ତଳକୁ ଖସିଗଲେ ପାକିସ୍ତାନ ଖେଳାଳି, ଭାରତଠୁ ହାରିବା ପରେ କଲେ ଖରାପ ବ୍ୟବହାର
ନନ୍ଦିଘୋଷ ବ୍ୟୁରୋ : ଭାରତ ନିକଟରେ ୧୬ ବର୍ଷରୁ କମ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ ଜୁନିଅର ଡେଭିସ୍ କପ୍ରେ ତା’ର ଚିରପ୍ରତିଦ୍ୱନ୍ଦ୍ୱୀ... The post ତଳକୁ ଖସିଗଲେ ପାକିସ୍ତାନ ଖେଳାଳି, ଭାରତଠୁ ହାରିବା ପରେ କଲେ ଖରାପ ବ୍ୟବହାର appeared first on .
ନନ୍ଦିଘୋଷ ବ୍ୟୁରୋ : ଭାରତ ନିକଟରେ ୧୬ ବର୍ଷରୁ କମ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ ଜୁନିଅର ଡେଭିସ୍ କପ୍ରେ ତା’ର ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୨-୦ ଗୋଲରେ ପରାସ୍ତ କରିଛି। କାଜାଖସ୍ତାନର ସିମକେଣ୍ଟରେ ଖେଳୁଥିବା ଭାରତୀୟ ଖେଳାଳି ପ୍ରକାଶ ସରନ ଓ ତାଭିଶ ପାହୱା ସୁପର ଟାଇ-ବ୍ରେକରେ ସେମାନଙ୍କର ସିଙ୍ଗଲ୍ସ ମ୍ୟାଚ୍ ଜିତି ଫାଇନାଲ ଷ୍ଟାଣ୍ଡିଂରେ ଭାରତର ସ୍ଥାନ ସୁନିଶ୍ଚିତ କରିଥିଲେ। କିନ୍ତୁ ଏବେ ଏହି ମ୍ୟାଚ୍ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହା ଏକ ବଡ଼ ବିବାଦ ସୃଷ୍ଟି କରିଛି। ଭାଇରାଲ ହେଉଥିବା ଭିଡିଓରେ ଭାରତଠାରୁ ହାରିବା ପରେ, ପାକିସ୍ତାନୀ ଖେଳାଳି ଭାରତୀୟ ଖେଳାଳିଙ୍କ ସହ ହାତ ମିଳାଇବା ସମୟରେ ଖରାପ ବ୍ୟବହାର କରୁଥିବାର ଦେଖାଯାଉଛି।
ମ୍ୟାଚ୍ ଶେଷ ହେବା ପରେ, ଭାରତୀୟ ଖେଳାଳି ହାତ ମିଳାଇବାକୁ ଯାଇଥିଲେ। କିନ୍ତୁ ପାକିସ୍ତାନୀ ଖେଳାଳି ଜଣକ ଖରାପ ବ୍ୟବହାର ଦେଖାଇବା ସହ ପ୍ରଥମେ ହାତ ମିଳାଇ ନଥିଲେ । କିନ୍ତୁ ହାତ ମିଳାଇବା ସମୟରେ ସେ ହଠାତ୍ ଅପମାନଜନକ ଭାବରେ ଭାରତୀୟ ଖେଳାଳିଙ୍କ ହାତକୁ ଦୂରେଇ ଦେଇଥିଲେ। ଏହି କାମକୁ ନେଇ ପାକିସ୍ତାନ ଖେଳାଳିଙ୍କୁ ସମାଲୋଚନା କରାଯାଉଛି । ଅନ୍ୟପଟେ ଭାରତୀୟ ଖେଳାଳିଙ୍କ ଶାନ୍ତ ଆଚରଣ ପାଇଁ ତାଙ୍କୁ ପ୍ରଶଂସା କରାଯାଉଛି ।
The post ତଳକୁ ଖସିଗଲେ ପାକିସ୍ତାନ ଖେଳାଳି, ଭାରତଠୁ ହାରିବା ପରେ କଲେ ଖରାପ ବ୍ୟବହାର appeared first on .