ଲିଫ୍ଟରେ କାହିଁକି ଲାଗାଯାଏ କାଚ ? ଜାଣନ୍ତୁ ଏହା ପଛର କାରଣ…

ନୂଆଦିଲ୍ଲୀ ୨୫।୧୦: କୌଣସି ବିଲ୍ଡିଂ, ହୋଟେଲ କିମ୍ବା ମଲ୍‌ର ଲିଫ୍ଟ । ଏଣ୍ଟ୍ରି କରିବା ପରେ ଭିତରେ ଦର୍ପଣ ଥିବା ସମସ୍ତେ ଦେଖିଥିବେ ।  କିନ୍ତୁ ଲିଫ୍ଟରେ କାହିଁକି ଲାଗିଥାଏ କାଚ ?   ଏହା ପଛରେ କିଛି ବିଶେଷ କାରଣ ରହିଥାଏ କି ? ଆସନ୍ତୁ ଜାଣିବା…   ବାସ୍ତବରେ ଜାପାନର ଲିଫ୍ଟ ଆସୋସିଏସନ  ପ୍ରତ୍ୟେକ ଲିଫ୍ଟରେ କାଚ ଲଗାଇବା ବାଧ୍ୟତାମୂଳକ କରିଥିଲା । କାରଣରେ କୁହାଯାଇଥିଲା କାଚ ଲଗାଇବା ଦ୍ବାରା ଲୋକଙ୍କ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ । ଅନେକ ଲୋକ ଲିଫ୍ଟରେ ଯିବାରୁ ଭୟ କରନ୍ତି । ଏହି ଭୟରେ ସେମାନଙ୍କର ଶ୍ୱାସକ୍ରିୟା ବଢିବା ସହ ହୃଦସ୍ପନ୍ଦନ ମଧ୍ୟ ଦ୍ରୁତ ଗତିରେ ବଢିବାରେ ଲାଗିଥାଏ । ଏମିତିକି ହାର୍ଟ ଆଟାକ ହେବାର ଆଶଙ୍କା ବଢିଯାଏ । ତେଣୁ ଲିପ୍ଟରେ କାଚ ଲାଗିଥିଲେ, ସେହି ଲିଫ୍ଟ ବହୁତ ବଡ ଦେଖାଯାଇଥାଏ। ଲିଫ୍ଟରେ ଅଧିକ ଲୋକ ଥିଲେ ଏବଂ କାଚ ନଥିଲେ ଲିଫ୍ଟର ଆକାର ଛୋଟ ଅନୁଭବ ହୁଏ । ଲୋକମାନେ ଅସୁସ୍ଥ ଅନୁଭବ କରନ୍ତି । କାଚ ଲାଗିଥିଲେ ତାହା ବଡ଼ ଲାଗୁଥିବାରୁ ଲୋକମାନେ ଶ୍ୱାସରୁଦ୍ଧ ହୁଅନ୍ତିନି । କାଚ ଲଗାଇବାର ଅନ୍ୟ ଏକ ପ୍ରମୁଖ କାରଣ ହେଉଛି ଲୋକଙ୍କ ଧ୍ୟାନ ହଟାଇବା । ଉଚ୍ଚ କୋଠାରେ ଲାଗିଥିବା ଲିଫ୍ଟରେ ଲୋକଙ୍କୁ ଅଧିକ ସମୟ ବିତାଇବାକୁ ପଡ଼ିଥାଏ । ଏହି କାରଣରୁ ଲିଫ୍ଟରେ କାଚ ଲଗାଯାଇଥାଏ, ଯାହାଦ୍ୱାରା ସେମାନଙ୍କ ଧ୍ୟାନ ବିଭ୍ରାନ୍ତ ହୋଇଯାଏ ଏବଂ ସେମାନେ ଅନୁଭବ କରନ୍ତି ନାହିଁ ଯେ ସେମାନେ ଲିଫ୍ଟରେ ବନ୍ଦ

ଲିଫ୍ଟରେ କାହିଁକି ଲାଗାଯାଏ କାଚ ? ଜାଣନ୍ତୁ ଏହା ପଛର କାରଣ…

ନୂଆଦିଲ୍ଲୀ ୨୫।୧୦: କୌଣସି ବିଲ୍ଡିଂ, ହୋଟେଲ କିମ୍ବା ମଲ୍‌ର ଲିଫ୍ଟ । ଏଣ୍ଟ୍ରି କରିବା ପରେ ଭିତରେ ଦର୍ପଣ ଥିବା ସମସ୍ତେ ଦେଖିଥିବେ ।  କିନ୍ତୁ ଲିଫ୍ଟରେ କାହିଁକି ଲାଗିଥାଏ କାଚ ?   ଏହା ପଛରେ କିଛି ବିଶେଷ କାରଣ ରହିଥାଏ କି ? ଆସନ୍ତୁ ଜାଣିବା…   

ବାସ୍ତବରେ ଜାପାନର ଲିଫ୍ଟ ଆସୋସିଏସନ  ପ୍ରତ୍ୟେକ ଲିଫ୍ଟରେ କାଚ ଲଗାଇବା ବାଧ୍ୟତାମୂଳକ କରିଥିଲା । କାରଣରେ କୁହାଯାଇଥିଲା କାଚ ଲଗାଇବା ଦ୍ବାରା ଲୋକଙ୍କ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ । ଅନେକ ଲୋକ ଲିଫ୍ଟରେ ଯିବାରୁ ଭୟ କରନ୍ତି । ଏହି ଭୟରେ ସେମାନଙ୍କର ଶ୍ୱାସକ୍ରିୟା ବଢିବା ସହ ହୃଦସ୍ପନ୍ଦନ ମଧ୍ୟ ଦ୍ରୁତ ଗତିରେ ବଢିବାରେ ଲାଗିଥାଏ । ଏମିତିକି ହାର୍ଟ ଆଟାକ ହେବାର ଆଶଙ୍କା ବଢିଯାଏ । 

ତେଣୁ ଲିପ୍ଟରେ କାଚ ଲାଗିଥିଲେ, ସେହି ଲିଫ୍ଟ ବହୁତ ବଡ ଦେଖାଯାଇଥାଏ। ଲିଫ୍ଟରେ ଅଧିକ ଲୋକ ଥିଲେ ଏବଂ କାଚ ନଥିଲେ ଲିଫ୍ଟର ଆକାର ଛୋଟ ଅନୁଭବ ହୁଏ । ଲୋକମାନେ ଅସୁସ୍ଥ ଅନୁଭବ କରନ୍ତି । କାଚ ଲାଗିଥିଲେ ତାହା ବଡ଼ ଲାଗୁଥିବାରୁ ଲୋକମାନେ ଶ୍ୱାସରୁଦ୍ଧ ହୁଅନ୍ତିନି । କାଚ ଲଗାଇବାର ଅନ୍ୟ ଏକ ପ୍ରମୁଖ କାରଣ ହେଉଛି ଲୋକଙ୍କ ଧ୍ୟାନ ହଟାଇବା । 

ଉଚ୍ଚ କୋଠାରେ ଲାଗିଥିବା ଲିଫ୍ଟରେ ଲୋକଙ୍କୁ ଅଧିକ ସମୟ ବିତାଇବାକୁ ପଡ଼ିଥାଏ । ଏହି କାରଣରୁ ଲିଫ୍ଟରେ କାଚ ଲଗାଯାଇଥାଏ, ଯାହାଦ୍ୱାରା ସେମାନଙ୍କ ଧ୍ୟାନ ବିଭ୍ରାନ୍ତ ହୋଇଯାଏ ଏବଂ ସେମାନେ ଅନୁଭବ କରନ୍ତି ନାହିଁ ଯେ ସେମାନେ ଲିଫ୍ଟରେ ବନ୍ଦ ଅଛନ୍ତି କିମ୍ବା ସେମାନେ କେତେ ଉଚ୍ଚକୁ ଯାଉଛନ୍ତି । ଏହା ବ୍ୟତୀତ ସେମାନଙ୍କୁ ବିରକ୍ତିରୁ ରକ୍ଷା କରିବା ପାଇଁ କାଚର ମଧ୍ୟ ବ୍ୟବହାର କରାଯାଏ । ନିଜକୁ ଦେଖି ସେମାନଙ୍କ ସମୟ ଅତିବାହିତ କରିଥାନ୍ତି ।