Breaking: ଫିଲ୍ମ ଷ୍ଟାଇଲରେ ଦୁର୍ଘଟଣା, ପାଚେରୀ ଭାଙ୍ଗି ଘରେ ପଶିଗଲା କାର୍

ଭୁବନେଶ୍ୱର: କାନ୍ଥ ଭାଙ୍ଗି ଘର ଭିତରକୁ ପଶିଗଲା କାର୍। ଏକଥାଟି ଶୁଣି ଆପଣଙ୍କୁ ବୋଧହୁଏ ଲାଗୁଥିବ ଏହା କୌଣସି ଫିଲ୍ମର ଫାଇଟିଙ୍ଗ ସିନ୍ ବୋଲି। ହେଲେ ନାଁ ଏମିତି କିଛି ଘଟଣା ବାସ୍ତବରେ ଘଟିଛି। ତାହା ପୁଣି ରାଜଧାନୀ ଭୁବନେଶ୍ୱରରେ। ହଁ ପୁରା ଫିଲ୍ମ ଷ୍ଟାଇଲରେ ଆପାର୍ଟମେଣ୍ଟର ପାଚେରୀ ଭାଙ୍ଗି ଘର ଭିତରେ ପଶିଯାଇଛି କାର। ଏଠାରେ କୌଣସି ଫିଲ୍ମ ସୁଟିଂ ହେଉନଥିଲା। ବରଂ ଏପରି ଏକ ଦୁର୍ଘଟଣା ଘଟିଛି। ପାଖପାଖି ୧୨ ଟା ସମୟରେ ଏକ […]

Breaking: ଫିଲ୍ମ ଷ୍ଟାଇଲରେ ଦୁର୍ଘଟଣା, ପାଚେରୀ ଭାଙ୍ଗି ଘରେ ପଶିଗଲା କାର୍

ଭୁବନେଶ୍ୱର: କାନ୍ଥ ଭାଙ୍ଗି ଘର ଭିତରକୁ ପଶିଗଲା କାର୍। ଏକଥାଟି ଶୁଣି ଆପଣଙ୍କୁ ବୋଧହୁଏ ଲାଗୁଥିବ ଏହା କୌଣସି ଫିଲ୍ମର ଫାଇଟିଙ୍ଗ ସିନ୍ ବୋଲି। ହେଲେ ନାଁ ଏମିତି କିଛି ଘଟଣା ବାସ୍ତବରେ ଘଟିଛି। ତାହା ପୁଣି ରାଜଧାନୀ ଭୁବନେଶ୍ୱରରେ।

ହଁ ପୁରା ଫିଲ୍ମ ଷ୍ଟାଇଲରେ ଆପାର୍ଟମେଣ୍ଟର ପାଚେରୀ ଭାଙ୍ଗି ଘର ଭିତରେ ପଶିଯାଇଛି କାର। ଏଠାରେ କୌଣସି ଫିଲ୍ମ ସୁଟିଂ ହେଉନଥିଲା। ବରଂ ଏପରି ଏକ ଦୁର୍ଘଟଣା ଘଟିଛି। ପାଖପାଖି ୧୨ ଟା ସମୟରେ ଏକ କାର୍ ଦ୍ରୁତ ଗତିରେ ଆସି ପାଚେରୀ ଭାଙ୍ଗି ଘର ଭିତରେ ପଶିଯାଇଛି।

ଏପରି ଏକ ଘଟଣା ଦେଖିବାକୁ ମିଳିଛି ବରମୁଣ୍ଡା ଅଞ୍ଚଳରେ। କାରଟି ହଠାତ୍ ଘର ଭିତରେ ପଶି ଯିବାର ଦେଖି ସ୍ଥାନୀୟ ଲୋକଙ୍କ ସମେତ ଘରେ ଥିବା ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ହେଲେ ଏହି ଦୁର୍ଘଟଣାରେ ଘରେ ଥିବା ଲୋକଙ୍କର କିଛି କ୍ଷତି ହୋଇନଥିବା ବେଳେ, କାରରେ ଥିବା ୪ ଜଣ ଲୋକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।