ରାଜଧାନୀ ରାଣୀ ମହୁମାଛି ବଲାଙ୍ଗିର ଟାଉନ୍‌ରେ କରୁଥିଲେ ଖେଳ

ଖରସେଲପଡାରେ ସେକ୍ସ ରାକେଟ୍‌ ଚାଲିଥିବା ବିଶେଷ ସୂତ୍ରରୁ ଖବର ପାଇଥିଲେ ବଲାଙ୍ଗିର ଏସ୍‌ପି। ଏହା ପରେ ଏସ୍‌ପିଙ୍କ ନିର୍ଦ୍ଦେଶ ଟାଉନ୍‌ ଥାନା ପୁଲିସ୍‌ ରବିବାର ବିଳମ୍ୱିତ ରାତିରେ ଉକ୍ତ ଘରେ ଚଢ଼ଉ କରିଥିଲା।

ରାଜଧାନୀ ରାଣୀ ମହୁମାଛି ବଲାଙ୍ଗିର ଟାଉନ୍‌ରେ କରୁଥିଲେ ଖେଳ

ରାଜଧାନୀ ଭୁବନେଶ୍ୱରର ରାଣୀ ମହୁମାଛି ବଲାଙ୍ଗିର ଟାଉନ୍‌ରେ ମେଲାଇଥିଲେ ଦେହ ବେପାରର ପସରା। ଯୋଗାଉଥିଲେ ସୁନ୍ଦରୀ ସୁନ୍ଦରୀ ଯୁବତୀ! ଆଉ ଦେଉଥିଲେ ଦେହର ସୁଖ। ସେଥିପାଇଁ ଲାଗୁଥିଲା ଗ୍ରାହକଙ୍କ ଭିଡ। ସଞ୍ଜ ନଇଁ ଆସିଲେ ଭଡ଼ା ଘରେ ଲାଗୁଥିଲା ଗ୍ରାହକଙ୍କ ପ୍ରବଳ ଭିଡ଼। ରବିବାର ବିଳମ୍ୱିତ ରାତିରେ ସେହି ଘରେ ପୁଲିସ୍‌ ଚଢ଼ଉ କରି ୪ ଯୁବତୀ ଓ ୪ ଗ୍ରାହକଙ୍କୁ ଉଦ୍ଧାର କରିଛି। ହେଲେ ଚମ୍ପଟ ମାରିଛନ୍ତି ରାଣୀ ମହୁମାଛି ଓ ତାଙ୍କ ପୁରୁଷ ବନ୍ଧୁ।

ରାଜଧାନୀ ଭୁବନଶ୍ଵରର ରାଣୀ ମହୁମାଛି ଓ ତାଙ୍କ ପୁରୁଷ ବନ୍ଧୁ ବଲାଙ୍ଗିର ଟାଉନ୍‌ ଖରସେଲପଡାରେ ଗୋଟିଏ ଘର ଭଡ଼ା ନେଇଥିଲେ। ଦୀର୍ଘ ଦିନ ସେମାନେ ସେଠାରେ ଚଳାଇଥିଲେ ସେକ୍ସ ରାକେଟ୍‌। ଭୁବନେଶ୍ୱରରୁ ଯୁବତୀମାନଙ୍କୁ ନେଇ ଦେହ ବେପାରରେ ନିୟୋଜିତ କରୁଥିଲେ। ଯେତେ ସୁନ୍ଦରୀ, ସେତେ ଟଙ୍କା। ସେହି ହିସାବରେ ଗ୍ରାହକଙ୍କଠାରୁ ଟଙ୍କା ଆଦାୟ କରୁଥିଲେ। ଆଉ ମାଲାମାଲ୍‌ ହେଉଥିଲେ। ତେଣୁ ରାତି ହେଲେ ସେଠାରେ ଲାଗୁଥିଲା ଭିଡ। ରାତି ଯେତେ ବଢ଼ୁଥିଲା ଗ୍ରାହକଙ୍କ ଭିଡ ସେତେ ହେଉଥିଲା।

ଖରସେଲପଡାରେ ସେକ୍ସ ରାକେଟ୍‌ ଚାଲିଥିବା ବିଶେଷ ସୂତ୍ରରୁ ଖବର ପାଇଥିଲେ ବଲାଙ୍ଗିର ଏସ୍‌ପି। ଏହା ପରେ ଏସ୍‌ପିଙ୍କ ନିର୍ଦ୍ଦେଶ ଟାଉନ୍‌ ଥାନା ପୁଲିସ୍‌ ରବିବାର ବିଳମ୍ୱିତ ରାତିରେ ଉକ୍ତ ଘରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ୪ ଜଣ ଯୁବତୀ ଓ ୪ ଜଣ ଗ୍ରାହକଙ୍କୁ ଅସଞ୍ଜତ ଅବସ୍ଥାରେ ଉଦ୍ଧାର କରିଥିଲେ। ଏହାଛଡ଼ା ସେହି ଘରୁ ପୁଲିସ୍‌ ବିଭିନ୍ନ ପ୍ରକାର ଆପତ୍ତି ଜନକ ସାମଗ୍ରୀ ଜବତ କରିଥିଲା। ସେଠାରୁ ନଗଦ ୨୧୧୪୦ ଟଙ୍କା ମଧ୍ୟ ଜବତ କରିଥିଲା। ୪ ଗ୍ରାହକଙ୍କୁ ପୁଲିସ୍‌ ଗିରଫ କୋର୍ଟ ଚାଲାଣ କରିଛି। ତେବେ ଉଦ୍ଧାର ହୋଇଥିବା ଯୁବତୀଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।

ତେବେ ସେକ୍ସ ରାକେଟ୍‌ ଅପରେଟ୍‌ କରାଉଥିବା ମହିଳା ଓ ପୁଲିସ୍‌ ଚମ୍ପଟ ମାରିଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ୍‌ ଉଦ୍ୟମ ଚଳାଇଛି। ଅନ୍ୟପକ୍ଷରେ ଟାଉନ୍‌ ଭିତରେ ସେକ୍ସ ରାକେର୍ଟ ଚଳାଇବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି।

ରିପୋର୍ଟ- ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର