୍ନ ୧ କି.ମି. ଦୂରରେ ଇଟାଭାଟି କରିବାକୁ କେନ୍ଦ୍ରୀୟ ପରିବେଶ ପ୍ରଦୂଷଣ ନିୟାମକ ବୋର୍ଡ ନିୟମାବଳୀ ଜାରି କରିଥିଲା। ଏହି ନିୟମ ଅବମାନନା ହେଉଥିଲେ ମଧ୍ୟ ତହସିଲ କିମ୍ବା ପରିବେଶ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ଏ ସମ୍ପର୍କରେ ତହସିଲଦାର ଦୀପକ ଦାସ କହିଛନ୍ତି, ଯେଉଁଠି ଇଟା ପଡ଼ୁଛି, ଖବର ମିଳିବା କ୍ଷଣି ଚଢ଼ାଉ ସହ ଜରିମାନା ଆଦାୟ କରାଯାଉଛି।

The post ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି appeared first on Dharitri Odia News.