ତଲାକ ପ୍ରଥା ବିବାହ ପାଇଁ ଘାତକ ଥିଲା

ନୂଆଦିଲ୍ଲୀ,୨୦ା୮(ପି.ଟି.): ୨୦୧୯ର ୩ ତଲାକ ଆଇନକୁ କେନ୍ଦ୍ର ସରକାର ସୋମବାର ସୁପ୍ରିମକୋର୍ଟରେ ସମର୍ଥନ କରିଛନ୍ତି। ପୂର୍ବରୁ ତଲାକ ପ୍ରଥା ବିବାହ ପାଇଁ ଘାତକ ଥିଲା ବୋଲି ସରକାର କହିଛନ୍ତି। ଉକ୍ତ ଆଇନକୁ ଚ୍ୟାଲେଞ୍ଜ କରି ଦାଏର ଏକାଧିକ ପିଟିଶନ୍‌ ଉପରେ କେନ୍ଦ୍ର ସରକାର ସତ୍ୟପାଠ ଜରିଆରେ ଜବାବ ଦାଖଲ କରିଛନ୍ତି। ଏଥିରେ କୁହାଯାଇଛି, ତିନି ତଲାକ ପ୍ରଥାକୁ ୨୦୧୭ରେ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଥିଲେ। ଏଭଳି ପ୍ରଥା ଉକ୍ତ ସମ୍ପ୍ରଦାୟରେ ଛାଡ଼ପତ୍ର ସଂଖ୍ୟା କମାଇବାରେ ଠିକ୍‌ ଭାବେ କାର୍ଯ୍ୟ […] The post ତଲାକ ପ୍ରଥା ବିବାହ ପାଇଁ ଘାତକ ଥିଲା appeared first on Dharitri Odia News.

ତଲାକ ପ୍ରଥା ବିବାହ ପାଇଁ  ଘାତକ ଥିଲା

ନୂଆଦିଲ୍ଲୀ,୨୦ା୮(ପି.ଟି.): ୨୦୧୯ର ୩ ତଲାକ ଆଇନକୁ କେନ୍ଦ୍ର ସରକାର ସୋମବାର ସୁପ୍ରିମକୋର୍ଟରେ ସମର୍ଥନ କରିଛନ୍ତି। ପୂର୍ବରୁ ତଲାକ ପ୍ରଥା ବିବାହ ପାଇଁ ଘାତକ ଥିଲା ବୋଲି ସରକାର କହିଛନ୍ତି। ଉକ୍ତ ଆଇନକୁ ଚ୍ୟାଲେଞ୍ଜ କରି ଦାଏର ଏକାଧିକ ପିଟିଶନ୍‌ ଉପରେ କେନ୍ଦ୍ର ସରକାର ସତ୍ୟପାଠ ଜରିଆରେ ଜବାବ ଦାଖଲ କରିଛନ୍ତି। ଏଥିରେ କୁହାଯାଇଛି, ତିନି ତଲାକ ପ୍ରଥାକୁ ୨୦୧୭ରେ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଥିଲେ। ଏଭଳି ପ୍ରଥା ଉକ୍ତ ସମ୍ପ୍ରଦାୟରେ ଛାଡ଼ପତ୍ର ସଂଖ୍ୟା କମାଇବାରେ ଠିକ୍‌ ଭାବେ କାର୍ଯ୍ୟ କରୁ ନ ଥିବା ସର୍ବୋଚ୍ଚ ଅଦାଲତ ସେତେବେଳେ କହିଥିଲେ। ୩ ତଲାକ ଜରିଆରେ ଛାଡ଼ପତ୍ର ପାଉଥିବା ବିବାହିତ ମୁସଲମାନ ମହିଳାମାନଙ୍କ ଅଧିକାରର ସୁରକ୍ଷା ପାଇଁ ପାର୍ଲାମେଣ୍ଟ ୨୦୧୯ରେ କଠୋର ଆଇନ ଆଣିଥିଲା। ଉକ୍ତ ଆଇନ ବିବାହିତ ମୁସଲମାନ ମହିଳାଙ୍କୁ ନ୍ୟାୟ ଓ ସମାନତା ପ୍ରଦାନ ସହ ବୃହତ୍ତର ସାମ୍ବିଧାନିକ ଲକ୍ଷ୍ୟ ସୁନିଶ୍ଚିତ କରିବାରେ ସହାୟକ ହୋଇଛି। ଏହା ସେମାନଙ୍କ ପ୍ରତି ଅଣପକ୍ଷପାତ ଓ ସଶକ୍ତୀକରଣର ମୌଳିକ ଅଧିକାରକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରିଛି ବୋଲି ସତ୍ୟପାଠରେ କୁହାଯାଇଛି।
ଏକାସଙ୍ଗେ ତିନି ତଲାକ କହିବା ଅସାମ୍ବିଧାନିକ ବୋଲି ୨୦୧୭ ଅଗଷ୍ଟ ୨୨ରେ ସୁପ୍ରିମକୋର୍ଟ ଘୋଷଣା କରିଥିଲେ। ମୁସଲମାନ ମହିଳା ( ବିବାହ ଅଧିକାରର ସୁରକ୍ଷା) ଆଇନ, ୨୦୧୯ର ବୈଧତା ଯାଞ୍ଚ କରିବାକୁ ସେହିବର୍ଷ ଅଗଷ୍ଟ ୨୩ରେ ସର୍ବୋଚ୍ଚ ଅଦାଲତ ରାଜି ହୋଇଥିଲେ। ଉକ୍ତ ଆଇନର ଉଲ୍ଲଂଘନ କଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ବ୍ୟବସ୍ଥା ରହିଛି।

The post ତଲାକ ପ୍ରଥା ବିବାହ ପାଇଁ ଘାତକ ଥିଲା appeared first on Dharitri Odia News.