ସିରିଜ ବୋମାମାଡରେ ଥରିଲା ରାଜଧାନୀ, ବାଇକରେ ଆସି ଫିଙ୍ଗି ଚାଲିଗଲେ ଦୁର୍ବୃତ୍ତ

ଭୁବନେଶ୍ୱର ୧୯/୦୯: ସିରିଜ ବୋମାମାଡରେ ଥରିଲା ରାଜଧାନୀ ଭୁବନେଶ୍ୱର । ବିଳମ୍ୱିତ ରାତିରେ ଆସି ବାଇକରେ ବୋମା ଫିଙ୍ଗି ଚାଲିଗଲେ ଦୁର୍ବୃତ୍ତ । କେଦାରପଲ୍ଲୀ ବସ୍ତିର ଦୁଇ ଜାଗାରେ ବୋମା ମାଡ ହୋଇଥିବା ସୂଚନା । ଦୁଇଟି ଜାଗାରେ ସିରିଜ୍ ବୋମା ମାଡ଼ରେ ଥରି ଉଠିଛି ବାପୁଜୀ ନଗର । ଘଟଣା ସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି । ବୋମା ମାଡ଼ କରି ଚାଲି ଯାଉଥିବା ବେଳର ସିସିଟିଭିରେ କଏଦ୍ ହୋଇଛି ଦୃଶ୍ୟ । ସିସିଟିଭି ଆଧାରରେ ଦୃର୍ବୃତ୍ତଙ୍କୁ ଖୋଜୁଛି ପୋଲିସ । ସୂଚନା ଥାଉକି, ପୁଣି ଥରେ ଅଶାନ୍ତ ହୋଇଛି ଭୁବନେଶ୍ୱର । ସିରିଜ ବୋମା ମାଡ଼ରେ ଥରିଲା ରାଜଧାନୀ । କ୍ୟାପିଟାଲ ଥାନା ଅନ୍ତର୍ଗତ ବାପୁଜୀ ନଗର ଲେନ୍ ୧ ଏବଂ ଶିଶୁ ଭବନ ନିକଟସ୍ଥ ବରହମପୁର ଗଳି ବସ୍ତିରେ ହୋଇଛି ସିରିଜ ବ୍ଲାଷ୍ଟ। ଦୁଇ ଦୁର୍ବୃତ୍ତ ପଲ୍ସର ବାଇକ୍‌ରେ ଆସି ବ୍ୟାଗ୍‌ରୁ ବୋମା ଫିଙ୍ଗି ଥିବା ଜଣାପଡ଼ିଛି । ଘଟଣାରେ ଦୁଇଜଣ ସାମାନ୍ୟ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛି । ସିରିଜ୍ ବ୍ଲାଷ୍ଟ୍‌ର କାରଣ ଅସ୍ପଷ୍ଟ ଥିବା ବେଳେ ପ୍ରାଥମିକ ସ୍ତରରେ ପତିଆରା ଜାହିର ପାଇଁ ଏହି କାଣ୍ଡ ଭିଆଇ ଥିବା ସୂଚନା ମିଳିଛି । ସେପଟେ ଘଟଣା ପରେ କ୍ୟାପିଟାଲ ଥାନା ପୋଲିସ ଏବଂ ସ୍ପେଶଲ୍ ସ୍କ୍ୱାର୍ଡର ଏକ ସ୍ବତନ୍ତ୍ର ଟିମ୍ ସିସିଟିଭି ଆଧାରରେ ଦୃର୍ବୁତ୍ତଙ୍କୁ ଧରିବା ପାଇଁ ଚାରିଆଡ଼େ ମାରାଥନ୍ ରେଡ ଜାରି ରଖିଛି। 

ସିରିଜ ବୋମାମାଡରେ ଥରିଲା ରାଜଧାନୀ, ବାଇକରେ ଆସି ଫିଙ୍ଗି ଚାଲିଗଲେ ଦୁର୍ବୃତ୍ତ

ଭୁବନେଶ୍ୱର ୧୯/୦୯: ସିରିଜ ବୋମାମାଡରେ ଥରିଲା ରାଜଧାନୀ ଭୁବନେଶ୍ୱର । ବିଳମ୍ୱିତ ରାତିରେ ଆସି ବାଇକରେ ବୋମା ଫିଙ୍ଗି ଚାଲିଗଲେ ଦୁର୍ବୃତ୍ତ । କେଦାରପଲ୍ଲୀ ବସ୍ତିର ଦୁଇ ଜାଗାରେ ବୋମା ମାଡ ହୋଇଥିବା ସୂଚନା । ଦୁଇଟି ଜାଗାରେ ସିରିଜ୍ ବୋମା ମାଡ଼ରେ ଥରି ଉଠିଛି ବାପୁଜୀ ନଗର । ଘଟଣା ସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି । ବୋମା ମାଡ଼ କରି ଚାଲି ଯାଉଥିବା ବେଳର ସିସିଟିଭିରେ କଏଦ୍ ହୋଇଛି ଦୃଶ୍ୟ । ସିସିଟିଭି ଆଧାରରେ ଦୃର୍ବୃତ୍ତଙ୍କୁ ଖୋଜୁଛି ପୋଲିସ । 

ସୂଚନା ଥାଉକି, ପୁଣି ଥରେ ଅଶାନ୍ତ ହୋଇଛି ଭୁବନେଶ୍ୱର । ସିରିଜ ବୋମା ମାଡ଼ରେ ଥରିଲା ରାଜଧାନୀ । କ୍ୟାପିଟାଲ ଥାନା ଅନ୍ତର୍ଗତ ବାପୁଜୀ ନଗର ଲେନ୍ ୧ ଏବଂ ଶିଶୁ ଭବନ ନିକଟସ୍ଥ ବରହମପୁର ଗଳି ବସ୍ତିରେ ହୋଇଛି ସିରିଜ ବ୍ଲାଷ୍ଟ। ଦୁଇ ଦୁର୍ବୃତ୍ତ ପଲ୍ସର ବାଇକ୍‌ରେ ଆସି ବ୍ୟାଗ୍‌ରୁ ବୋମା ଫିଙ୍ଗି ଥିବା ଜଣାପଡ଼ିଛି । ଘଟଣାରେ ଦୁଇଜଣ ସାମାନ୍ୟ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛି । 

ସିରିଜ୍ ବ୍ଲାଷ୍ଟ୍‌ର କାରଣ ଅସ୍ପଷ୍ଟ ଥିବା ବେଳେ ପ୍ରାଥମିକ ସ୍ତରରେ ପତିଆରା ଜାହିର ପାଇଁ ଏହି କାଣ୍ଡ ଭିଆଇ ଥିବା ସୂଚନା ମିଳିଛି । ସେପଟେ ଘଟଣା ପରେ କ୍ୟାପିଟାଲ ଥାନା ପୋଲିସ ଏବଂ ସ୍ପେଶଲ୍ ସ୍କ୍ୱାର୍ଡର ଏକ ସ୍ବତନ୍ତ୍ର ଟିମ୍ ସିସିଟିଭି ଆଧାରରେ ଦୃର୍ବୁତ୍ତଙ୍କୁ ଧରିବା ପାଇଁ ଚାରିଆଡ଼େ ମାରାଥନ୍ ରେଡ ଜାରି ରଖିଛି।