ନିର୍ବାଚନରେ ବିଜୟ ପାଇଁ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର
ଢେଙ୍କାନାଳ,୪।୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଭାଜପାର ନିର୍ବାଚନ ପରିଚାଳନା କମିଟି ବୈଠକ ଜିଲା କାର୍ଯ୍ୟାଳୟ ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭାଜପାର ଜାତୀୟ ଉପସଭାନେତ୍ରୀ ତଥା ରାଜ୍ୟ ସହ ପ୍ରଭାରୀ ଛତିଶଗଡ଼ ବିଧାୟିକା ଲତା ଉସେଣ୍ଡି ଯୋଗଦେଇ ଆସନ୍ତା ସାଧାରଣ ନିର୍ବାଚନରେ ଢେଙ୍କାନାଳ ଲୋକ ସଭା ସମେତ ୭ଟି ବିଧାନସଭା ଆସନରେ ଜିତିବା ପାଇଁ ନେତୃବୃନ୍ଦ ଓ କର୍ମୀମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ। ସେ କହିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନରେ ଓଡ଼ିଶା […] The post ନିର୍ବାଚନରେ ବିଜୟ ପାଇଁ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର appeared first on Dharitri Odia News.
ଢେଙ୍କାନାଳ,୪।୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଭାଜପାର ନିର୍ବାଚନ ପରିଚାଳନା କମିଟି ବୈଠକ ଜିଲା କାର୍ଯ୍ୟାଳୟ ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭାଜପାର ଜାତୀୟ ଉପସଭାନେତ୍ରୀ ତଥା ରାଜ୍ୟ ସହ ପ୍ରଭାରୀ ଛତିଶଗଡ଼ ବିଧାୟିକା ଲତା ଉସେଣ୍ଡି ଯୋଗଦେଇ ଆସନ୍ତା ସାଧାରଣ ନିର୍ବାଚନରେ ଢେଙ୍କାନାଳ ଲୋକ ସଭା ସମେତ ୭ଟି ବିଧାନସଭା ଆସନରେ ଜିତିବା ପାଇଁ ନେତୃବୃନ୍ଦ ଓ କର୍ମୀମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ। ସେ କହିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନରେ ଓଡ଼ିଶା ସବୁଠୁ ବେଶି ଲାଭାନ୍ବିତ। ସେଥିପାଇଁ ଓଡ଼ିଆମାନେ ସବୁଠୁ ବେଶୀ ମୋଦିଙ୍କୁ ପସନ୍ଦ କରୁଛନ୍ତି ଓ ଭଲ ପାଉଛନ୍ତି। ଢେଙ୍କାନାଳ ଲୋକ ସଭା କ୍ଷେତ୍ରରେ ମୋଦି ସରକାର ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସରେ ବହୁ ବିକାଶମୂଳକ କାର୍ଯ୍ୟ ହୋଇପାରିଛି। ରାଜ୍ୟ ଉପସଭାପତି ତଥା ଲୋକ ସଭା ପ୍ରଭାରୀ ଗୋଲକ ମହାପାତ୍ର କହିଲେ, କାର୍ଯ୍ୟକର୍ତ୍ତାମାନେ ଘର ଘର ବୁଲି ମୋଦି ସରକାରଙ୍କ ସମସ୍ତ ଯୋଜନା ଉପରେ ଲୋକଙ୍କୁ ସଚେତନ କରାଇବା ସହ ଲାଭାର୍ଥୀଙ୍କୁ ଭେଟିବା ଉପରେ ଗୁରୁତ୍ୱାରୋପ କରିଥିଲେ। ନିର୍ବାଚନ ପରିଚାଳନାର ସମସ୍ତ ଦିଗ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯିିବା ସହିତ ସମସ୍ତ ନିର୍ବାଚନମଣ୍ଡଳୀର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଥିଲା। ଏଥିସହିତ ନିର୍ବାଚନ ପରିଚାଳନା ରଣନୀତି ଉପରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଜିଲା ସଭାପତି ନରେଶଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ଉପସଭାପତି ସୁକେଶୀ ଓରାମ, ବରିଷ୍ଠ ନେତା ରୁଦ୍ର ନାରାୟଣ ପାଣି, ପ୍ରେମାନନ୍ଦ ଜେନା, ପ୍ରଦୀପ ବିଶ୍ୱାଳ ପ୍ରମୁଖ ସଙ୍ଗଠନ ସମ୍ପର୍କରେ ଆଲୋଚନା କରିଥିଲେ। ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ଭାଜପା ନେତା କାଳନ୍ଦୀ ସାମଲ, କୃଷ୍ଣଚନ୍ଦ୍ର ପାତ୍ର, ଅଞ୍ଜଳି ବେହେରା, ଅଶୋକ ମହାନ୍ତି, ପ୍ରତାପଚନ୍ଦ୍ର ପ୍ରଧାନ, ଶତ୍ରୁଘ୍ନ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିରୋଜ ନଳିନୀ ମହାଳିକ, ପ୍ରତିମା ମିଶ୍ର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ଢେଙ୍କାନାଳ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ପରଜଙ୍ଗ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରା, ନବକିଶୋର ଗୁରୁ ଓ ପର୍ଶୁରାମ ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ରାମଚନ୍ଦ୍ର ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।
The post ନିର୍ବାଚନରେ ବିଜୟ ପାଇଁ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର appeared first on Dharitri Odia News.